Pawan Singh Gets Threat Call Photograph: (sambad.in)
ମୁମ୍ବାଇ: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ପରେ ବି ବଲିଉଡ ସୁପରଷ୍ଟାର ସଲମାନ ଖାନ୍ଙ୍କ ସହ ଷ୍ଟେଜ୍ ସେୟାର କଲେ ଭୋଜପୁରୀ ସିନେମାର ପାୱାର ଷ୍ଟାର ପବନ ସିଂହ। ବିଗ୍ ବସ୍ର ଗ୍ରାଣ୍ଡ ଫିନାଲେରେ ଲଗାଇଲେ ମନୋରଞ୍ଜନର ତଡ୍କା। ସଲମାନଙ୍କ ପାଇଁ ଗୀତ ଗାଇବା ସହ ନିଜର ଗୀତରେ ନାଚିଥିଲେ ପବନ। ତେବେ ରବିବାର ଫାଇନାଲ ଶେଷ ହେବା ପରେ ଏବେ ଏହି ଖବର ମିଳିଛି ଯେ, ପବନଙ୍କୁ ମଞ୍ଚ ଉପରକୁ ନଯିବାକୁ ଧମକ ମିଳିଥିଲା। ଆଉ ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ।
ଫୋନରେ ମିଳିଥିଲା ହତ୍ୟା ଧମକ
ସୂଚନା ମିଳିଛି ଯେ, ଲାଇଭ୍ ଏପିସୋଡ୍ ସମୟରେ ହୋଷ୍ଟ ସଲମାନ ଖାନଙ୍କ ସହ ଷ୍ଟେଜ୍ ସେୟାର ନକରିବା ପାଇଁ ଭୋଜପୁରୀ "ପାୱାର ଷ୍ଟାର"ଙ୍କୁ ଫୋନ୍ ମାଧ୍ୟମରେ ଚେତାବନୀ ଦିଆଯାଇଥିଲା। ଯଦି ସେ ସଲମାନଙ୍କ ସହ ସୋ’ କରନ୍ତି ତେବେ ତାଙ୍କୁ ଏଥିପାଇଁ ଗମ୍ଭୀର ପରିଣାମ ଭୋଗିବାକୁ ହେବ ବୋଲି କୁହାଯାଇଥିଲା। ଏଭଳି ଧମକ ପାଇବା ପରେ ସତର୍କ ହୋଇଯାଇଥିଲେ ପବନଙ୍କ ଟିମ୍। ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ଦିଆଯିବା ସହ ପୁଲିସ ସହାୟତାରେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ଏହା ପରେ ପବନ ପୂର୍ବ ଯୋଜନା ଅନୁସାରେ ମଞ୍ଚକୁ ଯାଇଥିଲେ।
ଆହୁରି ପଢ଼ନ୍ତୁ: G.Udaygiri Coldest ପୁଣି ଘୁ.ଉଦୟଗିରିରେ ପାରଦ ଖସିଲା, ଆଜି ୪.୩ ଡଗ୍ରି ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର
ପୂର୍ବରୁ କପିଲଙ୍କୁ ମଧ୍ୟ ମିଳିସାରିଛି ଧମକ
ଚଳିତ ବର୍ଷ ଅଗଷ୍ଟ ମାସରେ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଥିଲା। ଲରେନ୍ସ ଗ୍ରୁପର ଗ୍ୟାଙ୍ଗଷ୍ଟର ହ୍ୟାରି ବକ୍ସରଙ୍କ ଅଡିଓ ଜାରି କରି କହିଥିଲା ଯେ, "ପୂର୍ବରୁ ଏବଂ ଏବେ କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟ ଉପରେ ଏଥିପାଇଁ ଗୁଳିମାଡ଼ ହୋଇଛି, କାରଣ ସେ ସଲମାନ ଖାନଙ୍କୁ ନେକ୍ସଟଫ୍ଲିକ୍ସର ସୋ'ର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ପରବର୍ତ୍ତୀ ସମୟରେ, ଯଦି କୌଣସି ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର ତାଙ୍କ ସହ କାମ କରନ୍ତି ତେବେ ଚେତାବନୀ ପରିବର୍ତ୍ତେ ସିଧାସଳଖ ଗୁଳି ସେମାନଙ୍କ ଛାତିରେ ବାଜିବ। ମୁମ୍ବାଇର ସମସ୍ତ କଳାକାର ଏବଂ ପ୍ରଯୋଜକଙ୍କ ପାଇଁ ଏହି ଚେତାବନୀ ଦିଆଯାଉଛି। ଆମେ ମୁମ୍ବାଇର ପରିବେଶକୁ ଏତେ ନଷ୍ଟ କରିଦେବୁ ଯେ ତୁମେମାନେ ନିଜ ଜୀବନରେ କେବେ ବି ଭାବି ମଧ୍ୟ ନଥିବ। ଯଦି କେହି ସଲମାନଙ୍କ ସହିତ କାମ କରୁଛି, ସେ ଜଣେ ଛୋଟ କଳାକାର ହେଉ କି ଜଣେ ଛୋଟ ନିର୍ଦ୍ଦେଶକ, ଆମେ କାହାକୁ ଛାଡିବୁ ନାହିଁ। ଆମେ ତାକୁ ମାରିଦେବୁ। ଯଦି କେହି ସଲମାନ ଖାନଙ୍କ ସହିତ କାମ କରିବ, ତେବେ ସେ ନିଜ ମୃତ୍ୟୁ ପାଇଁ ନିଜେ ଦାୟୀ ରହିବ।"
ଆହୁରି ପଢ଼ନ୍ତୁ: Tata Sierra 24 Variants: ଲଞ୍ଚ ହେଲା ଟାଟା ସିରିଆର ୨୪ ଭାରିଆଣ୍ଟ, ଆସନ୍ତୁ ଜାଣିବା କଣ ରହିଛି ବଜାର ଦର?
Follow Us