Samantha Got Married Photograph: (sambad.in)
ମୁମ୍ବାଇ: ଛାଡ଼ପତ୍ର ପରେ ପୁଣି ଜୀବନସାଥୀ ଖୋଜି ପାଇଲେ ଅଭିନେତ୍ରୀ ସମାନ୍ଥା ରୁଥ୍ ପ୍ରଭୁ। ନିର୍ଦ୍ଦେଶକଙ୍କୁ କଲେ ବିବାହ। ସମାନ୍ଥାଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସେ ପ୍ରଥମେ ଅଭିନେତା ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ନାଗା ଚୈତନ୍ୟ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ ଦ୍ବିତୀୟ ବିବାହ କରିସାରିଛନ୍ତି। ନାଗାଙ୍କ ବିବାହ ପରେ ଏବେ ସମାନ୍ଥା ମଧ୍ୟ ବିବାହ କରିଛନ୍ତି। ମନ୍ଦିରରେ ସେ ଲୋକପ୍ରିୟ ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ ବିବାହ କରିଥିବା ଜଣାପଡ଼ିଛି।
ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ସମାନ୍ଥା ବିବାହ କରିଥିବା ଘୋଷଣା କରିଛନ୍ତି। ଲାଲ୍ ଶାଢ଼ି ପିନ୍ଧିଥିବା ସମାନ୍ଥା ଅତି ସୁନ୍ଦର ଦିଶୁଥିବା ବେଳେ ଫଟୋରେ ଉଭୟ ବହୁତ ଖୁସି ଜଣାପଡ଼ୁଛନ୍ତି।
କୋଏମ୍ବାଟୁରରେ ହେଲା ବିବାହ
ସୋମବାର ସକାଳେ ଦୁହେଁ ବିବାହ କରିଛନ୍ତି। କୋଏମ୍ବାଟୁରରେ ଥିବା ଈଶା ୟୋଗା ସେଣ୍ଟରରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ କରିଛନ୍ତି ସମାନ୍ଥା-ରାଜ୍। ବିବାହରେ ମାତ୍ର ୩୦ଜଣ ଅତିଥି ଥିଲେ ବୋଲି କୁହାଯାଉଛି।
ଭାଇରାଲ ହେବାରେ ଲାଗିଛି ଫଟୋ
ପ୍ରଥମ ଫଟୋ ରାଜ୍, ସମାନ୍ଥାଙ୍କୁ ମୁଦି ପିନ୍ଧାଉଥିବା ବେଳେ ଦ୍ବିତୀୟ ଫଟୋ ଅଗ୍ନିକୁଣ୍ଡରେ ନିଆଁ ଜଳୁଥିବା ଦେଖାଯାଇଛି। ତୃତୀୟ ଫଟୋରେ ସେ ରାଜ୍ଙ୍କ ହାତ ଧରିଥିବା ବେଳେ ଚତୁର୍ଥ ଫଟୋରେ ଦୁହେଁ ଅଳତୀ ନେଉଛନ୍ତି। ଶେଷ ତଥା ପଞ୍ଚମ ଫଟୋରେ ଦୁହେଁ ହସି ହସି ମନ୍ଦିର ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି କ୍ୟାପସରେ ସମାନ୍ଥା ଆଜିର ତାରିଖ ଲେଖିଛନ୍ତି। ଅଭିନେତ୍ରୀଙ୍କ ଏହି ଘୋଷଣା ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
"ଦି ଫ୍ୟାମିଲି ମ୍ୟାନ୍" ଡେଟ୍ କରୁଥିବା ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା
ସମାନ୍ଥା ଏବଂ ରାଜ୍ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଥିଲେ। ସେମାନେ ୱେବ୍ ସିରିଜ୍ "ଦି ଫ୍ୟାମିଲି ମ୍ୟାନ୍"ରେ ମଧ୍ୟ ଏକାଠି କାମ କରିଥିଲେ। ସମାନ୍ଥାଙ୍କୁ "ଦି ଫ୍ୟାମିଲି ମ୍ୟାନ୍"ର ଦ୍ୱିତୀୟ ସିଜିନ୍ରେ ଦେଖିବାକୁ ମିଳିଥିଲା। ସେବେଠାରୁ ସେମାନଙ୍କ ସମ୍ପର୍କକୁ ନେଇ ଗୁଜବ ହେଉଥିଲା। ହେଲେ ସମାନ୍ଥା ଏବଂ ରାଜ୍ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।
ଆହୁରି ପଢ଼ନ୍ତୁ: Widow Attempts Set Fire ଜିଲ୍ଲାପାଳଙ୍କ ଜନଶୁଣାଣି ସମୟରେ ବିଧବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ
Follow Us