ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ଜୀବନ ହାରିବା ମାମଲାକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ପ୍ରତିଦିନ ତୁନିଶା ଓ ଶିଜାନଙ୍କୁ ନେଇ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତୁନିଶା ଶର୍ମାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକ ଶିଜାନଙ୍କ ଉପରେ ଜୀବନ ହାରିବା ପାଇଁ ଉସୁକାଇଥିବାର ଅଭିଯୋଗ ଆସିଥିବା ପରେ ପୁଲିସ ଅଭିନେତାଙ୍କୁ ଗିରଫ କରି ନେଇଛି।

Advertisment

ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି। ଶିଜାନ ଖାନଙ୍କ ସାଙ୍ଗ ଶାନଶଙ୍କର ମିଶ୍ରା କହିଛନ୍ତି, ‘ଜୀବନ ହାରିବାର କିଛି ସମୟ ପୂର୍ବରୁ ତୁନିଶା ବହୁତ ଖୁସି ଥିଲେ, ସମସ୍ତଙ୍କ ସହିତ ଖବୁ ମଜାମସ୍ତି କରୁଥିଲେ। ତାଙ୍କୁ ଦେଖି ଲାଗୁ ନଥିଲା ଯେ ସେ କିଛି ସମୟ ପରେ ଏମିତି ଏକ ପଦକ୍ଷେପ ଉଠାଇବେ। ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯିବେ । ଆଜି ଯାଏଁ ବି ମୁଁ ବିଶ୍ବାସ କରି ପାରୁ ନାହିଁ। ତୁନିଶା ସେଟରେ ଜୀବନ ହାରି ଦେଇଛନ୍ତି ବୋଲି। ତେବେ ଯେତେବେଳେ ତୁନିଶାଙ୍କ ଏଭଳି ଅବସ୍ଥା ଦେଖିଥିଲେ ଶିଜାନ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନେଇ ଯାଇଥିଲେ। ଆଉ ସେ ଭୋଭୋ ହୋଇ କାନ୍ଦି ଚାଲିଥିଲେ। କାହାକୁ କିଛି କହୁ ନଥିଲେ। ଏପଟେ ତୁନିଶାଙ୍କ ମା’ଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଶିଜାନଙ୍କୁ ଗିରଫ କରି ନେଇଛି।’

ଆଗକୁ ଶାନ କହିଛନ୍ତି, ‘ଶିଜାନ ଖୁବଶାନ୍ତ ପ୍ରିୟ ମଣିଷଟିଏ। ମୁଁ ତାଙ୍କ ସହିତ ଯେତେଦିନ ହେବ ମିଶିଛି କେବେ କାହା ସହିତ ସେ ଝଗଡ଼ା କରିବା କି ଉଚ୍ଚସ୍ବରରେ କଥା ହେବା ମୁଁ ଶୁଣି ନାହିଁ। ଯେଉଁଦିନ ତୁନିଶା ଜୀବନ ହାରିଲେ ସେଦିନ ଶିଜାନଙ୍କ ସହ ମେସେଜରେ ୧୫ମିନିଟ କଥା ହୋଇଥିଲେ। ତେବେ ଗିରଫ ପରେ ପୁଲିସ ଶିଜାନଙ୍କୁ ଯେତେ ପଚାରିଛି କି ସେଦିନ ସେ ତୁନିଶାଙ୍କ ସହିତ କ’ଣ କଥା ହୋଇଥିଲେ ସେ ଭୋଭୋ ହୋଇ କାନ୍ଦି ଉଠୁଛନ୍ତି। ଯେଉଁଥିପାଇଁ ପୁଲିସକୁ ଚୁପ ରହିବାକୁ ପଡ଼ୁଛି।’