Advertisment

ଅଭି‌ଷେକଙ୍କ ସହ ସମ୍ପର୍କ ନେଇ ପରୋକ୍ଷରେ ଇଙ୍ଗିତ କଲେ ନିମ୍ରତ

Advertisment

ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ସମ୍ପର୍କର ଖବର ମଧ୍ୟରେ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ପରୋକ୍ଷରେ ତାଙ୍କ ସ୍ଥିତିକୁ ନେଇ ନିଶ୍ଚିତ କରିଛନ୍ତି। ସେ ପରୋକ୍ଷରେ ତାଙ୍କର ଏକୁଟିଆଥିବା ସ୍ଥିତିକୁ ନିଶ୍ଚିତ କରିଛନ୍ତି। ତେବେ ସେ ଏ ବିଷୟରେ ଖୋଲାଖୋଲି ଭାବେ କିଛି କହିନାହାନ୍ତି...

ଅଭିଷେକ ବଚ୍ଚନଙ୍କ ସହ ତାଙ୍କ ସମ୍ପର୍କର ଖବର ମଧ୍ୟରେ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ପରୋକ୍ଷରେ ତାଙ୍କ ସ୍ଥିତିକୁ ନେଇ ନିଶ୍ଚିତ କରିଛନ୍ତି। ସେ ପରୋକ୍ଷରେ ତାଙ୍କର ଏକୁଟିଆଥିବା ସ୍ଥିତିକୁ ନିଶ୍ଚିତ କରିଛନ୍ତି। ତେବେ ସେ ଏ ବିଷୟରେ ଖୋଲାଖୋଲି ଭାବେ କିଛି କହିନାହାନ୍ତି...

WhatsApp Image 2024-11-09 at 8.54.35 PM

ମୁମ୍ବାଇ: ବ୍ୟକ୍ତିଗତ ଜୀବନ ଯୋଗୁ ବଲିଉଡ ଅଭିନେତ୍ରୀ ନିମ୍ରତ କୌର ସମ୍ପ୍ରତି ଖବରରେ ଅଛନ୍ତି। ଏହା କୁହାଯାଉଛି ଯେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କ ଭାଙ୍ଗିବାରେ ତାଙ୍କର ହାତଅଛି। ଏହାର କାରଣ ହେଉଛନ୍ତି ନିମ୍ରତ।

ଏସବୁ ମଧ୍ୟରେ ନିକଟରେ ସିଟାଡେଲ ହନି ବନିଙ୍କ ସ୍କ୍ରିନିଂରେ ଯୋଗ ଦେଇଥିବା ଅଭିନେତ୍ରୀ ନିମ୍ରତ କୌର ପରୋକ୍ଷରେ ତାଙ୍କର ସମ୍ପର୍କ ସ୍ଥିତିକୁ ନିଶ୍ଚିତ କରିଛନ୍ତି, ଯାହା ପରେ ପ୍ରଶଂସକମାନେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

ଜୁମ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ନିମ୍ରତ ଏକାକୀ ରହିଥିବା ପ୍ରସଙ୍ଗରେ ରାଜି ହୋଇଥିବା ଦେଖାଯାଇଥିଲା। ଏପରି ମନ୍ତବ୍ୟ ଦେଇ ସେ ପରୋକ୍ଷରେ ତାଙ୍କର ଏକୁଟିଆ ରହିଥିବା ସ୍ଥିତିକୁ ନିଶ୍ଚିତ କରିଛନ୍ତି। ଯଦିଓ ସେ ଏ ବିଷୟରେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିନାହାନ୍ତି । କିନ୍ତୁ ସେ ଅବିବାହିତ ମହିଳାମାନଙ୍କୁ କିଛି ଟିପ୍ସ ଦେଉଥିବାର ଦେଖାଯାଇଥିଲା।

ସେ ତାଙ୍କର ଏକୁଟିଆ ଥିବା ସ୍ଥିତି ସହିତ ଆଗକୁ ଥିବା ନିଜର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ କହିଥିଲେ।

ଅଧିକ ପଢ଼ନ୍ତୁ: ବଚ୍ଚନ ପରିବାରର ପ୍ରକୃତ ମୁଖ୍ୟ ଜୟା, ଐଶ୍ୱର୍ଯ୍ୟା ଶାଶୁଙ୍କ ନିୟମ ଭାଙ୍ଗିଲେ ରକ୍ଷା ନାହିଁ

ଏହାପୂର୍ବରୁ କିଛି ସୂତ୍ରରୁ ଦାବି କରାଯାଇଥିଲା ଯେ ବଚ୍ଚନ ପରିବାର ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଏହି ଗୁଜବରେ ସତ୍ୟର କୌଣସି ତଥ୍ୟ ନାହିଁ। ଯେଉଁଠାରେ ଏହା ମଧ୍ୟ କୁହାଯାଇଥିଲା ଯେ ଅଭିଷେକ ବଚ୍ଚନ ଏହି ପ୍ରସଙ୍ଗରେ ନୀରବ ରହିବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ତାଙ୍କୁ ଏହି ସମୟରେ ବିବାଦରୁ ଦୂରେଇ ରହିବାକୁ କୁହାଯାଇଛି। ତେବେ ନିମ୍ରତ କୌର ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ତାଙ୍କ ପକ୍ଷ ପ୍ରକାଶ କରିନାହାନ୍ତି। 

ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡ଼ପତ୍ର ସମ୍ପର୍କରେ ଚର୍ଚ୍ଚା ଜାରି ରହିଥିବାବେଳେ ନିମ୍ରତଙ୍କ ଏଭଳି ପରୋକ୍ଷ ମନ୍ତବ୍ୟ ବଲିଉଡରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

ଅଧିକ ପଢ଼ନ୍ତୁ: ୧୦ହଜାର ବସ୍ ମାର୍ଶଲ୍ ଚାକିରି ଫେରି ପାଇଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe