Pavitra punia engagement to businessman: ଏଜାଜ୍‌ଙ୍କ ସହ ବ୍ରେକ୍ଅପ୍ ହେବା ପରେ ବ୍ୟବସାୟୀଙ୍କ ପ୍ରେମରେ ପବିତ୍ରା

ଟେଲି ଅଭିନେତା ଏଜାଜ୍ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଏବେ ପୁଣି ପ୍ରେମରେ ଅଭିନେତ୍ରୀ ପବିତ୍ରା ପୁନିଆ। ରିଆଲିଟି ସୋ’ ‘ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ୨୦୨୪ରେ ପରସ୍ପରଠାରୁ ଅଲଗା ହୋଇଥିଲେ।

pavitra punia

Pavitra Punia Engaged To Mumbai Businessman Photograph: (Instagram)

ମୁମ୍ବାଇ: ଟେଲି ଅଭିନେତା ଏଜାଜ୍ ଖାନ୍‌ଙ୍କଠାରୁ ଅଲଗା ହେବା ପରେ ଏବେ ପୁଣି ପ୍ରେମରେ ଅଭିନେତ୍ରୀ ପବିତ୍ରା ପୁନିଆ। ରିଆଲିଟି ସୋ’ ‘ବିଗ୍‌ ବସ୍‌-୧୪’ରୁ ପ୍ରେମ ସଂପର୍କରେ ଥିବା ଲଭ୍‌ବାର୍ଡସ ପବିତ୍ରା ପୁନିଆ ଓ ଏଜାଜ୍‌ ଖାନ୍‌ ୨୦୨୪ରେ ପରସ୍ପରଠାରୁ ଅଲଗା ହୋଇଥିଲେ। ଏବେ ପ୍ରାୟ ବର୍ଷକ ପରେ ପବିତ୍ରାଙ୍କ ଜୀବନକୁ ପ୍ରେମ ଫେରିଛି। ଇନଷ୍ଟାରେ ସେ କିଛି ଫଟୋ ସେୟାର କରି ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ଡେଟ୍ କରୁଥିବା ଜଣାଇଛନ୍ତି। ଏହା ସହ ଖୁବଶୀଘ୍ର ସେ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ସେ ଆମେରିକାର ଜଣେ ବ୍ୟବସାୟୀ, ଅଭିନେତା ନୁହଁନ୍ତି

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସକୁ ସାକ୍ଷାତକାର ଦେଇ ପବିତ୍ରା କହିଛନ୍ତି ଯେ, "ହଁ, ମୋ ଜୀବନକୁ ପ୍ରେମ ଫେରିଛି। ଏହି ବର୍ଷ, ଦୀପାବଳି ମୋ ପାଇଁ ଅଧିକ ସ୍ୱତନ୍ତ୍ର କାରଣ ମୁଁ ମୋ ଭାବିସ୍ବାମୀଙ୍କ ପରିବାର ସହିତ ଏହାକୁ ପାଳନ କରିବି। ସେ ଏବଂ ତାଙ୍କ ପରିବାର ବିଦେଶରେ ରହୁଥିବାରୁ ମୁଁ ବିଦେଶ ଯାତ୍ରା କରିବି। ମୁଁ ମୋ ପରିବାର ସହିତ ଦୀପାବଳି ପାଳନ କରିପାରିବି ନାହିଁ ବୋଲି ଟିକେ ଦୁଃଖିତ। କିନ୍ତୁ ସେମାନଙ୍କ ସହିତ ସମୟ ବିତାଇବାକୁ ନେଇ ଉତ୍ସାହିତ ମଧ୍ୟ। ସେ ଆମେରିକାର ଜଣେ ବ୍ୟବସାୟୀ, ଅଭିନେତା ନୁହଁନ୍ତି। ଜଣେ ଚମତ୍କାର ବ୍ୟକ୍ତି ଏବଂ ଦୟାଳୁ। ମୋତେ ତାଙ୍କ ସହ ରହିବାକୁ ଭଲ ଲାଗୁଛି।"

ଆହୁରି ପଢ଼ନ୍ତୁ: President Helicopter Stuck on Helipad: ସୁରକ୍ଷାରେ ବଡ଼ ତ୍ରୁଟି: ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

କିଭଳି ଆରମ୍ଭ ହୋଇଥିବା ପବିତ୍ରା-ଏଜାଜ୍‌ଙ୍କ ପ୍ରେମ ସମ୍ପର୍କ

‘ବିଗ୍‌ ବସ୍‌’ ଗୃହରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମରୁ ଆଦୌ ବି ପଡୁନଥିଲା। ପବିତ୍ର ଓ ଏଜାଜ୍‌ଙ୍କୁ ଅଧିକାଂଶ ସମୟରେ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଥିଲା। ହେଲେ ସୋ’ ଶେଷ ହେବା ବେଳକୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ବାହାରକୁ ବାହାରିବା ପରେ ସେମାନେ ନିଜର ଅନେକ ଫଟୋ ଓ ଭିିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିଲେ।

ଆହୁରି ପଢ଼ନ୍ତୁ: court verdict about marraige: ବିବାହ ଛୁଆଙ୍କ ଖେଳ ନୁହେଁ: ହାଇକୋର୍ଟ

କେବଳ ସେତିକି ନୁହେଁ, ଦୁହେଁ ଦୁହିଁଙ୍କୁ ଭଲପାଆନ୍ତି ବୋଲି ସର୍ବସମ୍ମୁଖରେ ସ୍ବୀକାର କରିବା ସହ ମଲାଦସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ସାଥୀ ହୋଇ ରହୁଥିଲେ। ମାତ୍ର ସେମାନଙ୍କ ସଂପର୍କର ଆୟୂଷ ବେଶି ଦିନ ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe