ମୁମ୍ବାଇ:"ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ"ରେ ଚୁଟକି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିବା ପୂଜା ରୂପାରେଲ ନିଜ ସଂଘର୍ଷର କାହାଣୀ ବିଷୟରେ କହିଛନ୍ତି। ପୂଜା ଛୋଟ ବୟସରୁ ବାପା ମା’ଙ୍କୁ ହରାଇବା ସହ ନିଜ ଏବଂ ନିଜ ଉଭଣୀ ମାନଙ୍କର ଯତ୍ନ ନେଇଥିଲେ। ହଠାତ ବାପାଙ୍କ ଦେହାନ୍ତ ହେବା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ସେଥିପାଇଁ  ସେ ଡିପ୍ରେସନ ଗ୍ରସ୍ତ ହେବା ସହିତ  ଆତ୍ମହତ୍ୟା କରିବାକୁ ଚେଷ୍ଚା କରିଥିଲେ । ନିଜ କାହାଣୀ କହିବା ଭିତରେ ସେ ସୋନାକ୍ଷୀଙ୍କ ବାହାଘର ବିଷୟରେ ମଧ୍ୟ କହିଥିଲେ।

Advertisment

୧୯୯୩ ରେ  ଅଙ୍କଲ୍ ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ପୂଜା କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ "ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ"ରେ କାଜଲଙ୍କ ଭଉଣୀ ଭୂମିକାରେ ସେ ନଜର ଆସିଥିଲେ। ଚଳଚ୍ଚିତ୍ରରେ ତାଙ୍କର ଏହି ଭୁମିକା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ଆହୁରି ପଢ଼ନ୍ତୁ: Daughter-in-Law Burns Mother-in-Law Alive: ଏମିତି ବୋହୂ: ୟୁଟ୍ୟୁବ୍ ଦେଖି ପିଲାମାନଙ୍କୁ ଖେଳରେ ଫସାଇ ଶାଶୁଙ୍କୁ ଜୀବନ୍ତ ଜାଳି ଦେଲେ

ସେ ହିନ୍ଦୀ ଚଳଚ୍ଚିତ୍ର X ପାଷ୍ଟ ଇଜ୍ ପ୍ରେଜେଣ୍ଟ ଏବଂ ଗୁଜୁରାଟୀ ଚଳଚ୍ଚିତ୍ର ପେଲା ଅଧି ଅକ୍ଷର ଭଳି ପ୍ରୋଜେକ୍ଟରେ  ଅଭିନୟ କରିଥିଲେ। ଅଭିନୟ ବ୍ୟତୀତ, ସେ ଜଣେ ଗାୟିକା ଏବଂ ଜଣେ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଭାବରେ ମଧ୍ୟ ପରିଚିତି ହାସଲ କରିଛନ୍ତି। ସବୁକିଛି ଠିକ ଥିଲେ ମଧ୍ୟ ନିଜର ବାପା ଏବଂ ମା’ଙ୍କୁ ହରାଇ ପୂଜା  ଭାଙ୍ଗିପଡିଥିଲେ। ସାରା ବିଶ୍ବ ରେ ଯେତେବେଳେ କୋଭିଡର କରାଳ ଛାୟା ବିସ୍ତାର କରିଥିଲା ସେତେବେଳେ ପୂଜା ରୂପାରେଲ ମଧ୍ୟ ଏଥିରୁ ବାଦ ପଡି ନଥିଲେ। କୋଭିଡର ସମୟ ତାଙ୍କ ପାଇଁ ଆହୁରି କଠିନ ହୋଇ ପଡିଥିଲା। ଏହି ସମୟରେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ।

ପୂଜା ସୋନାକ୍ଷୀଙ୍କ ମା’ଙ୍କ ନିକଟତର

ସେ ସୋନାକ୍ଷୀଙ୍କ ମା’ ପୁନମ ସିହ୍ନା ପୂଜାଙ୍କର ଅତି ନିକଟତର ଥିଲେ। ପୂଜାଙ୍କ ମା’ଙ୍କ ମୃତୁ ପରେ ସୋନାକ୍ଷୀଙ୍କ ମା’ ତାଙ୍କୁ ନିଜ ଝିଅ ପରି ଭଲ ପାଉଥିଲେ। ଖରାପରୁ ଖରାପ ପରିସ୍ଥିତିରେ ବି ପୁନମ ସିହ୍ନା ତାଙ୍କୁ କେବେ ଏକା ଛାଡ଼ି ନଥିଲେ। ପୂଜାଙ୍କୁ ମଟନ ଖାଇବାକୁ ଭଲଲାଗେ ବୋଲି ସୋନାକ୍ଷୀଙ୍କ ମା’ ତାଙ୍କ ପାଖକୁ ମଟନ ରାନ୍ଧି ପଠାଉଥିଲେ। ପୂଜା ସୋନାକ୍ଷୀଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। ପୂଜା ସୋନାକ୍ଷୀ ସିହ୍ନାଙ୍କ ସମ୍ପର୍କୀୟ ଭଉଣୀ। ବେଳେବେଳେ ପୂଜା ସୋନାକ୍ଷୀଙ୍କ ସହ କଥା ହୁଅନ୍ତି। ସୋନାକ୍ଷୀଙ୍କ କୌଣସି ଫିଲ୍ମ ରିଲିଜ ହେଲେ ସେ ତାଙ୍କୁ ହ୍ବାଟସପ୍ ବା ଫୋନ ଜରିଆରେ ଅଭିନନ୍ଦନ ଦିଅନ୍ତି । ଏହାରି ଭିତରେ ପୂଜା ରୂପାରେଲ ସ୍ପଷ୍ଟ କରିଥିଲେ ଯେ, ସେ ସୋନାକ୍ଷୀଙ୍କୁ କେବେ କାମରେ ସାହାଯ୍ୟ ମାଗି ନାହାନ୍ତି ।

ବିବାହରେ ନଥିଲେ ଦୁଇ ଭାଇ

ସୋନାକ୍ଷୀ ସିହ୍ନା ୨୩ ଜୁନ୍, ୨୦୨୪ରେ ମୁମ୍ବାଇରେ ଜାହିର ଇକବାଲଙ୍କୁ ବିବାହ କରିଥିଲେ। ଜାହିର ଅଲଗା ଧର୍ମର ହୋଇଥିବାରୁ ତାଙ୍କ ବିବାହରେ ତାଙ୍କ ଦୁଇଭାଇ ଲଭ ଏବଂ କୁଶ ଯୋଗଦେଇ ନଥିଲେ। ଏହି ବିବାହରେ ସେମାନେ ଖୁସି ନଥିଲେ। ପରେ୍ ସମୟ ଅନୁସାରେ ସବୁକିଛି ଠିକ୍ ହୋଇ ଯାଇଥିଲା।  ଲଭ ଏବଂ ସୋନାକ୍ଷୀ ଏକ ସମ୍ପୂର୍ଣ୍ଣ ଫିଲ୍ମରେ ଏକାଠି କାମ କରିଥିଲେ। ଏହାର କିଛି ଦିନ ପରେ  ପୂରା ପରିବାର 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ'ରେ ଏକାଠି ନଜର ଆସିଥିଲେ ।

ଆହୁରି ପଢ଼ନ୍ତୁ:Earthquake in Andaman: ଆଣ୍ଡାମାନରେ ଭୂକମ୍ପ: ତୀବ୍ରତା ୫.୪

ରିପୋର୍ଟ: ଅର୍ପିତା ରଥ