ମୁଁ ବି କାଷ୍ଟିଂ କାଉଚର ଶିକାର ହୋଇଛି

ନିକଟରେ ରବି କିଶନ ବଲିଉଡରେ କାଷ୍ଟିଂ କାଉଚକୁ ନେଇ କହିଛନ୍ତି, ‘ପ୍ରତ୍ୟେକଟି ପ୍ରୋଫେସନରେ, ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏମିତି ଘଟଣା ଘଟିଥାଏ। ଯେତେବେଳେ କାମ ନିହାତି ଆବଶ୍ୟକ ଥାଏ ଟଙ୍କାର ଆବଶ୍ୟକ ଥାଏ, ସଂଘର୍ଷ କରିବାକୁ ପଢ଼ୁଥାଏ। ସେଭଳି କ୍ଷେତ୍ରରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥାଏ।

e

ମୁମ୍ବାଇ: ଭୋଜପୁରୀ ତାରକା ରବି କିଶନ ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ସଫଳ ରାଜନେତା । ଭୋଜପୁରୀ ଚଳଚ୍ଚିତ୍ର ବ୍ୟତୀତ ରବି କିଶନ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ନାମ ଅର୍ଜନ କରିଛନ୍ତି। 

ଅଧିକପଢ଼ନ୍ତୁ:ନିଖୋଜ ଶୁଆକୁ ଖୋଜି ଆଣିଲେ ମିଳିବ ଲକ୍ଷେ ଟଙ୍କାର ପୁରସ୍କାର

କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଲାପତା ଲେଡିଜ୍'ରେ ପୁଲିସ ଅଧିକାରୀ ଶ୍ୟାମ ମନୋହର ଭୂମିକାରେ ରବି କିଶନଙ୍କ ଅଭିନୟକୁ ସମସ୍ତେ ଭୁରିଭୁରି ପସନ୍ଦ କରିଛନ୍ତି। 

ନିକଟରେ ରବି କିଶନ ବଲିଉଡରେ କାଷ୍ଟିଂ କାଉଚକୁ ନେଇ କହିଛନ୍ତି, ‘ପ୍ରତ୍ୟେକଟି ପ୍ରୋଫେସନରେ, ପ୍ରତ୍ୟେକ ଇଣ୍ଡଷ୍ଟ୍ରିରେ ଏମିତି ଘଟଣା ଘଟିଥାଏ। ଯେତେବେଳେ ଆପଣ ଯୁବାଅବସ୍ଥାରେ ଥାଆନ୍ତି, କାମ ନିହାତି ଆବଶ୍ୟକ ଥାଏ ଟଙ୍କାର ଆବଶ୍ୟକ ଥାଏ, ସଂଘର୍ଷ କରିବାକୁ ପଢ଼ୁଥାଏ। ସେଭଳି କ୍ଷେତ୍ରରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥାଏ। ଯିଏ ମାନିଗଲା ତ ଭଲ ଯିଏ ନମାନିଲା ତାକୁ କାମରୁ ବିଭିନ୍ନ ପ୍ରକାର ବାହାନା କରି ବାହାର କରି ଦିଆଯାଇଥାଏ। ମୁଁ ବି ଏପରି କିଛି ଘଟଣାର ଶିକାର ହୋଇଛି। 

ଅଧିକପଢ଼ନ୍ତୁ:କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ ମାମଲା: ସହକାରୀ ଜିଲ୍ଲାପାଳ ନିଲମ୍ବିତ

ରବି କିଶନ ଅଭନୟ କରିଥିବା କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଲାପତା ଲେଡିଜ୍'ରେ ୯୭ତମ ଏକାଡେମୀ ଆୱାର୍ଡ (ଅସ୍କାର) ଦୌଡ଼ରୁ ବାଦ୍ ପଡ଼ିଛି। ଫିଲ୍ମଟି ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ଶେଷ ୧୫ରେ ସ୍ଥାନ ପାଇବାରେ ବିଫଳ ହୋଇଛି। ଏହା ସହିତ ଭାରତୀୟ ଚଳଚ୍ଚିତ୍ରପ୍ରେମୀ ନିରାଶ ହୋଇଛନ୍ତି । ଦର୍ଶକମାନେ ଆଶା କରିଥିଲେ ଯେ ଫିଲ୍ମକୁ ଚୟନ କରାଯିବ, କିନ୍ତୁ ଦୁଃଖର କଥା ଏହା ହୋଇପାରିଲା ନାହିଁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe