ବୋର୍ଡ ପରୀକ୍ଷା ପାଇଁ ସୁଟିଂ ସେଟରେ ପାଠପଢ଼ୁଛନ୍ତି ରବିନାଙ୍କ ଝିଅ

Advertisment

ସେଟରେ ପାଠପଢ଼ାକୁ ନେଇ ରବିନା ଟଣ୍ଡନଙ୍କ ଝିଅ ରାଶା କହିଥିଲେ, ‘ମୋର ଅଭିନୟ ପାଇଁ ଯେଉଁସବୁ ସଂଳାପ ଅଛି ମୁଁ ତାହାକୁ ମନେ ରଖି ଦେଇଛି। ଏବେ ମୋର ପାଠଢ଼ାର ସମୟ। ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ୧୦ଦିନ ରହିଲା।

ସେଟରେ ପାଠପଢ଼ାକୁ ନେଇ ରବିନା ଟଣ୍ଡନଙ୍କ ଝିଅ ରାଶା କହିଥିଲେ, ‘ମୋର ଅଭିନୟ ପାଇଁ ଯେଉଁସବୁ ସଂଳାପ ଅଛି ମୁଁ ତାହାକୁ ମନେ ରଖି ଦେଇଛି। ଏବେ ମୋର ପାଠଢ଼ାର ସମୟ। ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ୧୦ଦିନ ରହିଲା।

ନବପନ


ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନିଙ୍କ ପିଲାଟି ଦିନରୁ ଅଭିନୟ ପ୍ରତି ଖୁବ ରୁଚି ରହିଛି। ସେ ଅଭିନୟ ଜଗତରେ ପାଦ ଥାପିବେ ବୋଲି ଅନେକ ଦିନ ହେବ ଖବର ଚର୍ଚ୍ଚାରେ ଥିଲା। ସମ୍ପ୍ରତି ସେ ‘ଆଜାଦ’ ସିନେମା ଜରିଆରେ ଅଭିନୟରେ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି। ରିଶାଙ୍କ ସହିତ ଏହି ସିନେମାରେ ଅମନ ଦେବଗନ ବି ଡେବ୍ୟୁ କରିବାର ସୂଚନା ରହିଛି।

ଅଧିକପଢ଼ନ୍ତୁ:ଅଧାରେ ରହିଲା ରାହୁଲ ଗାନ୍ଧୀଙ୍କ ସ୍ବପ୍ନ

ରାଶା ଥଡାନି ଅଭିନେତ୍ରୀ ହେବାର ସ୍ବପ୍ନ ସହିତ ତାଙ୍କ ପାଠପଢ଼ାକୁ ଅବହେଳା କରି ନାହାନ୍ତି। ‘ଆଜାଦ’ ସିନେମାର ସୁଟିଂ ସହିତ ତାଙ୍କ ସ୍କୁଲପାଠପଢ଼ା ବି ଜାରି ରଖିଛନ୍ତି। ସୁଟିଂ ସହିତ ରାଶା ତାଙ୍କ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ସେଟରେ ପ୍ରସ୍ତୁତ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। 

ଯାହାକୁ ଦେଖିବା ପରେ ରାଶାଙ୍କ ଫ୍ୟାନ୍ସ ସଂଖ୍ୟା ବୃଦ୍ଧି ପାଇଯାଇଛି। ଲୋକେ ରାଶାଙ୍କ ପାଠପଢ଼ା ପ୍ରତି ଥିବା ଆଗ୍ରହକୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

ଅଧିକପଢ଼ନ୍ତୁ:ଟିଏମ୍‌ ଲୁଟିଲେ,ସିସିଟିଭି କ୍ୟାମେରା ଏବଂ ହାର୍ଡ ଡିସ୍କ୍ ଭାଙ୍ଗିଲେ

ସେଟରେ ପାଠପଢ଼ାକୁ ନେଇ ରାଶା କହିଥିଲେ, ‘ମୋର ଅଭିନୟ ପାଇଁ ଯେଉଁସବୁ ସଂଳାପ ଅଛି ମୁଁ ତାହାକୁ ମନେ ରଖି ଦେଇଛି। ଏବେ ମୋର ପାଠଢ଼ାର ସମୟ। ବୋର୍ଡ ପରୀକ୍ଷାକୁ ଆଉ ମାତ୍ର ୧୦ଦିନ ରହିଲା। ଏଭଳି କ୍ଷେତ୍ରରେ ମୁଁ ମୋର ପାଠପଢ଼ାକୁ ହେଳା କରି ପାରିବି ନାହିଁ। ତେଣୁ ମେକଅପ ସମୟରେ ଖାଲି ବସିବା ଅପେକ୍ଷା ପରୀକ୍ଷା ପାଇଁ ପ୍ରସ୍ତୁତି କରିନେବାକୁ ମୁଁ ଉଚିତ ମଣିଲି। ମୋର ପ୍ରଥମ ପରୀକ୍ଷା ଭୁଗୋଳ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe