ମ୍ୟୁଜିକ୍ ଭିଡିଓରେ ନାୟକ ଭୂମିକାରେ ନଜର ଆସିବେ ଟେଲିଭିଜନ୍ ଉପସ୍ଥାପକ ଶୁଭୋଜିତ। ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ‘କୁଆଁରୀ ଲାଜ’ରେ ସେ ଅଭିନୟ କରିଛନ୍ତି। ଏଥିରେ ତାଙ୍କ ସହ ନବାଗତ ଆଞ୍ଚଲ୍, ଅର୍ଚ୍ଚିତା, ଶୁଭେଚ୍ଛା ଓ ପ୍ରଶାନ୍ତ ଅଛନ୍ତି। ସହରରୁ ଆସିଥିବା ଜଣେ ସରକାରୀ ଅଧିକାରୀ ଓ ଗାଁର ଜଣେ ଚୁଲବୁଲି ଯୁବତୀଙ୍କ ମଧ୍ୟରେ କିପରି ପ୍ରେମ ସମ୍ପର୍କ ଗଢ଼ିଉଠୁଛି, ତାହା ହିଁ ଏହି ମ୍ୟୁଜିକ୍ ଭିଡିଓର ବିଷୟବସ୍ତୁ।
Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ
ସ୍ବୟମ୍ ପାଢ଼ୀ ଏଥିରେ କଣ୍ଠଦାନ କରିଥିବା ବେଳେ ସୁବ୍ରତ ଜେନା ଗୀତ ରଚନା କରିଛନ୍ତି। ଆୟୁଷ୍ମାନ ଓ ଯତିସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କେ. ଅଭି ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା କରିଥିବା ବେଳେ ଧୀରେନ୍ ସାହୁ ଡି.ଓ.ପି. ଦାୟିତ୍ବ ତୁଲାଇଛନ୍ତି। ପ୍ରଯୋଜନାରେ ଅଛନ୍ତି ସ୍ନେହଲତା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ଓ ଶୁଭଶ୍ରୀ ପଣ୍ଡା। ସୂଚନାଯୋଗ୍ୟ, ଟେଲିଭିଜନ୍ ଜଗତରେ ପ୍ରତିଷ୍ଠିତ ଉପସ୍ଥାପକ ଶୁଭୋଜିତ୍ ପଣ୍ଡା ପୂର୍ବରୁ ୮ରୁ ଅଧିକ ଟିଭି କାର୍ଯ୍ୟକ୍ରମ ଏବଂ ୨,୦୦୦ରୁ ଅଧିକ ଷ୍ଟେଜ୍ ସୋ’ରେ ଉପସ୍ଥାପନା କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/shfsfhfhxbbv-2025-12-12-23-29-33.jpg)