ନୂଆଦିଲ୍ଲୀ: ଦ୍ବିତୀୟ ଥର ବାପା ହେବେ ରାମ ଚରଣ। ସାଉଥ୍ ଇଣ୍ଡଷ୍ଟ୍ରିର ପାୱାର କପଲ ଭାବେ ଜଣାଶୁଣା ଅଭିନେତା ରାମ ଚରଣ ଏବଂ ପତ୍ନୀ ଉପାସନା କୋନିଡେଲା ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୁହେଁ ଦୁହେଁ ଦ୍ବିତୀୟ ଥର ପିତାମାତା ହେବେ ବୋଲି ଘୋଷଣା କରିଛନ୍ତି। ଇନଷ୍ଟାରେ ଉପାସନା ଓ ରାମ ବେବି ସାୱାରର ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କ ପାଖରେ ଖୁସି ଖବର ପହଞ୍ଚାଇଛନ୍ତି। 

Advertisment

ପ୍ରଶଂସକମାନେ ଦେଲେ ଶୁଭେଚ୍ଛା

ଭିଡିଓରେ ଉପାସନା ଓ ରାମଚରଣଙ୍କ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ନଜର ଆସିଛନ୍ତି। ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଏବେ ଦୁହିଁଙ୍କ ପ୍ରଶଂସକ ସେମାନଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: History of GulabJamun: ନା ଅଛି ଗୋଲାପ, ନା ଅଛି ଜାମୁ: କାହିଁକି କୁହାଯାଏ ଗୁଲାବଜାମୁନ? କୁଆଡୁ ଆସିଲା ଏମିତି ନାମ?

୨୦୨୩ରେ ପ୍ରଥମ ଥର ହୋଇଥିଲେ ମାତାପିତା

ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଦୁଇ ବର୍ଷ ପୂର୍ବେ, ଏହି ଦମ୍ପତି ୨୦୨୩ ମସିହାରେ ଏକ କନ୍ୟା ସନ୍ତାନଙ୍କୁ ସ୍ୱାଗତ କରିଥିଲେ। ୨୦୧୨ ମସିହାରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୧୩ ବର୍ଷର ବିବାହ ପରେ, ରାମ ଚରଣ ଏବଂ ଉପାସନା ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: Lawyer Pitabas Panda’s death case: ପ୍ରମିଳା-ଚନ୍ଦ୍ରଶେଖର-ଭୃଗୁଙ୍କୁ ଗିରଫ କରିବାକୁ ବିଜେପିର ଦାବି

ଆହୁରି ପଢ଼ନ୍ତୁ: Virat kohli again score zero: ଆଡିଲେଡ୍‌ରେ ବି ବିରାଟଙ୍କୁ ମିଳିଲା ଶୂନ, ମଉଳିଲା ପ୍ରଶଂସକଙ୍କ ଆଶା