Shah Rukh Khan Looks Young: ଷାଠିଏରେ ବି ଯୁବକ ପରି ଚମକୁଛନ୍ତି ଶାହରୁଖ୍‌, କହିଲେ ରହସ୍ୟ

ବସୟ ବଢ଼େ ସିନା, ଶାହରୁଖଙ୍କର କିନ୍ତୁ ପ୍ରତିବର୍ଷ ବୟସ କ‌ମେ। ଏକଥା ଆମେ କହୁନୁ ମ, କହୁଛନ୍ତି କିଙ୍ଗ୍‌ଖାନ୍‌ଙ୍କର କିଛି ପ୍ରଶଂସକ। ପ୍ରତିବର୍ଷ ଶାହରୁଖ୍‌ ଜନ୍ମଦିନ ପାଳନ୍ତି, ହେଲେ ବୃଦ୍ଧ ହେବା ପରିବର୍ତ୍ତେ କିପରି ଦିନକୁ ଦିନ ଯୁବା ହୁଅନ୍ତି; ତାହା ଏକ ବଡ଼ ପ୍ରଶ୍ନ।

Untitled-25 (4)

Photograph: (Sambad.in)

ମୁମ୍ବାଇ: ବସୟ ବଢ଼େ ସିନା, ଶାହରୁଖଙ୍କର କିନ୍ତୁ ପ୍ରତିବର୍ଷ ବୟସ କ‌ମେ। ଏକଥା ଆମେ କହୁନୁ ମ, କହୁଛନ୍ତି କିଙ୍ଗ୍‌ଖାନ୍‌ଙ୍କର କିଛି ପ୍ରଶଂସକ। ପ୍ରତିବର୍ଷ ଶାହରୁଖ୍‌ ଜନ୍ମଦିନ ପାଳନ୍ତି, ହେଲେ ବୃଦ୍ଧ ହେବା ପରିବର୍ତ୍ତେ କିପରି ଦିନକୁ ଦିନ ଯୁବା ହୁଅନ୍ତି; ତାହା ଏକ ବଡ଼ ପ୍ରଶ୍ନ। ଏକ୍ସରେ ଏକ ପୋଷ୍ଟ୍‌ରେ ଶାହରୁଖଙ୍କର ଜଣେ ପ୍ରଶଂସକ ଏପରି କିଛି ପଚାରିବାରୁ ବଢ଼ିଆ ଉତ୍ତର ଦେଇଛନ୍ତି କିଙ୍ଗ୍‌ଖାନ୍‌।

କ’ଣ ପଚାରିଲେ ପ୍ରଶଂସକ

ଏକ୍ସରେ #ଆସ୍କଶାହରୁଖ୍‌ ସେସନ୍‌ରେ ଜଣେ ପ୍ରଶଂସକ ମଜାଳିଆ ଭାବରେ ପଚାରିଥିଲେ କି ,‘‘ତୁମେ ପ୍ରତିବର୍ଷ କାହିଁକି ଯୁବକ ଦେଖାଯାଉଛ? ଏହା କଳା ଯାଦୁ ନା ସ୍କିନକେୟାର ଯାଦୁ?"

ଉତ୍ତର ଦେଲେ କିଙ୍ଗ୍‌ଖାନ୍‌

ଯାହାର ଉତ୍ତର ବି ଏକ୍‌ଦମ୍‌ ମଜାଳିଆ ଅନ୍ଦାଜ‌ରେ ଦେଇଛନ୍ତି ଶାହରୁଖ୍‌। ସେ ଲେଖିଛନ୍ତି, ‘‘ପ୍ରକୃତରେ ସତ ହେଉଛି ଦିଲ୍ ତୋ ବଚ୍ଚା ହୈ ଜୀ। ସେଥିପାଇଁ। ଏହାଛଡ଼ା ଅନେକ କିଛି ଦେଖଣାହାରୀଙ୍କ ଆଖିରେ ଅଛି।"

ଆହୁରି ପଢ଼ନ୍ତୁ: ପୁଣେରେ ଡିଜିଟାଲ୍‌ ଠକାମୀର ଶିକାର ହୋଇ ୧.୧୯ କୋଟି ହରାଇ‌ ଚାଲିଗଲା ବୃଦ୍ଧଙ୍କ ଜୀବନ

ଅନ୍ୟ ଜଣେ ପ୍ରଶଂସକଙ୍କ ପ୍ରଶ୍ନ

ସେହିପରି ଅନ୍ୟ ଜଣେ ପ୍ରଂଶସକ ଲେଖିଛନ୍ତି, ‘‘ତୁମେ ଏତେ ସୁନ୍ଦର କେମିତି ଦେଖାଯାଉଛି?’’ ଯାହାର ଉତ୍ତରରେ କିଙ୍ଗ୍‌ଖାନ୍‌ କହିଛନ୍ତି, ‘‘ମୋତେ ଲାଗୁଛି ବୟସ ମୋତେ ସୁଟ୍‌ କରୁଛି।’’

ଏପରି ଲେଖିଛନ୍ତି ଶାହରୁଖ୍‌

"I think age suits me.....sexy at sixty!!! Superb at seventy....Enticing at eighty and so forth."

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଇଡେ୍‌କୋ ବିରୋଧରେ ଗର୍ଜିଲେ ଆଦିବାସୀ, ରାଜରାସ୍ତାରେ କଲେ ପ୍ରଦର୍ଶନ

ହାସ୍ୟରସ ବ୍ୟତୀତ  ଶାହରୁଖ ଖାନ ସର୍ବଦା ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ଏକ ଶୃଙ୍ଖଳିତ ଆଭିମୁଖ୍ୟ ବଜାୟ ରଖନ୍ତି। ଯାହାକି ତାଙ୍କୁ ଏତେ ବର୍ଷ ହେବା ପରେ ବି ଜଣେ ଯୁବକ ପରି ରଖିପାରିଛି। ଏହାଛଡ଼ା ଏକ ପୁରୁଣା ସାକ୍ଷାତକାରର ସେ ତାଙ୍କର ଖାଦ୍ୟ ଏବଂ ଜୀବନଶୈଳୀ ପସନ୍ଦ ବିଷୟରେ ଖୋଲାଖୋଲି କହିଥିଲେ ଯାହା ତାଙ୍କୁ ଫିଟ୍ ଏବଂ ଉଜ୍ଜ୍ୱଳ ରହିବାରେ ସାହାଯ୍ୟ କରେ।

rukh khan | youngman | SkinCare | Health

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe