Rajinikanth: ରଜନୀକାନ୍ତଙ୍କ ଅବସରକୁ ନେଇ ଜୋର ଧରିଛି ଚର୍ଚ୍ଚା

ରଜନୀକାନ୍ତଙ୍କ ଅବସରକୁ ନେଇ ଜୋର ଧରିଛି ଚର୍ଚ୍ଚା ।୨୦୨୭ରେ ସୁଟିଂ ହେବାକୁ ଥିବା ସିନେମା ରଜନୀକାନ୍ତଙ୍କ ଅଭିନୟ ଜୀବନର ଶେଷ ସିନେମା ହେବ ବୋଲି କୁହାଯାଉଛି। ଏହାର ସୁଟିଂ ୨୦୨୭ରେ ହେବ ଆରମ୍ଭ।

Untitled-38

rajinikanth-may-retire-after-film-with-kamal-haasan Photograph: (sambad.in)

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ୭୪ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। କିଛିଦିନ ହେବ ତାଙ୍କର ଅଭିନୟ ଜୀବନରୁ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। 

ଘନିଷ୍ଠ ବନ୍ଧୁଙ୍କ ସହ ଅଭିନୟ କରିବେ ରଜନୀକାନ୍ତ

ଏଭଳି ପରିସ୍ଥିତିରେ ରଜନୀକାନ୍ତ ତାଙ୍କ ଘନିଷ୍ଠ ବନ୍ଧୁ କମଲ ହାସନଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ରଜନୀକାନ୍ତଙ୍କ କ୍ୟାରିୟରର ଶେଷ ଫିଲ୍ମ ହେବ ବୋଲି କୁହାଯାଉଛି। ଯାହାର ସୁଟିଂ ୨୦୨୭ ମସିହାରେ ଆରମ୍ଭ ହେବ।

ଅଧିକପଢ଼ନ୍ତୁ:ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, ମଛଲିପାଟନମ ଠାରୁ ୫୦କିମି ଦୂରରେ ବାତ୍ୟା

ପ୍ରକାଶିତ ରିପୋର୍ଟ ମୁତାବକ, ରଜନୀକାନ୍ତ ଏବଂ କମଲ ହାସନ ଏକାଠି କାମ କରୁଥିବା ଫିଲ୍ମଟି ପ୍ରଖ୍ୟାତ ନିର୍ଦ୍ଦେଶକ ନେଲସନଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଏହି ଫିଲ୍ମ ପରେ ରଜନୀକାନ୍ତ ଅଭିନୟ ଜୀବନରୁ ଅବସର ନେବାକୁ ଯୋଜନା କରୁଛନ୍ତି। ନେଲସନଙ୍କ ବ୍ୟତୀତ  ସୁନ୍ଦର ସିଙ୍କ ସହିତ ଏକ ଫିଲ୍ମରେ ବି କମଲ ହାସନ ଏବଂ ରଜନୀକାନ୍ତ ଅଭିନୟ କରିବାକୁ ଯାଉଛନ୍ତି। କମଲ ହାସନ ଏବଂ ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ ହେବ ବୋଲି କୁହଯାଉଛି। 

ଦୀର୍ଘ ୪୮ ବର୍ଷ ପରେ ଦୁଇ ସୁପରଷ୍ଟାର ଏକାଠି ଆସିବେ ନଜର

ଏହି ଫିଲ୍ମ ଦୀର୍ଘ  ୪୮ ବର୍ଷ ପରେ ଦୁଇ ସୁପରଷ୍ଟାରଙ୍କୁ ପରଦାରେ ଏକାଠି କରିବ। ବଡ଼ପରଦାରେ ରଜନୀକାନ୍ତ ଏବଂ କମଲଙ୍କ ଯୋଡ଼ିକୁ ପୁଣିଥିରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।  ଦୁହିଁଙ୍କୁ ଶେଷ ଥର ପାଇଁ ୧୯୭୯ ଫିଲ୍ମ "ଅଲାଉଦ୍ଦିନମ୍ ଅଥବୁଥା ଭିଲକ୍କୁମ" ରେ ଏକାଠି ଦେଖିବାକୁ ମିଳିଥିଲା

ଅଧିକପଢ଼ନ୍ତୁଅସୁସ୍ଥ ଶିଶୁର ବାପାଙ୍କୁ ଚାପୁଡ଼ା ମାରି ଚିକିତ୍ସା କରିବା ପାଇଁ ମନା କରିଦେଲେ ଡାକ୍ତରାଣୀ:

Rajinikanth kamal -haasan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe