ଛୋଟ ଓ ବଡ଼ ପରଦାର ପରିଚିତ ଅଭିନେତା ଶମ୍ଭୁନାଥ ଖୁଣ୍ଟିଆଙ୍କୁ ନିକଟରେ ‘ଚାରିଧାମ’ ଛବିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ। ଧାରାବାହିକରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଶମ୍ଭୁନାଥ ‘ତୁଳସୀ’ରେ ଦିନେଶ୍ ଚରିତ୍ରରେ ଅଭିନୟ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କୁ ‘ପଣତକାନି’ ଓ ‘ପ୍ରତିବିମ୍ବ’ ଭଳି ଲୋକପ୍ରିୟ ମେଗାଧାରାବାହିକରେ ବି ଦେଖିବାକୁ ମିଳିଥିଲା। ତେବେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ଜରିଆରେ ସେ ଓଲିଉଡ୍ରେ ପଦାର୍ପଣ କରିଥିଲେ। ଏଥିରେ ସେ ବିଶ୍ବକର୍ମା ଭୂମିକା ତୁଲାଇଥିଲେ।
Hockey: ପୁରୁଷରେ ରାଉରକେଲା ଏକାଦଶ, ମହିଳା ନାଭାଲ ଟାଟା ବିଜେତା
ଚରିତ୍ର ଅଭିନେତା ଭାବେ ଓଲିଉଡ୍ରେ ସକ୍ରିୟ ଅଛନ୍ତି ଶମ୍ଭୁନାଥ ଖୁଣ୍ଟିଆ। ଏହାବାଦ୍ ହିନ୍ଦୀ ଓ ତାମିଲ ଭାଷାର ଧାରାବାହିକ ଓ ୱେବ୍ ସିରିଜ୍ରେ ବି ସେ ନଜର ଆସିଛନ୍ତି।
ପରେ ଶମ୍ଭୁନାଥ ‘ମୋ ସୁନାପୁଅ’, ‘ଅଭିମନ୍ୟୁ’, ‘ଧଉଳି ଏକ୍ସପ୍ରେସ୍’, ‘ଜୟ ଜଗନ୍ନାଥ’, ‘ମୁଖ୍ୟମନ୍ତ୍ରୀ’ , ‘ଅଭୟ’, ‘ପ୍ରେମ କୁମାର’, ‘ପୁଷ୍କରା’, ‘ଆଜିର ରେବତୀ’, ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଓ ‘କାଲିର ଅତୀତ’ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଅନୁଭବଙ୍କ ଅଭିନୀତ ‘ଅଭୟ’ ଚିତ୍ରରେ ତାଙ୍କୁ ସର୍ବାଧିକ ଆତ୍ମସନ୍ତୋଷ ମିଳିଥିଲା ବୋଲି ସେ କହନ୍ତି। ଅଧିକାଂଶ ସିନେମା ଓ ଧାରାବାହିକରେ ତାଙ୍କୁ ସହ-ଅଭିନେତା ଓ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ତାଙ୍କ ଅଭିନୀତ ‘କାନତରାଟି’,‘ଦେବକନ୍ୟା’ ଓ ‘ଗଣ୍ଡ ଭୈରବ’ ମୁକ୍ତି ଅପେକ୍ଷାରେ ଅଛି।
Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ
କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଧାରାବାହିକରେ ମଧ୍ୟ କାମ କରିଛନ୍ତି ଶମ୍ଭୁନାଥ। ଏଣ୍ଡ୍ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ ‘ଭାବିଜି ଘର ପର୍ ହୈ’ରେ ସେ ଅଭିନୟ କରିଛନ୍ତି। ଖାଲି ସେତିକି ନୁହେଁ, ତାମିଲ୍ ୱେବ୍ ସିରିଜ୍ ‘ଆଇଦମ୍ ବେଦ’ରେ ମଧ୍ୟ ଶମ୍ଭୁନାଥ କାମ କରିଛନ୍ତି। ପୁରୀ ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବକ ତଥା ଶ୍ରୀଜଗନ୍ନାଥଙ୍କ ଅଙ୍ଗ ରକ୍ଷକ ଶମ୍ଭୁନାଥ ପୁରୁଷାନୁକ୍ରମେ ୩୫ ବର୍ଷ ହେଲା ସେବାୟତ ଭାବେ କାମ କରୁଛନ୍ତି। ଅଭିନୟ ସହ ସେ ଶ୍ରୀଜଗନ୍ନାଥଙ୍କ ସେବା କରିବାରେ ସୁଖ ପାଆନ୍ତି ବୋଲି ଶମ୍ଭୁନାଥ କହନ୍ତି।
-ଗୌରୀ ଶଙ୍କର ପଣ୍ଡା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/fshfshxvbbv-2025-12-12-23-37-13.jpg)