ସଲମାନଙ୍କ ପୂର୍ବତନ ପ୍ରେମିକାଙ୍କ ବଲିଉଡ ଶିଳ୍ପକୁ ନେଇ ଚାଞ୍ଚଲ୍ୟକର ବୟାନ

ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏବେ ଇଣ୍ଡଷ୍ଟ୍ରିରୁ ଅପରିଷ୍କାର ଜିନିଷ ବାହାର କରିବାର ସମୟ ଆସିଯାଇଛି।  ହେମା କମିଟି ରିପୋର୍ଟରୁ ଯାହା ଫଳାଫଳ ଆସିଛି ତାହା ଅତ୍ୟନ୍ତ ନିରାଶାଜନକ।

q2

ମୁମ୍ବାଇ: ହେମା କମିଟି ରିପୋର୍ଟରେ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ବ୍ୟାପକ ଯୌନ ନିର୍ଯାତନା, କାଷ୍ଟିଂ କାଉଚ୍, ଦରମା ଅସମାନତା, ଶୋଷଣ ଏବଂ ଲବି ବିଷୟ ପଦାକୁ ଆସିଛି। ଏହି ରିପୋର୍ଟ ଏକ ‘ପାଣ୍ଡୋରା ବାକ୍ସ’ ଖୋଲିଛି ଯେଉଁଥିରେ ଅନେକ ମହିଳା ଅନେକ ବରିଷ୍ଠ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ଯୌନ ଅଭିଯୋଗ ଆଣିଛନ୍ତି। 

ରିପୋର୍ଟ ସାମ୍ନାକୁ ଆସିବା ପରେ  ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏବେ ଇଣ୍ଡଷ୍ଟ୍ରିରୁ ଅପରିଷ୍କାର ଜିନିଷ ବାହାର କରିବାର ସମୟ ଆସିଯାଇଛି।   
ହେମା କମିଟି ରିପୋର୍ଟରୁ ଯାହା ଫଳାଫଳ ଆସିଛି ତାହା ଅତ୍ୟନ୍ତ ନିରାଶାଜନକ। କେବଳ କେରଳରେ ନୁହେଁ ସମଗ୍ର ବିଶ୍ୱରେ ମନୋରଞ୍ଜନ ଶିଳ୍ପରେ ମହିଳାମାନେ ଏହି ସତ୍ୟ ବିଷୟରେ ଅବଗତ ଅଛନ୍ତି। ୧୯୯୦ ଦଶକରେ ମୁଁ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ବେଳେ ବଲିଉଡରେ ଏକ ବିଷାକ୍ତ ପରିବେଶର ସମ୍ମୁଖୀନ ହୋଇଥିଲି। ଯେଉଁଠାରେ ମହିଳାମାନଙ୍କୁ ଚାପ ପକାଇ ଚୁପ୍ କରାଯାଇଥିଲା। 

ଅଭିନେତ୍ରୀ #ମିଠୁ ଘଟଣା ବିଷୟରେ ଉଲ୍ଲେଖ କରି ପ୍ରକାଶ କରିଛନ୍ତି ଯେ , ‘ମୋତେ ବି ଧମକ ଦିଆଯାଇ କୁହାଯାଇଥିଲା କ୍ୟାରିୟରରେ ଆଗକୁ ବଢ଼ାଇବାକୁ ହେଲେ ପୁରୁଷଙ୍କ କୋଠରିକୁ ଯିବାକୁ ହେବ। ଏଥିରେ ତୁମର ଇଚ୍ଛା ଥାଉ କି ଥାଉ। ଏମିତି କି ମୁଁ ହୋଟେଲରେ ଅନେକ ଅଭିନେତ୍ରୀଙ୍କୁ ଦେଖିଛି ସେମାନେ ଭୟଭୀତ ହୋଇ ରୁମରୁ ବାହାରୁଥିବାର।

ଆମ ସମୟରେ ମହିଳାମାନେ ଏହି ସବୁ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଭୟ କରୁଥିଲେ। କିନ୍ତୁ ଏବେ ସମୟ ଆସିଯାଇଛି। ସେ କେରଳ ହେଉ କିମ୍ବା ଅନ୍ୟ କୌଣସି ଶିଳ୍ପ, ତୁରନ୍ତ ପରିବର୍ତ୍ତନର ଆବଶ୍ୟକତା ରହିଛି। ହେମା କିମିଟିଙ୍କ ରିପୋର୍ଟ ମହିଳାମାନଙ୍କ ପାଇଁ ଏକ ଶକ୍ତି ସଦୃଶ୍ୟ ଭାବେ କାମ କରିବ। ’ 

ଅଧିକପଢ଼ନ୍ତୁ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସହମତିରେ ସବୁକିଛି ହୋଇଥାଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe