Sachin Pilgaonkar on satish shah: ପତ୍ନୀଙ୍କ ଯତ୍ନ ନେବାକୁ Kidney transplant କରିଥିଲେ ସତୀଶ: ସଚିନ୍

ରୋଗିଣା ପତ୍ନୀଙ୍କ ଯତ୍ନ ନେବାକୁ Kidney transplant କରିଥିଲେ ବଲିଉଡ ଅଭିନେତା ସତୀଶ ଶାହ। ଏଭଳି ଖୁଲାସା କରିଛନ୍ତି ଅଭିନେତା ତଥା ସତୀଶଙ୍କ ଭଲ ବନ୍ଧୁ ସଚିନ ପିଲଗାଓଁକର।

satish shah

Sachin Pilgaonkar on satish shah Photograph: (sambad.in)

ମୁମ୍ବାଇ: ରୋଗିଣା ପତ୍ନୀଙ୍କ ଯତ୍ନ ନେବାକୁ Kidney transplant କରିଥିଲେ ବଲିଉଡ ଅଭିନେତା ସତୀଶ ଶାହ। ଏଭଳି ଖୁଲାସା କରିଛନ୍ତି ଅଭିନେତା ତଥା ସତୀଶଙ୍କ ଭଲ ବନ୍ଧୁ ସଚିନ ପିଲଗାଓଁକର। ଅକ୍ଟୋବର ୨୫ରେ ଲୋକପ୍ରିୟ ବଲିଉଡ ଅଭିନେତା ସତୀଶ ଶାହଙ୍କ ଦେହାନ୍ତ ହୋଇଥିଲା। ଅଭିନେତାଙ୍କର କିଡନୀ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା। କିଛି ବର୍ଷ ହେବ ସେ ଏହି ସମସ୍ୟା ସହ ଲଢ଼ୁଥିବା ବେଳେ କିଛି ଦିନ ତଳେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ଏହା ସତ୍ତ୍ବେ ବି ତାଙ୍କୁ ବଞ୍ଚାଯାଇପାରିନଥିଲା। ମୃତ୍ୟୁ ପରେ ଏବେ ତାଙ୍କ ଭଲ ବନ୍ଧୁ ଭାବେ ଜଣାଶୁଣା ଅଭିନେତା ସଚିନ ଏକ ଭାବବିହ୍ବଳ କଲା ଭଳି ଖୁଲାସା କରିଛନ୍ତି।

Alzheimer ରୋଗରେ ପୀଡ଼ିତ ସତୀଶଙ୍କ ପତ୍ନୀ

ଏକ ସାକ୍ଷାତକାରରେ ସଚିନ କହିଛନ୍ତି ଯେ, "ମରାଠୀ ଫିଲ୍ମ Gammat Jammat ସୁଟିଂ ସେଟରେ ମୁଁ ପ୍ରଥମ କରି ସତୀଶଙ୍କୁ ଭେଟିଥିଲି। ଏହି ଫିଲ୍ମ ପରେ ଆମେ ସାଙ୍ଗରେ ଫିଲ୍ମ କରିନଥିଲେ ବି ଭଲ ବନ୍ଧୁ ହୋଇଯାଇଥିଲୁ। ମୁଁ ଓ ମୋ ପତ୍ନୀ; ସତୀଶ ଓ ତାଙ୍କ ପତ୍ନୀ ମଧୁ ଆମେ ସମସ୍ତେ ମିଶି ଏକାଠି ସମୟ ବିତ‌ାଉଥିଲୁ। ସବୁ ପାର୍ଟି ସତୀଶ-ମଧୁଙ୍କ ବିନା ଅଧୁରା ଥିଲା। ଏବେ ଆମେ ତାଙ୍କ ବିନା କିଭଳି ପାର୍ଟି କରିବୁ, ତାହା ମୁଁ ଭାବିପାରୁନି। ସତୀଶଙ୍କ ଯିବା ପରେ ମଧୁଙ୍କ ଯତ୍ନ କିଏ ନେବ ତାହା ଏବେ ବଡ଼ ପ୍ରଶ୍ନ। କାରଣ ମଧୁ Alzheimer ରୋଗରେ ପୀଡ଼ିତ। ତାଙ୍କର ଯତ୍ନ ନେବା ପାଇଁ ସତୀଶ ଚଳିତ ବର୍ଷ ନିଜର କିଡନୀ ପ୍ରତିରୋପଣ କରିଥିଲେ। ହେଲେ ଏଭଳି କିଛି ଘଟିଯିବ, ଆମେ କେହି ଭାବିନଥିଲୁ।"

ଫିଲ୍ମ କ୍ୟାରିୟର

ଚାରି ଦଶନ୍ଧିର କ୍ୟାରିଅରରେ ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର ସ୍ମରଣୀୟ ଭୂମିକା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ୧୯୮୩ ମସିହାରେ Dark Comedy ଚଳଚ୍ଚିତ୍ର 'Jaane Bhi Do Yaaro'ରେ ସେ ଏକାଧିକ ଚରିତ୍ରକୁ ଖୁବ୍ ନିଖୁଣ ଭାବେ ଚିତ୍ରଣ କରିଥିଲେ। ଏହି ଫିଲ୍ମ ପରେ ସେ 'ହମ୍ ସାଥ୍-ସାଥ୍ ହେଁ', 'ମେଁ ହୁଁ ନା', 'କଲ୍ ହୋ ନା ହୋ', 'କବି ହାଁ କାବି ନା', 'ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ', 'ଓମ୍ ଶାନ୍ତି ଓମ୍' ଭଳି ଲୋକପ୍ରିୟ ଫିଲ୍ମରେ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: Sex Racket Rourkela: ରାଉରକେଲାରେ ପୁଣି ସେକ୍ସ ରାକେଟ ଠାବ: ତିନି ଦେହଜୀବୀ ଅଟକ, ଦୁଇ ଦଲାଲ ଗିରଫ

ଟିଭିରେ ମଧ୍ୟ ଥିଲେ ଲୋକପ୍ରିୟ

ଚଳଚ୍ଚିତ୍ର ଜଗତରେ ଛାପ ଛାଡ଼ିବା ପରେ, ସତୀଶ ଶାହ ଟେଲିଭିଜନ ଜଗତରେ ମଧ୍ୟ ଅନେକ ସଫଳତା ହାସଲ କରିଥିଲେ। ସେ 'Sarabhai vs Sarabhai', 'Nahle Pe Dahala' ଏବଂ 'ଫିଲ୍ମି ଚକ୍କର' ଭଳି ଧାରାବାହିକରେ ଅଭିନୟ କରିଥିଲେ। ଧାରାବାହିକ 'Yeh Jo Hai Zindagi'ରେ ସେ ଉଲ୍ଲେଖନୀୟ କାମ କରିଥିଲେ। ଏହି ଗୋଟିଏ ଧାରାବାହିକରେ, ସେ ୫୦ଟି ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ଏବଂ ପ୍ରତିଟି ଚରିତ୍ର ସ୍ମରଣୀୟ ଥିଲା।

ଆହୁରି ପଢ଼ନ୍ତୁ: Deepfake video: ଭଉଣୀଙ୍କ ସହ ଅଶ୍ଲୀଳ ଭିଡିଓ ତିଆରି କରି Blackmail କରୁଥିଲେ ଦୁର୍ବୃତ୍ତ, ଜୀବନ ହାରିଦେଲା ଭାଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe