ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା ୨'ର ରିଲିଜ୍ ତାରିଖ ଚୂଡ଼ାନ୍ତ ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଲୋକମାନଙ୍କର ଏହି ଉତ୍ସାହର ଖରାପ ଫଳାଫଳ ବୁଧବାର ରାତିରେ ଦେଖିବାକୁ ମିଳିଥିଲା ​। ଯେତେବେଳେ ଅଲୁ ଅର୍ଜୁନ ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ୍ସରେ ପ୍ରଶଂସକଙ୍କ ମଧ୍ୟରେ ପହଞ୍ଚିଥିଲେ।
ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଅଭିନେତାଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହି ଭିଡ଼ରେ ଜଣେ ଶିଶୁ ବେହୋସ୍ ହୋଇଯାଇଥିବାବେଳେ ତାକୁ ଧରି ଆସିଥିବା ମା’ଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଲୁ ଅର୍ଜୁନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ତାଙ୍କ ଚଳଚ୍ଚିତ୍ର ପୁଷ୍ପା-୨ର ପ୍ରିମିୟର କରିବାକୁ ଯାଉଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଭିଡ଼ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଥିଏଟର ବାହାରେ ଜମା ହୋଇଥିଲା ​। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡିଥିଲା। ପ୍ରଶଂସକଙ୍କ ଭିଡ ମଧ୍ୟରେ ଅଲୁ ଅର୍ଜୁନ ଶେଷରେ ପହଞ୍ଚିଥିଲେ। ଲୋକମାନେ ଅଭିନେତାଙ୍କୁ ଦେଖିବା ପାଇଁ ଦୌଡାଦୌଡି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ହୋଇଥିଲା।
ହାଇଦ୍ରାବାଦରୁ ଆସିଥିବା ଭିଡିଓରେ ବହୁ ଲୋକ ଅଲୁଙ୍କ କାରକୁ ଘେରି ରହିଥିଲେ। ଏହି ଦୁର୍ଘଟଣା ପରେ ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା-୨'କୁ ନେଇ ଏକ ବଡ ଅସନ୍ତୋଷ ଦେଖାଦେଇଛି। ପ୍ରଶଂସକମାନେ 'ପୁଷ୍ପା-୨' ଦେଖିବାକୁ ଆଗ୍ରହୀ। ଏହି ସମୟ ମଧ୍ୟରେ ଫିଲ୍ମ ସୋ’ର ସମୟ ଉପରେ ମଧ୍ୟ ଆପତ୍ତି ଉଠାଯାଇଛି। 'ପୁଷ୍ପା-୨'ର ସୋ’ ହାଇଦ୍ରାବାଦ ପ୍ରେକ୍ଷାଳୟରେ ଭୋର ୩ ଟାରେ ଧାର୍ଯ୍ୟ କରାଯାଇଥିଲା।
ଏଥିରେ ଅସନ୍ତୋଷ ପ୍ରକାଶ କରି କନ୍ନଡ ଚଳଚ୍ଚିତ୍ର ନିର୍ମାତା ସଂଘ ବେଙ୍ଗାଲୁରୁ ଜିଲ୍ଲା କମିଶନରଙ୍କୁ ଏକ ଚିଠି ଲେଖିଥିଲେ। ଆସୋସିଏସନ କହିଛି ଯେ, ଆଇନ ଅନୁଯାୟୀ ସକାଳ ୬ ଟା ପୂର୍ବରୁ ଥିଏଟରରେ କୌଣସି ଫିଲ୍ମ ଦେଖାଯାଇପାରିବ ନାହିଁ। ଏହା ପରେ ମଧ୍ୟ ପ୍ରେକ୍ଷାଳୟରେ 'ପୁଷ୍ପା-୨'ର ସୋ’ଭୋର୍ ୩ ଟାରେ ଧାର୍ଯ୍ୟ କରାଯାଇଛି।
ଅଧିକ ପଢ଼ନ୍ତୁ: ଭାରତୀୟ ମାଲବାହୀ ଜାହାଜର ୧୨ କର୍ମଚାରୀଙ୍କୁ ଉଦ୍ଧାର କଲେ ପାକିସ୍ତାନୀ ସେନା
'ବୁକ୍ ମାଇ ସୋ' ଚିଠିରେ ଲିଖିତ ମିନି ଥିଏଟର ଏହି ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଏହା ସହିତ କମିସନରଙ୍କ କାର୍ଯ୍ୟାଳୟ ମଧ୍ୟ ଥିଏଟରଗୁଡ଼ିକର ନାମ ତାଲିକା ଦେଇଛି। ଏସବୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି।
ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସରକାର 'ପୁଷ୍ପା-୨'ର ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ। 'ପୁଷ୍ପା-୨'ର ଟିକେଟ୍ ହାର ବୃଦ୍ଧି ପାଇଁ ଅନୁମତି ପାଇଁ ଅଲୁ ଅର୍ଜୁନ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। 'ପୁଷ୍ପା-୨' ଡିସେମ୍ବର ୫ରେ ଦେଶବ୍ୟାପୀ ମୁକ୍ତିଲାଭ କରିଛି।
ଅଧିକ ପଢ଼ନ୍ତୁ: କଲେଜରେ ପ୍ରେମ ଶିକ୍ଷା!: ଜନସଂଖ୍ୟା ହ୍ରାସ ନେଇ ଚୀନ୍ ସରକାରଙ୍କ ନୂଆ ଯୋଜନା
Follow Us