ପୁଣି ବିବାଦ ଘେରରେ ୟୁଟ୍ୟୁବର୍ ଏଲଭିଶ୍ ଯାଦବ; ଜାଣନ୍ତୁ କାରଣ

ବିଗ୍ ବସ୍ ଓଟିଟି-୨ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ୍ ଯାଦବ କୌଣସି ନା କୌଣସି କାରଣରୁ ହେଡଲାଇନରେ ରହିଆସୁଛନ୍ତି। ଏବେ ପୁଣିଥରେ ସେ ବିବାଦ ଘେରକୁ ଆସିଛନ୍ତି।

Elvish Yadav

Elvish Yadav Photograph: (Sambad )

ନୂଆଦିଲ୍ଲୀ: ବିଗ୍ ବସ୍ ଓଟିଟି-୨ ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ୍ ଯାଦବ କୌଣସି ନା କୌଣସି କାରଣରୁ ହେଡଲାଇନରେ ରହିଆସୁଛନ୍ତି। ଏବେ ପୁଣିଥରେ ସେ ବିବାଦ ଘେରକୁ ଆସିଛନ୍ତି। ସାପ ବିଷ ଚୋରା ଚାଲାଣ ମାମଲାରେ ଏଲଭିଶଙ୍କ ନାମ ଜଡ଼ିତ ରହିଛି ଏବଂ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡିଥିଲା। ଏବେ ଲାଗୁଛି ପୁଣି ଥରେ ଏହି ମାମଲାରେ ଏଲଭିଶଙ୍କ ସମସ୍ୟା ବଢ଼ିପାରେ।

ଏହି ଖବର ପଢ଼ନ୍ତୁ: ବନ୍ଧୁ ସାଜିଲା ବଇରି: ରୋଷେଇ କାମକୁ ନେଇ ହତ୍ୟା, ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ, ପୁଣି ଥରେ ୟୁଟ୍ୟୁବର୍ ଏଲଭିଶ୍ ଯାଦବ ଏବଂ ତାଙ୍କ ସାଙ୍ଗମାନଙ୍କ ସାପ ବିଷାକ୍ତ ମାମଲାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କାରଣ ନୋଏଡା ପୁଲିସ ସମସ୍ତ ଅଭିଯୁକ୍ତଙ୍କ ଫୋନର ତଥ୍ୟ ପୁନରୁଦ୍ଧାର ପାଇଁ ଗାଜିଆବାଦସ୍ଥିତ ନିବାଡ଼ି ପରୀକ୍ଷାଗାରର ଯୁଗ୍ମ ନିର୍ଦ୍ଦେଶକଙ୍କୁ ଏକ ଚିଠି ପଠାଇଛି। କେବଳ ଏତିକି ନୁହେଁ। ସାତଦିନ ମଧ୍ୟରେ ଫୋନରୁ ଡିଲିଟ ହୋଇଥିବା ସମସ୍ତ ଡାଟାର ପୁନରୁଦ୍ଧାର ରିପୋର୍ଟ ପୁଲିସ ମାଗିଛି। ପୁଲିସ ସନ୍ଦେହ କରୁଛି ଯେ ଏଲଭିଶ ଏବଂ ତାଙ୍କ ସାଙ୍ଗମାନଙ୍କ ଫୋନରୁ ରେଭ୍ ପାର୍ଟି ଓ ସାପ ବିଷ ଚୋରା ଚାଲାଣ ମାମଲାରେ କିଛି ଗୁରୁତ୍ୱପୂର୍ଣ୍ଣ ସୂତ୍ର ମିଳିପାରେ। ଏହି ମାମଲାରେ ତିନିଜଣଙ୍କ ଫୋନରୁ ତଥ୍ୟ ଡିଲିଟ କରିଥିବା ଅଭିଯୋଗ ମଧ୍ୟ ହୋଇଛି।

ଏହି ଖବର ପଢ଼ନ୍ତୁ: ପାଣିପାଗ: ରାଜ୍ୟରେ ବର୍ଷା ଜାରି: ଚିନ୍ତାରେ ଚାଷୀ

ରେଭ୍ ପାର୍ଟିରେ ସାପର ବିଷବ୍ୟବହୃତ ହୋଇଛି ଏବଂ ଏଥିରେ ଇଲଭିଶଙ୍କର ମଧ୍ୟ ହାତ ଅଛି ବୋଲି କୁହାଯାଇଥିଲା। ଏହି ମାମଲାରେ ଶୁଣାଣି ସୋମବାର ଦିନ ଥିଲା। କିନ୍ତୁ ଏଲଭିଶ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନଥିଲେ, ତେଣୁ ଏହି ମାମଲାର ପରବର୍ତୀ ଶୁଣାଣି ଜାନୁଆରି ୧୦ରେ ହେବ।

ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ସ୍ବାମୀଙ୍କର ଅବସ୍ଥା ଗୁରୁତର

ସୂଚନାଯୋଗ୍ୟ, ନଭେମ୍ବର ୨୦୨୩ ରେ ପିପୁଲ୍ସ ଫର୍ ଆନିମଲ୍ସ ସଂଗଠନର ଜଣେ ସଦସ୍ୟ କୋଟୱାଲି ସେକ୍ଟର -୪୯ରେ ୟୁଟ୍ୟୁବର୍ ଏଲଭିଶ ଯାଦବ, ନାରାୟଣ, ରାହୁଲ, ରବିନାଥ, ଟିଟୁ, ଜୟକରନ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଅଭିଯୋଗ ହୋଇଥିଲା ଯେ, ରେଭ୍ ପାର୍ଟିରେ ସାପର ବିଷବ୍ୟବହୃତ ହୋଇଛି ଏବଂ ଏଥିରେ ଇଲଭିଶଙ୍କର ମଧ୍ୟ ହାତ ଅଛି ବୋଲି କୁହାଯାଇଥିଲା। ଏହି ମାମଲାରେ ଶୁଣାଣି ସୋମବାର ଦିନ ଥିଲା। କିନ୍ତୁ ଏଲଭିଶ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନଥିଲେ, ତେଣୁ ଏହି ମାମଲାର ପରବର୍ତୀ ଶୁଣାଣି ଜାନୁଆରି ୧୦ରେ ହେବ।

ଏହି ଖବର ପଢ଼ନ୍ତୁ: ଅଖା ଭିତରୁ ନାବାଳକର ମୃତଦେହ ମିଳିବା ଘଟଣା: ଅଭିଯୁକ୍ତ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe