Advertisment

Prem Chopra: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରେମ ଚୋପ୍ରା; ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତର ଦେଲେ ପ୍ରତିକ୍ରିୟା

Advertisment

ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଅଭିନେତା ପ୍ରେମ ଚୋପ୍ରା ମୁମ୍ବାଇର ବାନ୍ଦ୍ରାସ୍ଥିତି ଲୀଳାବତୀ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି । ଶରୀରରେ ସଂକ୍ରମଣ ବ୍ୟାପିଯିବାରୁ ହୋଇପଡ଼ିଥିଲେ ଅସୁସ୍ଥ।

ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଅଭିନେତା ପ୍ରେମ ଚୋପ୍ରା ମୁମ୍ବାଇର ବାନ୍ଦ୍ରାସ୍ଥିତି ଲୀଳାବତୀ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି । ଶରୀରରେ ସଂକ୍ରମଣ ବ୍ୟାପିଯିବାରୁ ହୋଇପଡ଼ିଥିଲେ ଅସୁସ୍ଥ।

Untitled-19

prem-chopra-admitted-to-hospital Photograph: (@sambad.in)

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତ କିଛି ଦିନ ଧରି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା୍ଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଧର୍ମପତ୍ନୀ ହେମାମାଳିନୀ ପ୍ରତିକ୍ରିୟା ଦେଇ କହିଛନ୍ତି। 

ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଅଭିନେତା ପ୍ରେମ ଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିବା ସୂଚନା ମିଳିଛି। ୯୨ବର୍ଷରେ ପ୍ରଦାର୍ପଣ କରିଥିବା ପ୍ରେମ ଚୋପ୍ରାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବାନ୍ଦ୍ରାସ୍ଥିତି ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଡାକ୍ତର ନୀତିନ ଗୋଖଲେ ଏବଂ ଜଲିଲ ପାର୍କରଙ୍କ ତତ୍ତ୍ୱାବଧାନରେ ପ୍ରେମଙ୍କ ଚିକିତ୍ସା ଚାଲିଛି।

ଅଧିକପଢ଼ନ୍ତୁ:ସଲାମାବାଦ ହାଇକୋର୍ଟ ନିକଟରେ କାର୍ ବିସ୍ଫୋରଣ, ୯ ମୃତ

ହସ୍ପିଟାଲରେ ଭର୍ତ୍ତିଲେ ପ୍ରେମ ଚୋପ୍ରା

ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ପ୍ରେମ ଚୋପ୍ରାଙ୍କ ଶରୀରରେ ସଂକ୍ରମଣ ବ୍ୟାପିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ।  ତେଣୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଛି। ତାଙ୍କୁ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ।

କିଛି ବର୍ଷ ପୂର୍ବେ ପ୍ରେମ ଚୋପ୍ରା ଅସୁସ୍ଥ ହୋଇପଡ଼ିଥି‌ଲେ। ଏହି ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ମିଥ୍ୟା ଖବର ପ୍ରଚାର ହୋଇଥିଲା। ଏଭଳି ଗୁଜବ ଖବରକୁ ନେଇ ଅଭିନେତା ନିଜେ ସାମ୍ନାକୁ ଆସି ହସିହସି ଲୋକଙ୍କୁ କହିଥିଲେ, ‘ମୁଁ ଜୀବିତ ଅଛି। ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଅନୁରୋଧ କୌଣସି ବ୍ୟକ୍ତଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ। ଏହା ଉକ୍ତ ବ୍ୟକ୍ତିଙ୍କ ସମେତ ସେମାନଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ କଷ୍ଟ ଦେଇଥାଏ। ଦାୟିତ୍ୱପୂର୍ଣ୍ଣ ଭାବରେ ଖବର ପ୍ରଚାର ଓ ପ୍ରସାର କରିବାକୁ ମୋର ସମସ୍ତଙ୍କୁ ଅନୁରୋଧ।’

ଅଧିକପଢ଼ନ୍ତୁ:ଦିଲ୍ଲୀ ବିସ୍ଫୋରଣରେ ବ୍ୟବହୃତ କାର ଗୋଟିଏ ବର୍ଷ ମଧ୍ୟରେ ୭ଥର ହୋଇସାରିଛି ବିକ୍ରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe