ମୋ ଆପାର୍ଟମେଣ୍ଟରେ ସଲମାନ ମୋ ସହିତ...: ସଙ୍ଗୀତା ଆମକୁ ଧରିଲେ, ଭାଙ୍ଗିଗଲା ବିବାହ

ସଲମାନ ଖାନ ଏବେ ଖବରରେ ଅଛନ୍ତି। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ବାବା ସିଦ୍ଦିକିଙ୍କ ମୃତ୍ୟୁରେ ସଲମାନ ଭାଙ୍ଗି ପଡ଼ିଛନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-10-23 at 8.39.33 PM

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ଏବେ ଖବରରେ ଅଛନ୍ତି। ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ବିଷୟରେ ଅନେକ ଆଲୋଚନା ହେଉଛି। ବାବା ସିଦ୍ଦିକିଙ୍କ ମୃତ୍ୟୁରେ ସଲମାନ ଭାଙ୍ଗି ପଡ଼ିଛନ୍ତି।

ସଲମାନ ଖାନଙ୍କୁ ମଧ୍ୟ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯାଉଛି। ଯାହା ପରେ ତାଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ, ସଲମାନ ଖାନଙ୍କ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ତାଙ୍କ ବନ୍ଧୁଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି। ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ମଧ୍ୟ ଏହି ପ୍ରସଙ୍ଗରେ ଅଭିନେତାଙ୍କୁ ସମର୍ଥନ କରିଛନ୍ତି। ଏହା ପରେ ଲୋକମାନେ ସୋମି ଅଲି ଏବଂ ସଲମାନ ଖାନଙ୍କ ବିଷୟରେ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଛନ୍ତି। 

ସଲମାନ ଖାନ ଏବଂ ସଙ୍ଗୀତା ବିଜଲାନୀଙ୍କ ସମ୍ପର୍କକୁ ନେଇ ପୂର୍ବରୁ ବଲିଉଡରେ ବହୁ  ଆଲୋଚନା ହୋଇଥିଲା । ୯୦ ଦଶକରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଯାଉଥିଲେ। ୧୯୯୪ରେ ମଧ୍ୟ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ସୋମି ଅଲି ଏକ ପୁରୁଣା ସାକ୍ଷାତକାରରେ ଏହା ବିଷୟରେ କହିଥିଲେ। ବାସ୍ତବରେ ୯୦ ଦଶକରେ ସୋମି ଅଲି ଅଭିନେତା ସଲମାନ ଖାନଙ୍କ ସହ ସମ୍ପର୍କରେ ଥିଲେ। ଏକ ସାକ୍ଷାତକାରରେ ସୋମି ସଲମାନ ଏବଂ ସଙ୍ଗୀତାଙ୍କ ବିବାହ କାହିଁକି ଭାଙ୍ଗିଲା ତାହାର ଗୁମର ଖୋଲିଥିଲେ।  ସେ କହିଥିଲେ ଯେ ସଙ୍ଗୀତା ବିଜଲାନି ସଲମାନଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗିଥିଲେ।  କାରଣ ସେ ସୋଲି ଅଲିଙ୍କ ସହ ସଲମାନଙ୍କୁ ଧରିଥିଲେ।

ବିବାହର ଗୋଟିଏ ଦିନ ପୂର୍ବରୁ ସଲମାନ ମୋ ସହ ମୋ ଆପାର୍ଟମେଣ୍ଟରେ ଥିଲେ ବୋଲି ସୋମି ଅଲି କହିଥିଲେ। ସଲମାନ ଖାନ ଏବଂ ସଙ୍ଗୀତା ବିଜଲାନୀଙ୍କ ବିବାହ କାର୍ଡ ଛପା ଯାଇଥିଲା କିନ୍ତୁ ସଙ୍ଗୀତା ମୋ ଆପାର୍ଟମେଣ୍ଟରେ ସଲମାନଙ୍କ ସହିତ ମତେ ଧରିଥିଲେ। ସଲମାନ ସେତେବେଳେ ମୋ ସହିତ ଥିଲେ। ସଲମାନ ସଙ୍ଗୀତାଙ୍କ ସହ ଯାହା କରିଥିଲେ, ମୋ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା। ଏହାକୁ କର୍ମ କୁହାଯାଏ। ଯେତେବେଳେ ମୁଁ ଟିକିଏ ପରିପକ୍ୱ ହେଲି ସେତେବେଳେ ମୁଁ ଏହା ବୁଝିଥିଲି। 

ସଲମାନ ଖାନଙ୍କୁ ହତ୍ୟା ଧମକ ମିଳୁଥିବା ବେଳେ ସୋମି ଅଲି ଏବେ ସଲମାନ ଖାନଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି। ସଲମାନ ଖାନଙ୍କୁ କ୍ରମାଗତ ଭାବରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଧମକ ମିଳୁଛି। ଲରେନ୍ସ ଗ୍ୟାଙ୍ଗ କହିଛନ୍ତି ଯେ ସଲମାନ କୃଷ୍ଣସାର ମୃଗ ଶିକାର କରିଛନ୍ତି, ଯାହା ବିଷ୍ନୋଇ ସମ୍ପ୍ରଦାୟ ପାଇଁ ପବିତ୍ର ଏବଂ ପୂଜନୀୟ।

ସୋମି ଅଲି ଜେଲରେ ଲରେନ୍ସ ବିଷ୍ନୋଇଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ସଲମାନ ଖାନ କୃଷ୍ଣସାର ମୃଗ ଶିକାର କରିଥିଲେ। ସଲମାନ ଖାନ ନିଜେ ତାଙ୍କୁ ଏହା ବିଷୟରେ କହିଥିଲେ। କିନ୍ତୁ ସେତେବେଳେ ସଲମାନ ଜାଣି ନ ଥିଲେ ଯେ ଏହା ବିଷ୍ନୋଇ ସମ୍ପ୍ରଦାୟ ପାଇଁ ଏତେ ପବିତ୍ର। ସଲମାନ ଜାଣିଶୁଣି କିଛି କରିନାହାନ୍ତି। ସୋମି ଅଲି କହିଛନ୍ତି  ସେ ଜେଲରେ ଲରେନ୍ସ ବିଷ୍ନୋଇଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରାଇବାକୁ ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ: 

କିଶୋର କୁମାରଙ୍କ ବାୟୋପିକ୍‌ରେ ଆମିର!

ଭୋଟ୍ ଦେବା ପରେ ପେଟପୂରା ମାଗଣା ଚିକେନ୍-ଭାତ ଖାଅ: ରାଞ୍ଚିରେ ସ୍ୱତନ୍ତ୍ର ଅଫର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe