sunita ahuja: ହସ୍ପିଟାଲରୁ ଫେରିବା ପରେ ଧର୍ମପତ୍ନୀ ଦେଲେ ଗୋବିନ୍ଦାଙ୍କ  ସ୍ବାସ୍ଥ୍ୟ ଅପଡେଟ

ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ସ୍ବାମୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରି କହିଛନ୍ତି, ‘ମୋ ସାଥୀ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ।

b5640e39-cf8f-4fb5-a6e0-779b67e6b81c

sunita-ahuja-share-govinda-health-update Photograph: (@social media)

ମୁମ୍ବାଇ: ନିକଟରେ ଗୋବିନ୍ଦାଙ୍କୁ ଅଚେତ ଅବସ୍ଥାରେ ଚିକିତ୍ସା ପାଇଁ ମୁମ୍ବାଇର ଜୁହୁରେ ଥିବା କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟକୁ ନେଇ କିଛି ପରୀକ୍ଷା କରିଥିଲେ। ପରୀକ୍ଷା ରିପୋର୍ଟ ନର୍ମାଲ ଆସିବା ପରେ ଗୋବିନ୍ଦାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା।

ସମ୍ପ୍ରତି ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ସ୍ବାମୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଅପଡେଟ୍ ପ୍ରଦାନ କରିଛନ୍ତି। ଯେଉଁଥିରେ ସେ ଗୋବିନ୍ଦା କାହିଁକି ହଠାତ ଅଚେତ ହୋଇପଡ଼ିଥିଲେ ସେ ବିଷୟରେ ଆଲୋଚନା କରିଛନ୍ତି। ଗୋବିନ୍ଦାଙ୍କ ପତ୍ନୀ ସୁନିତା  କହିଛନ୍ତି,‘ ମୋ ସାଥୀ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ତାଙ୍କ ନୂତନ ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରୁଛନ୍ତି। କାମ ଚାପ ସହିତ ଅତ୍ୟଧିକ ବ୍ୟାୟାମ ପାଇଁ ହଠାତ ସେ ଅଚେତ ହୋଇପଡ଼ିଥିଲେ। ଅନ୍ୟଥା କୌଣସି କାରଣ ନାହିଁ।’

ଅଧିକପଢ଼ନ୍ତୁ:ନୂଆପଡ଼ା: ବିଜେଡ଼ି ହାତରୁ ଖସିଲା, ବିଜେପି ହାତକୁ ଫେରିଲା... 'ପଦ୍ମ' ଫୁଟିବାକୁ ୧୧ ବର୍ଷ ଲାଗିଗଲା

ସୁନିତା ଆହୁଜା ସ୍ବାମୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦେଲେ ଅପଡେଟ୍

ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ  ଗୋବିନ୍ଦା ଫ୍ୟାନ୍ସମାନଙ୍କୁ କହିଥିଲେ, "ଦୟାକରି ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରନ୍ତୁ। ଯୋଗ ଏବଂ ପ୍ରାଣାୟାମ ବହୁତ ଭଲ। ମୁଁ ଯେଉଁ ସମସ୍ୟାର ସମ୍ମୁଖୀନ ହୋଇଛି, ତାହା ଦେଖି ମୁଁ ଯୋଗ ଏବଂ ପ୍ରାଣାୟାମ ଅଭ୍ୟାସ କରିବା ଆରମ୍ଭ କରି ଦେଇଛି। ତେଣୁ ଆପଣଙ୍କୁ ଏ ଅଭ୍ୟାସ ପାଇଁ ପରାମର୍ଶ ଦେଉଛି। ଯାହା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।‘

ଗୋବିନ୍ଦାଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ, ତାଙ୍କର ଚଳଚ୍ଚିତ୍ର "ଦୁନିଆଦାରୀ" ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ସହିତ ଗୋବିନ୍ଦା ବହୁତ ଦିନ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ନେଇ ଗୋବିନ୍ଦାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ, ଭାରତ ୩୭/୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe