ନୂଆଦିଲ୍ଲୀ:ବଲିଉଡ ଷ୍ଟାର ସାହିଦ କପୁର କେବଳ ଯେ ସିନେମା ଦୁନିଆରେ ଲୋକପ୍ରିୟ ତାହା ନୁହନ୍ତି ସେ ସୋସିଆଲ ମିଡିଆରେ ବି ଖୁବ ସକ୍ରିୟ। ସୋସିଆଲ ମିଡିଆରେ ଲୋକେ ସାହିଦ ଓ ତାଙ୍କ ପୋଷ୍ଟକୁ ଖୁବ ପ୍ରଶଂସା କରିଥାଆନ୍ତି।
ନିକଟରେ ସାହିଦ ଖୁବ ମଜାଳିଆ ଅନ୍ଦାଜରେ ସଫଳତାର ୭ଟି ସୂତ୍ର ବଖାଣିଛନ୍ତି। ଏହାର ଏକ ଭିଡିଓ ବି ସେ ପୋଷ୍ଟ କରିଛନ୍ତି। ଯାହାକୁ ଅଭିନେତାଙ୍କ ଫ୍ୟାନ୍ସମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଖୁବ ପସନ୍ଦ କରୁଛନ୍ତି। ସାହିଦ ପଞ୍ଜବୀ ଭାଷାରେ କହିଛନ୍ତି, ‘ନମ୍ବର ୧ ତେନୁ କି ହୈ, ଦ୍ବିତୀୟ ମେନୁ କି, ତୃତୀୟ ୟେ କି, ଚତୁର୍ଥ ଓ କି, ପଞ୍ଚମ ହୋୟା କି, ଷଷ୍ଠ ତେ ଫେର କି, ଶେଷରେ ସାନୁ କି।’
ଏହାର ଏକ ଭିଡିଓ କରି ସାହିଦ କହିଛନ୍ତି, ‘ଯଦି ଆପଣମାନେ ଏହି ଭିଡିଓରୁ କିଛି ବୁଝି ପାରିଲେ ତେବେ କମେଣ୍ଟ କରନ୍ତୁ ଓକେ।’
ସାହିଦଙ୍କ ସିନେମାକ କଥା କହିବାକୁ ଗଲେ ୨୦୨୪ ସେପ୍ଟେମ୍ବର୨୦(ଶୁକ୍ରବାର)କୁ ସମଗ୍ର ଭାରତରେ ଜାତୀୟ ସିନେମା ଦିବସ ପାଳନ କରାଯାଉଛି । ଏହି ଅବସରରେ ସିନେ ପ୍ରେମୀଙ୍କ ପାଇଁ ବମ୍ପର ଅଫର ରହିଥାଏ । ଯେକୌଣସି ଫିଲ୍ମ କେବଳ ୯୯ଟଙ୍କାରେ ଦର୍ଶକ ଦେଖିପାରିବେ । ଏପରି ସମୟରେ ସାହିଦ କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ହାଇଦର' ପୁଣି ରିଲିଜ ହୋଇଥିଲା। ।ପ୍ରାୟ ଏକ ଦଶନ୍ଧି ପରେ ସାହିଦ କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ 'ହାଇଦର' କାଶ୍ମୀରର ବଡ ପରଦାରେ ରିଲିଜ ହୋଇଥିଲା।
ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ସେକ୍ସପିୟରଙ୍କ ହେମଲେଟ୍ ଉପରେ ଆଧାରିତ ହୋଇଛି ।
Follow Us