ବିରାଟଙ୍କ ବାୟୋପିକରେ ଅଭିନୟ କରିବାକୁ ନେଇ ସାହିଦଙ୍କ ପ୍ରତିକ୍ରିୟା

Advertisment

ଯଦି ଆପଣଙ୍କୁ ବିରାଟ କୋହଲିଙ୍କ ବାୟୋପିକ କରିବାର ଅଫର ଆସେ ତେବେ କ’ଣ କରିବେ? ଉତ୍ତରରେ ସାହିଦ କହିଥିଲେ, ‘ଯଦି କେବେ ସୁଯୋଗ ମିଳେ ବିରାଟଙ୍କ ବାୟୋପିକରେ ଅଭିନୟ କରିବାର ମୁଁ ଖୁବ ଖୁସି ହେବି।

ଯଦି ଆପଣଙ୍କୁ ବିରାଟ କୋହଲିଙ୍କ ବାୟୋପିକ କରିବାର ଅଫର ଆସେ ତେବେ କ’ଣ କରିବେ? ଉତ୍ତରରେ ସାହିଦ କହିଥିଲେ, ‘ଯଦି କେବେ ସୁଯୋଗ ମିଳେ ବିରାଟଙ୍କ ବାୟୋପିକରେ ଅଭିନୟ କରିବାର ମୁଁ ଖୁବ ଖୁସି ହେବି।

fdg

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ବଲିଉଡରେ ବାୟୋପିକର ଧାରା ବୃଦ୍ଧି ପାଇଛି, ବିଶେଷକରି କ୍ରୀଡା ବାୟୋପିକ୍। 
ଏମ୍ ଏସ୍ ଧୋନି, ମେରୀ କମ୍, ମିଲ୍ଖା ସିଂହ ଏବଂ ପାନ ସିଂହ ତୋମରଙ୍କ ଭଳି ମହାନ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି।

ଅଧିକପଢ଼ନ୍ତୁ:କେଶ ପାଇଁ ଅଁଳାପାଣି

ସମ୍ପ୍ରତି ଭାରତୀୟ କ୍ରିକେଟ ଦଳର ସୁପରଷ୍ଟାର କୁହାଯାଉଥିବା ବିରାଟ କୋହଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଚର୍ଚ୍ଚ ଜୋର ଧରିଛି।  ଯଦି ବିରାଟଙ୍କ ଉପରେ ଏକ ବାୟୋପିକ୍ ତିଆରି ହୁଏ, ତେବେ ପ୍ରଶ୍ନ ଉଠେ ଯେ ତାଙ୍କ ଭୂମିକା ପାଇଁ କେଉଁ ଅଭିନେତାଙ୍କୁ ଚୟନ କରାଯିବ। 

ନିକଟରେ ନିଜର ଆଗାମୀ ଫିଲ୍ମ 'ଦେବା'ର ପ୍ରମୋସନ ପାଇଁ ଶାହିଦ କପୁର ଏକ ମଞ୍ଚକୁ ଯାଇଥିବା ବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ‘ଯଦି ଆପଣଙ୍କୁ ବିରାଟ କୋହଲିଙ୍କ ବାୟୋପିକ କରିବାର ଅଫର ଆସେ ତେବେ କ’ଣ କରିବେ?

ଅଧିକପଢ଼ନ୍ତୁ:ଜଗନ୍ନାଥଙ୍କ ପ୍ରେମୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ: ୬ ମାସ ହେଲା ଭଙ୍ଗାହେଉନି ରଥ

ଏହି ପ୍ରଶ୍ନ ଶୁଣି ସାହିଦ ଉତ୍ତର ଦେଇ କହିଥିଲେ, ‘ମୁଁ କେଉଁ ସିନେମା କରିବି, କାହାର ବାୟୋପିକ କରିବି ସେସବୁ ମୋ ଉପରେ ନିର୍ଭର କରେ ନାହିଁ।  ତେବେ ବିରାଟଙ୍କ ବିୟୋପିକି କରିବି କି ନାହିଁ ଆପଣମାନେ ମୋତେ ଯେଉଁ ପ୍ରଶ୍ନ ପଚାରିଛନ୍ତି ତାହା ବିରାଟଙ୍କ ଉପରେ ହିଁ ଛାଡ଼ି ଦେବା ମୁଁ ଉଚିତ ମଣିବି। ଯଦି କେବେ ସୁଯୋଗ ମିଳେ ବିରାଟଙ୍କ ବାୟୋପିକରେ ଅଭିନୟ କରିବାର ମୁଁ ଖୁବ ଖୁସି ହେବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe