ମୁମ୍ବାଇ: ଗତ କିଛି ମାସ ହେବ ଗର୍ଭବତୀ ଥିବା ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍। ଫେବ୍ରୁଆରୀ ମାସରେ ସେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିବା ବେଳେ ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ଜଣାପଡ଼ିଛି।
ଚର୍ଚ୍ଚା ହେଉଛି ଯେ, ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବାର ସମ୍ଭାବନା ରହିଛି। ଏହି ତାରିଖ ସାମ୍ନାକୁ ଆସିବା ପରେ ଏବେ ଜଣାପଡ଼ିଛି ଯେ, ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମ ମଧ୍ୟ ସେପ୍ଟେମ୍ବର ୨୮ରେ ହୋଇଥିଲେ। ରଣବୀର, ଦୀପିକାଙ୍କ ପୂର୍ବ ପ୍ରେମିକ ହୋଇଥିବାରୁ ଏବେ ତାଙ୍କ ଜନ୍ମଦିନରେ ଦୀପିକାଙ୍କ ପ୍ରସବ ହେବା ଏକ ସଂଯୋଗ ବୋଲି ଲୋକେ ଦାବି କରିଛନ୍ତି।
ତେବେ ସୋସିଆଲ ମିଡିଆରେ ସେପ୍ଟେମ୍ବର ୨୮ରେ ଦୀପିକା ମା’ ହେବେ ବୋଲି ଚର୍ଚ୍ଚା ହେଉଥିଲେ ବି ଏପର୍ଯ୍ୟନ୍ତ ଦୀପିକା କି ରଣବୀର ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବର୍ତ୍ତମାନ ଦୀପିକା ତାଙ୍କ ବିରତି ଉପଭୋଗ କରୁଛନ୍ତି। କୁହାଯାଉଛି ଯେ, ଦୀପିକା ପାଦୁକୋନ କିଛି ମାସ ପାଇଁ ନିଜ ସନ୍ତାନର ଯତ୍ନ ନେବେ ଏବଂ ମାର୍ଚ୍ଚ ୨୦୨୫ରେ କାମକୁ ଫେରିବେ। ରିପୋର୍ଟ ଅନୁଯାୟୀ, ତାଙ୍କ ମାତୃତ୍ୱ ଛୁଟି ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ଏବଂ ଏହା ପରେ ସେ ଅମିତାଭ ବଚ୍ଚନ, କମଲ ହାସନ ଏବଂ ପ୍ରଭାସଙ୍କ ସହ ଫିଲ୍ମ କଲ୍କିର ସିକ୍ୱେଲ ସୁଟିଂରେ ବ୍ୟସ୍ତ ରହିବେ।
ଏହା ମଧ୍ୟ କୁହାଯାଉଛି ଯେ, ରଣବୀର-ଦୀପିକା ମାତାପିତା ହେବା ପରେ ନୂଆ ତିଆରି ହୋଇଥିବା ୧୧୦କୋଟିର ଘରକୁ ରହିବାକୁ ଯିବେ । ଦୀପିକା ପାଦୁକୋନ ଏବଂ ରଣବୀର ସିଂ ହେଉଛନ୍ତି ବଲିଉଡର ଆଦର୍ଶ ଦମ୍ପତି। ଏହି ଦମ୍ପତି ୨୦୧୮ରେ ଇଟାଲୀର ହ୍ରଦ କୋମୋରେ ବିବାହ କରିଥିଲେ |
Follow Us