ଛୁରାମାଡ଼ର ୨୪ବର୍ଷ ପୂର୍ବେ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ ସୈଫ

୨୪ ବର୍ଷ ପୂର୍ବେ ଅର୍ଥାତ ୨୦୦୦ ମସିହାରେ ସୈଫ୍ ଅଲୀ ଖାନ ଏକ ଭୟଙ୍କର ଦୁର୍ଘଟଣା ଶିକାର ହୋଇଥିଲେ। ଏହି ଦୁର୍ଘଟଣାର ଶିକାର ହେବାପରେ ସୈଫଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଶରୀରରେ ୧୦୦ଟି ସିଲେଇ ପଡ଼ିଥିଲା।

rwetr


ମୁମ୍ବାଇ: ସୈଫ୍ ଅଲୀ ଖାନ୍ ଛୁରାମାଡ଼ ଘଟଣା ପରେ ଚର୍ଚ୍ଚା‌ର ପରିସରରେ ରହିଛନ୍ତି।  ଅସ୍ତ୍ରୋପଚାର ପରେ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି ଏବଂ ଡାକ୍ତର ତାଙ୍କୁ ଘରକୁ ଡିସଚାର୍ଜ କରିଦେଇଛନ୍ତି। ତେବେ ଏତେ ବଡ଼ ଦୁର୍ଘଟଣାର ଶିକାର ହେବାପରେ ସୈଫଙ୍କ ଜୀବନ ପ୍ରତି ବିପଦ ଥିଲା, ଯାହା ଭଗବାନଙ୍କ ଆର୍ଶୀବାଦରୁ ଟଳି ଯାଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଅଧିକପଢ଼ନ୍ତୁ:ନକ୍ସଲ ପ୍ରବଣ ଅଞ୍ଚଳର ଯୁବକଯୁବତୀଙ୍କୁ ଭ୍ରମଣ କରାଇଲା ସିଆରପିଏଫ୍‌

ତେବେ ଏହା ପ୍ରଥମଥର ନୁହେଁ ଏହି ଘଟଣାର ୨୪ ବର୍ଷ ପୂର୍ବେ ଅର୍ଥାତ ୨୦୦୦ ମସିହାରେ ସୈଫ୍ ଅଲୀ ଖାନ ଏକ ଭୟଙ୍କର ଦୁର୍ଘଟଣା ଶିକାର ହୋଇଥିଲେ। ଏହି ଦୁର୍ଘଟଣାର ଶିକାର ହେବାପରେ ସୈଫଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଏଠାରେ ଡାକ୍ତର  ସୈଫଙ୍କ ଶରୀରରେ ପ୍ରାୟ  ୧୦୦ଟି ସିଲେଇ ପକାଇଥିଲେ।
ସିନେମା କ୍ୟାୟା କେହେନାର ସୁଟିଂ ସମୟରେ ମୋଟରସାଇକେଲରେ ଷ୍ଟଣ୍ଟ କରୁଥିବା ସମୟରେ ସୈଫଙ୍କ ଦୁର୍ଘଟଣା ଘଟିଥିଲା। 

ଏହି ଦୁର୍ଘଟଣାକୁ ନେଇ ସୁଟିଂ ସେଟର ସଦସ୍ୟମାନେ କହିଥିଲେ,  ସୈଫ୍ ପ୍ରତିଦିନ ମୁମ୍ବାଇରେ  ମୋଟରସାଇକେଲ ଷ୍ଟଣ୍ଟ ଅଭ୍ୟାସ କରୁଥିଲେ। ସମ୍ପୂର୍ଣ୍ଣ ସଟ୍ ନିଆଯାଇଥିଲା କିନ୍ତୁ ସହ-ଅଭିନେତା ପ୍ରୀତି ଜିଣ୍ଟାଙ୍କୁ ପ୍ରଭାବିତ କରିବା ପାଇଁ, ସୈଫ୍ ପୁଣି ଥରେ ଷ୍ଟଣ୍ଟ୍ କରିଥିଲେ। ଯାହା ତାଙ୍କୁ ମହଙ୍ଗା ପଡ଼ିଯାଇଥିଲା। ଦୁର୍ଘଟଣାର ଶିକାର ହେବାପରେ ସୈଫ ପବନରେ ଉଡ଼ି ଚଟଣାରେ ଝିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ଅଧିକପଢ଼ନ୍ତୁ:୫ ବର୍ଷରେ ଦିଲ୍ଲୀରୁ ବେକାରି ହଟିବ : କେଜ୍ରିଓ୍ବାଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe