ନୂଆଦିଲ୍ଲୀ: ଗତମାସରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ତାଙ୍କ ଉପରେ ଛୁରାମାଡ଼ କରିଥିଲା। ଏହି ଆକ୍ରମଣର ଶିକାର ହେବାପରେ ସୈଫଙ୍କୁ ମୁମ୍ବାଇସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମେରୁଦଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ହସ୍ପିଟାଲରେ ପାଞ୍ଚ ଦିନ ରହିବା ପରେ ସୈଫ ଅଲ୍ଲୀ ଖାନ ଘରକୁ ଫେରିଛନ୍ତି।
ଅଧିକପଢ଼ନ୍ତୁ:କିଏ କରିବ ଦିଲ୍ଲୀ ଦଖଲ ? ସରକାର ବଦଳେଇ ଦେବେ କି ଦିଲ୍ଲୀବାସୀ ? ଭବିଷ୍ୟବାଣୀ କଲେ କେଜ୍ରିୱାଲ୍
ଛୁରାମାଡ଼ ଘଟଣା ପରେ ସୈଫ ଅଲ୍ଲୀ ଖାନଙ୍କୁ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବରେ ଫିଲ୍ମ 'ଜ୍ୱେଲ ଥିଫ- ଦି ରେଡ୍ ସନ୍ ଚାପ୍ଟର'ର ପ୍ରମୋସନରେ ଦେଖିବାକୁ ମିଳିଛି। ଏହି ସିନେମାରେ ସୈଫ ଜଣେ ଚୋର ଭୂମିକାରେ ନଜର ଆସିବେ। ଯିଏକି ୫୦୦ କୋଟି ଟଙ୍କାର ଆଫ୍ରିକୀୟ ରେଡ୍ ସନ୍ ହୀରା ଚୋରି କରିବାକୁ ଚେଷ୍ଟା କରନ୍ତି।
ଛୁରାମାଡ଼ ଭଳି ଭୟାବହ ପରିସ୍ଥିତିର ସାମ୍ନା କରିବା ପରେ ସୈଫ ପ୍ରଥମଥର ପାଇଁ ଦର୍ଶକଙ୍କ ଗହଣକୁ ଆସିବା ପରେ ପ୍ରତିକ୍ରିୟା ଦେଇ କହିଥିଲେ, " ଆପଣଙ୍କ ସାମ୍ନାକୁ ଆସି ବହୁତ ଭଲ ଲାଗୁଛି।’
ଅନ୍ୟପକ୍ଷରେ ସୈଫ ଅଲ୍ଲୀ ଖାନଙ୍କ ଶୀଘ୍ର ସୁସ୍ଥତା ଏବଂ କାମକୁ ଫେରିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ପୁଣିଥରେ କଳ୍ପନାଜଳ୍ପନାକୁ ଚାଲିଛି।
ଅଧିକପଢ଼ନ୍ତୁଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର, ମିଳିଲା ଏଭଳି ଜବାବ:
ଛୁରାମାଡ଼ ପରେ ସୈଫଙ୍କ ଶରୀରରେ ୬ଟି ସ୍ଥାନରେ ଆଘାତ ଲାଗିବା ଘଟଣା ଏକ 'ପବ୍ଲିସିଟି ଷ୍ଟଣ୍ଟ' କି? ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି କ୍ରମରେ କରିନାଙ୍କ ଫ୍ୟାନ୍ କ୍ଲବ୍ ସୈଫ୍ଙ୍କ ଆଘାତର ଫଟୋ ସେୟାର କରି ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ଯେଉଁମାନେ କରିନା ଏବଂ ସୈଫ୍ଙ୍କୁ ପ୍ରଶ୍ନ କରିଥିଲେ, ସେମାନଙ୍କ ପାଇଁ ଏଠାରେ ସୈଫ୍ଙ୍କ ସଦ୍ୟତମ ଫଟୋ ଅଛି। ଯେଉଁ ଫଟୋରେ ସୈଫ ତାଙ୍କ ଆଘାତ ଲୁଚାଇବା ପାଇଁ କଳର ଥିବା ସାର୍ଟ ପିନ୍ଧିଛନ୍ତି।
Follow Us