ସଲମାନ ମନ୍ଦିର ଯାଇ କ୍ଷମା ମାଗି ବିବାଦ ତୁଟାଇ ଦିଅନ୍ତୁ: କୃଷକ ନେତା

Advertisment

ସଲମାନ ବିଷ୍ନୋଇ ସମାଜ ମନ୍ଦିରକୁ ଯାଇ କ୍ଷମା ମାଗି ଦେବା ଉଚିତ। ଏପରି କରିବା ଦ୍ବାରା ଏହି ମାମଲା ଶେଷ ହୋଇଯିବ ବୋଲି ମୁଁ ଭାବୁଛି। କାରଣ ଲରେନ୍ସ ଭଲ ଲୋକ ନୁହେଁ ।’

Updated On

ସଲମାନ ବିଷ୍ନୋଇ ସମାଜ ମନ୍ଦିରକୁ ଯାଇ କ୍ଷମା ମାଗି ଦେବା ଉଚିତ। ଏପରି କରିବା ଦ୍ବାରା ଏହି ମାମଲା ଶେଷ ହୋଇଯିବ ବୋଲି ମୁଁ ଭାବୁଛି। କାରଣ ଲରେନ୍ସ ଭଲ ଲୋକ ନୁହେଁ ।’

ଅଦ୍ୟତନ ହୋଇଛି
ERE

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସଲମାନ ଖାନ ଅନେକ ଦିନ ହେବ ବିଭିନ୍ନ  କାରଣରୁ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି। ଏନସିପି ନେତା ବାପା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା କରିବା ପରେ ସଲମାନଙ୍କୁ ହତ୍ୟା ପାଇଁ କ୍ରମାଗତ ଭାବେ ଧମକ ମିଳୁଛି। ସଲମାନ ଓ ଲରେନ୍ସ  ମଧ୍ୟରେ ବିବାଦ ୧୯୯୮ ମସିହାରୁ ଆରମ୍ଭ ହୋଇଛି। ଯେତେବେଳେ ଅଭିନେତାଙ୍କ ବିରୋଧରେ କଳାହରିଣ ଶିକାରର ଅଭିଯୋଗ ହୋଇଥିଲା। ୨୦୧୮ରେ ଲରେନ୍ସ ଯୋଦ୍ଧପୁର କୋର୍ଟକୁ ଆସିଥିବା ବେଳେ ସଲମାନଙ୍କୁ ହତ୍ୟା ଧମକ ଦେଇଥିଲ‌ା।

ଏହାକୁ ଦୃଷ୍ଟିରେ ରଖି ସଲମାନ ତଥା ତାଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସଲମାନଙ୍କ ଏଭଳି ଅବସ୍ଥା ଦେଖି କଣ୍ଠଶିଳ୍ପୀ ଅନୁପ ଜଲୋଟା ଅଭିନେତାଙ୍କୁ ଲରେନ୍ସ ବିଷ୍ନୋଇକୁ କ୍ଷମା ମାଗିଦେବା ଉଚିତ ବୋଲି ପ୍ରତିକ୍ରିୟା ଦେଇ କହିଥିଲେ,‘ମୁଁ ସଲମାନଙ୍କୁ କେବଳ ଏତିକି କହିବାକୁ ଚାହେଁ କି ଏବେ ସମୟ ନୁହେଁ ବିଚାର କରିବାର କି କିଏ ମାରିଛି କି କିଏ ମାରିନି। ସଲମାନଙ୍କ ଘନିଷ୍ଠ ବନ୍ଧୁଙ୍କୁ କେବଳ ଏହି କାରଣରୁ ହତ୍ୟା କରାଗଲା। ଏବେ ଏହି ବିବାଦକୁ କେମିତି ଶାନ୍ତ କରିବା ସେଦିଗରେ ଚିନ୍ତା କରିବାର ଅଛି। ମୁଁ ସଲମାନଙ୍କୁ ଏକ ଛୋଟ ଅନୁରୋଧ କରୁଛି କି ସେ ମନ୍ଦିର ଯାଇ ନିଜର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କ୍ଷମା ମାଗି ନିଜର ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ରକ୍ଷା କରନ୍ତୁ।’

ଏହି କ୍ରମରେ କୃଷକ ନେତା ରାକେଶ ଟିକେତ ବି ସଲମାନଙ୍କୁ ବିଷ୍ନୋଇ ସମାଜ ସାମ୍ନାରେ ନଇଁ ଯିବା ଉଚିତ ବୋଲି କହିଛନ୍ତି। 
ରାକେଶ ଟିକେତ ସଲମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ସଲମାନ ବିଷ୍ନୋଇ ସମାଜ ମନ୍ଦିରକୁ ଯାଇ କ୍ଷମା ମାଗି ଦେବା ଉଚିତ। ଏପରି କରିବା ଦ୍ବାରା ଏହି ମାମଲା ଶେଷ ହୋଇଯିବ ବୋଲି ମୁଁ ଭାବୁଛି। ନଚେତ ଜେଲରେ ବନ୍ଦୀଥିବା ଲରେନ୍ସ ବିଷ୍ନୋଇ କେତେବେଳେ ଯେ କ’ଣ ପଦକ୍ଷେପ ନେବ କେହି ଚିନ୍ତା ବି କରି ପାରୁ ନାହାନ୍ତି। କାରଣ ସେ ଭଲ ଲୋକ ନୁହେଁ।’

ଅଧିକପଢ଼ନ୍ତୁ:https://sambad.in/crime/man-carrying-one-kg-gold-in-his-private-part-7366192

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe