ନୂଆଦିଲ୍ଲୀ: ଲୋକପ୍ରିୟ ସିନେମା ନିର୍ମାତା ତଥା କବି, ଲେଖକ, ପୂର୍ବତନ ରାଜ୍ୟସଭା ସଦସ୍ୟ(୧୯୯୮ରେ ପ୍ରୀତିଶ ନନ୍ଦୀ ମହାରାଷ୍ଟ୍ରରୁ ଶିବସେନା ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ) ଓ ବରିଷ୍ଠ ସାମ୍ବାଦିକ ଥିବା ପ୍ରୀତିଶ ନନ୍ଦୀଙ୍କ ହୃଦରୋଗରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।
ଅଧିକପଢ଼ନ୍ତୁ: ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଅନ୍ୟ ଯୁବତୀଙ୍କ ସହ ନଜର ଆସିଲେ ୟୁଜି
ପ୍ରୀତିଶ ନନ୍ଦୀଙ୍କ ଘନିଷ୍ଠ ସାଙ୍ଗ ଅନୁପମ ଖେର ସିନେମା ନିର୍ମାତା ପ୍ରୀତିଶ ନନ୍ଦୀଙ୍କ ମୃତ୍ୟୁ ସମ୍ପର୍କରେ ଦୁଃଖଦ ସୂଚନା ଦେଇ ଏକ ପୋଷ୍ଟ ସେୟାର କରି ଳେଖିଥିଲେ,"ମୋର ସବୁଠାରୁ ପ୍ରିୟ ଏବଂ ନିକଟତମ ବନ୍ଧୁ ପ୍ରୀତିଶ ନନ୍ଦୀଙ୍କ ମୃତ୍ୟୁ ବିଷୟରେ ଜାଣି ମୁଁ ବହୁତ ଦୁଃଖିତ ଏବଂ ମର୍ମାହତ! ସେ ଜଣେ ଚମତ୍କାର କବି, ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ ଜଣେ ସାହସୀ ଏବଂ ଅନନ୍ୟ ସମ୍ପାଦକ/ସାମ୍ବାଦିକ ଥିଲେ! ସେ ମୁମ୍ବାଇର ବାସିନ୍ଦା ଥିଲେ। ମୋର କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ମୋର ଶକ୍ତିର ଏକ ବଡ଼ ଉତ୍ସ ଥିଲେ। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି।’
ଏହି କ୍ରମେ ନୀନା ଗୁପ୍ତା କରିଥିବା ଏକ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ନୀନା ଗୁପ୍ତା ପ୍ରୀତିଶ ନନ୍ଦୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାକୁ ମନା କରିଦେଇଛନ୍ତି।
ନୀନା ପ୍ରୀତିଶ ନନ୍ଦୀଙ୍କ ଉପରେ ତାଙ୍କ ଝିଅ ମସାବା ଗୁପ୍ତାଙ୍କ ଜନ୍ମ ପ୍ରମାଣପତ୍ର ଚୋରି କରି ପ୍ରକାଶ କରିବାର ଅଭିଯୋଗ କରି କହିଛନ୍ତି, ‘ ଆପଣମାନେ ଜାଣନ୍ତି ସେ ମୋ ସହିତ କ'ଣ କରିଥିଲେ, ଯେଉଁ କାରଣରୁ ମୁଁ ତାଙ୍କୁ ଖୋଲାଖୋଲି ଭାବେ ଅଶ୍ଳୀଳ ଭାଷାରେ ଗାଳି କରିଥିଲି।
ସେ ମୋ ଶିଶୁର ଜନ୍ମ ପ୍ରମାଣପତ୍ର ଚୋରି କରି ପ୍ରକାଶ କରିଥିଲେ। ତେଣୁ ତାଙ୍କ ମୃତ୍ୟୁକୁ ନେଇ ମୁଁ କୌଣସି ପ୍ରକାର ଦୁଃଖ ବ୍ୟକ୍ତ କରି ପାରିବି ନାହିଁ। ଭାବୁଛି ଆପଣମାନେ ମୋର ଭାବନା ବୁଝି ପାରୁଥିବେ। ମୋ ପାଖରେ ଏହାର ପ୍ରମାଣ ବି ଅଛି।" "
ଅଧିକପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏହା ପୂର୍ବରୁ ନୀନା ଗୁପ୍ତା ଟ୍ୱିଟରରେ ଲୋକମାନଙ୍କୁ ନନ୍ଦୀଙ୍କ ଜନ୍ମଦିନ ପାଳନ ନକରିବାକୁ ଅନୁରୋଧ କରି କହିଥିଲେ,‘ ନନ୍ଦୀ ତାଙ୍କୁ ବହୁତ ହଇରାଣ କରିଥିଲେ। ତାଙ୍କର ଶେଷ ସାକ୍ଷାତକାରରେ, ନୀନା ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଜଣେ ସାମ୍ବାଦିକ ତାଙ୍କ ଶିଶୁର ଜନ୍ମ ପ୍ରମାଣପତ୍ର ଚୋରି କରିଥିଲେ । ସେ ଶିଶୁର ପିତାଙ୍କ ପରିଚୟ ପ୍ରକାଶ କରିବା ପାଇଁ ଏପରି କରିଥିଲେ।’