ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ପରିବାର ସହିତ କିଛିଦିନ ପୂର୍ବରୁ ଅଲିବାଗ ଯାଇଥିଲେ। ଚଳିତବର୍ଷ ଶାହରୁଖ ଖାନ ଅଲିବାଗରେ ହିଁ ଖ୍ରୀଷ୍ଟମାସ ପାଳନ କରିଥିଲେ। ଖ୍ରୀଷ୍ଟମାସ ପାଳନ ପରେ ଶାହରୁଖ ମୁମ୍ବାଇ ଫେରି ଆସିଛନ୍ତି।
ଅଧିକପଢ଼ନ୍ତୁ:ଭାଇ ନୀତିଶଙ୍କ ଶତକ ପରେ ଉଉଣୀର ପ୍ରତିକ୍ରିୟା
ସୋସିଆଲ ମିଡିଆରେ ଶାହରୁଖଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ବ୍ଲାକ ହୁଡିରେ ନିଜର ଚେହେରା ଢ଼ାଙ୍କିଥିବା ଦେଖିବାକୁ ମିଳୁଛି। ଏଥିସହିତ ସାଥୀରେ ଏକ କୁକୁର ଛୁଆ ଧରିଥିବା ନଜରକୁ ଆସିଛି। ଶାହରୁଖଙ୍କ ସହିତ ଏହି ସମୟରେ ଗୌରୀ ଓ ଝିଅ ସୁହାନା ଖାନ ବି ଥିଲେ।
ଅଧିକପଢ଼ନ୍ତୁ:ହୋଟେଲ ରୁମରୁ ମିଳିଲା ମଲୟାଲମ ଅଭିନେତାଙ୍କ ମୃତଦେହ
ତେବେ ଶାହରୁଖ ହୁଡିରେ ନିଜ ଚେହେରା ଢ଼ାଙ୍କିଥିବା ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ନିରାଶ ହେବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଶାହରୁଖ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ସବୁବେଳେ ଖୋଲା ବହି ପରି ଥାଆନ୍ତି। ତେବେ ଏଥିର ସେ ନିଜ ଚେହେରାକୁ କାହିଁକି ଏଭଳି ହୁଡ଼ିରେ ଲୁଚାଇ କୌଣସି ପ୍ରତିକ୍ରିୟା ନଦେଇ ଚାଲିଗଲେ। ଏହାପଛର କ’ଣ କାରଣ ଥାଇପାରେ।