ରେଖାଙ୍କୁ ଏହି ପ୍ରସିଦ୍ଧ ଗାୟିକା ମା’ବୋଲି ଡାକୁଥିଲେ...

ବଲିଉଡର ଚିର ସବୁଜ ଅଭିନେତ୍ରୀ ରେଖା ଚଳଚ୍ଚିତ୍ରଠାରୁ ହୁଏତ ଦୂରରେ ଥାଇପାରନ୍ତି କିନ୍ତୁ ପ୍ରାୟତଃ ସବୁବେଳେ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ କପିଲ ଶର୍ମାଙ୍କ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲରେ ଦେଖିବାକୁ ମିଳିଥିଲା...

WhatsApp Image 2024-12-10 at 9.02.49 PM

ମୁମ୍ବାଇ: ବଲିଉଡର ଚିର ସବୁଜ ଅଭିନେତ୍ରୀ ରେଖା ଚଳଚ୍ଚିତ୍ରଠାରୁ ହୁଏତ ଦୂରରେ ଥାଇପାରନ୍ତି କିନ୍ତୁ ପ୍ରାୟତଃ ସବୁବେଳେ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ କପିଲ ଶର୍ମାଙ୍କ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଅଭିନେତ୍ରୀ ତାଙ୍କ କ୍ୟାରିୟର ସହ ଜଡିତ ଅନେକ କାହାଣୀ ବଖାଣିଥିଲେ।

କପିଲ ଶର୍ମାଙ୍କ ସୋ’ର ଏକ ସେଗମେଣ୍ଟରେ କପିଲ ରେଖାଙ୍କୁ ଭେଟେରାନ ଗାୟିକା ଲତା ମଙ୍ଗେସକରଙ୍କ ଅନୁକରଣ କରିବାକୁ କହିଥିଲେ। ତେବେ ରେଖା ତାଙ୍କ ଅନୁରୋଧକୁ ମନା କରିଦେଇଥିଲେ। ତା’ପରେ କପିଲ ପ୍ରକାଶ କରିଥିଲେ ଯେ, ରେଖାଙ୍କର ଲୋକଙ୍କୁ ଅନୁକରଣ କରିବାର ରହସ୍ୟମୟ ପ୍ରତିଭା ଅଛି, ଯାହା ସେ ମାତ୍ର ଦଶ ମିନିଟରେ କରିପାରିଥାନ୍ତି।

କପିଲ ଶର୍ମା କହିଥିଲେ, ଥରେ ଆମେ ରେଖା ଜୀ ସହିତ ଏକାଠି ବସିଥିଲୁ। ସେ ବହୁତ ଭଲ ଭାବରେ ଅନ୍ୟକୁ ଅନୁକରଣ କରିଥାନ୍ତି। ରେଖା ଜୀ ଜଣଙ୍କ ସହିତ ୫ ମିନିଟ୍ କଥାବାର୍ତ୍ତା କଲେ ତାଙ୍କର ସ୍ୱର, ତାଙ୍କର ଅଭିବ୍ୟକ୍ତି ଅନୁକରଣ କରି ପାରିଥାନ୍ତି। ରେଖା ଜୀଙ୍କର ଏହି ପ୍ରତିଭା ମୋ ହୃଦୟରେ ସ୍ମରଣୀୟ ହୋଇ ସର୍ବଦା ରହିବ। ତା’ପରେ କପିଲ ତାଙ୍କୁ ଲତା ମଙ୍ଗେସକରଙ୍କୁ ଅନୁକରଣ କରିବାକୁ କହିଥିଲେ।

ରେଖା ସେହି ସମୟର ଏକ ଘଟଣା ବର୍ଣ୍ଣନା କରି କହିଥିଲେ ଯେ, ଦିନେ ଲତା ଜୀ ତାଙ୍କୁ ଜନ୍ମଦିନରେ ଡାକିଥିଲେ। ମୁଁ ସେଠାକୁ ଯାଇ ତାଙ୍କୁ କହିଥିଲେ ଯେ, ମୁଁ ତାଙ୍କର ସବୁଠାରୁ ବଡ ପ୍ରଶଂସକ ଏବଂ ଆରଜନ୍ମରେ ଭଗବାନ ମତେ ଲତା ଜୀଙ୍କ ପରି ଜଣେ ଝିଅର ମା’ କରନ୍ତ। ଏହା ମୋର  ପ୍ରାର୍ଥନା। ଭଗବାନ ମତେ ଏହି ଆଶୀର୍ବାଦ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: ମହାକୁମ୍ଭ ୨୦୨୫: ମେଳା ପାଇଁ ୧୩୦ ଘୋଡ଼ା ଏବଂ ୧୬୬ ପୁଲିସଙ୍କୁ ତାଲିମ

ସମସ୍ତଙ୍କ ସାମ୍ନାରେ ମୁଁ ତାଙ୍କୁ କହିଥିଲି, ଲତା ଦିଦି, ମୁଁ ଆପଣଙ୍କର ସବୁଠୁ ବଡ ପ୍ରଶଂସକ ଏବଂ ଯଦି ଭଗବାନ ମୋ କଥା ଶୁଣୁଛନ୍ତି ତେବେ ଆରଜନ୍ମରେ ମୋତେ ଆପଣଙ୍କ ପରି ଜଣେ ଝିଅ ଦିଅନ୍ତୁ।  ଲହା ଶୁଣି ଲତା ଜୀ  କହିଥିଲେ, ଆରଜନ୍ମରେ କାହିଁକି ମୁଁ ଏହି ଜୀବନରେ ତୁମର ଝିଅ।

ରେଖା ଆହୁରି କହିଥିଲେ ଯେ, ସେହି ଦିନଠାରୁ ଲତା ଜୀ ମତେ ମା’ ବୋଲି ଡାକିବା ଆରମ୍ଭ କରିଥିଲେ । ଲତା ଜୀ ସେହି ରାତିରେ ମୋ ନିକଟକୁ ଆସି ମତେ ମାମା ବୋଲି ଡାକିଥିଲେ। ସେଦିନ ଏବଂ ଆଜି, ଲତା ଜୀଙ୍କ ସ୍ୱର ମୋ କାନରେ ପ୍ରତିଧ୍ୱନିତ ହେଉଛି ବୋଲି ରେଖା କହିଥିଲେ। 

ଅଧିକ ପଢ଼ନ୍ତୁ: 

ଲାଲୁଙ୍କ ରାଜନୀତି: ମମତା ଦିଦିଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସକୁ ଗୁଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe