Rajpal Yadav granted bail: ଚେକ୍‌ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌

Advertisment

ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୯ କୋଟି ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡ ଅଭିନେତା ରାଜପାଲଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଛି।

ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୯ କୋଟି ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡ ଅଭିନେତା ରାଜପାଲଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଛି।

Rajpal Yadav granted bail

Rajpal Yadav granted bail

ନୂଆଦିଲ୍ଲୀ: ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୯ କୋଟି ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡ ଅଭିନେତା ରାଜପାଲଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଜାମିନ୍‌ ମିଳିଛି। ହାଇକୋର୍ଟ ୧୮ ମାର୍ଚ୍ଚରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ସେହିଦିନ ଅଭିନେତା କୋର୍ଟରେ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କଲ୍‌ ମାଧ୍ୟମରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପାଲଙ୍କୁ ତାଙ୍କ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏହି ଜାମିନ ପ୍ରଦାନ କରାଯାଇଛି। ଏଥାପାଇଁ ତାଙ୍କୁ ପ୍ରତିବାଦୀଙ୍କ ଆକାଉଣ୍ଟରେ ୧ କୋଟି ୫୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିଥିଲା।

ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ

୫୪ ବର୍ଷୀୟ ରାଜପାଲ ୨୦୧୨ ମସିହାରେ ‘ଆତା ପତା ଲାପତା’ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଏମ୍‌/ଏସ୍‌ ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ ଲିମିଟେଡରୁ ୫ କୋଟି ଟଙ୍କା ଉଧାର ନେଇଥିଲେ। ଚଳଚ୍ଚିତ୍ର ବକ୍ସ ଅଫିସରେ ‌ପୂରାପୂରି ଫେଲ୍‌ ମାରିଥିଲା ଓ ରାଜପାଲଙ୍କୁ ବଡ଼ଧରଣର କ୍ଷତି ହୋଇଥିଲା। ସମୟ ସହିତ ଚେକ୍ ବାଉନ୍ସ, ସୁଧ ଏବଂ ଜରିମାନା ଯୋଗୁଁ ବକେୟା ପରିମାଣ ପ୍ରାୟ ୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।ବାରମ୍ବାର ପ୍ରତିଶ୍ରୁତି ଉଲ୍ଲଂଘନ କରିବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ୫ ତାରିଖରେ ରାଜପାଲ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ ଏବଂ ଛଅ ମାସର ଦଣ୍ଡାଦେଶ କାଟୁଥିଲେ। ରାଜପାଲଙ୍କୁ ଜେଲ ହେବା ପରେ ବଲିଉଡ ଅଭିନେତା ସଲମାନ ଖାନ୍‌, ଅଜୟ ଦେବଗନ, ଡେଭିଡ ଧାୱନ ଓ ସୋନୁ ସୁଦ ପ୍ରମୁଖ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ରାଜପାଲଙ୍କ ପତ୍ନୀ ରାଧା ଏପରି ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: Surgical Strike: ୪୦ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ହେବ; ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିବ ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe