ଦିବଂଗତ ସଙ୍ଗୀତକାର ଅଭିଜିତ ମଜୁମ୍ଦାର ଓଲିଉଡ୍ର ଅଧିକାଂଶ ଆଗଧାଡ଼ିର ନାୟକଙ୍କ ଅଭିନୀତ ସିନେମାରେ ସ୍ବର ସଂଯୋଜନା କରିଛନ୍ତି। ତେବେ ବାବୁସାନ୍ଙ୍କ ଅଭିନୀତ ୧୩ଟି ଓଡ଼ିଆ ଛବିରେ ଅଭିଜିତ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି। ୨୦୧୨ରେ ମୁକ୍ତିପ୍ରାପ୍ତ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ‘ଲଭ୍ମାଷ୍ଟର୍’ରୁ ଆରମ୍ଭ ହୋଇଥିଲା ଅଭିଜିତ-ବାବୁସାନ୍ ଯୋଡ଼ିଙ୍କ ଯାତ୍ରା। ଏହାପରେ ବାବୁସାନ୍ଙ୍କ ଅଭିନୀତ ‘ଡାହାବାଳୁଙ୍ଗା’, ‘ଯିଏ ଯାହା କହୁ ମୋର ଢ଼ୋ’, ‘ଜବରଦସ୍ତ ପ୍ରେମିକ’, ‘ଲଭ୍ ଷ୍ଟେସନ୍’,‘ଲଭ୍ ପାଇଁ କୁଛ ବି କରେଗା’, ‘ସିଷ୍ଟର ଶ୍ରୀଦେବୀ’, ‘ସୁନାପିଲା ଟିକେ ସ୍କ୍ରୁ ଢିଲା’, ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’, ‘ହିରୋ ନମ୍ବର ୱାନ୍’, ‘ଶ୍ରୀମାନ୍ ସୁରଦାସ’, ‘ଗୋଲମାଲ୍ ଲଭ୍’ ଓ ‘ମିଷ୍ଟର ମଜ୍ନୁ’ ଆଦି ଓଡ଼ିଆ ସିନେମାରେ ସଙ୍ଗୀତ ଦେଇଥିଲେ ଅଭିଜିତ ମଜୁମ୍ଦାର। ଆଉ ଏସବୁ ସିନେମାରେ ଅଧିକାଂଶ ଗୀତ ବି ବେଶ୍ ଜନପ୍ରିୟ ହୋଇଥିଲା।
CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଅଭିଜିତ ମଜୁମ୍ଦାର ଓ ବାବୁସାନ୍ଙ୍କ ଯୋଡ଼ି ବେଶ୍ ଚର୍ଚ୍ଚିତ। ଅଭିଜିତ, ବାବୁସାନ୍ଙ୍କ ଅଭିନୀତ ୧୩ଟି ଛବିର ସ୍ବର ସଂଯୋଜନା କରିଛନ୍ତି।
୨୦୧୯ରେ ମୁକ୍ତିଲାଭ କରିଥିବା ତରଙ୍ଗ ସିନେ ପ୍ରଡକସନ୍ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ମିଷ୍ଟର ମଜ୍ନୁ’ ପରେ ଆଉ ଅଭିଜିତଙ୍କୁ ବାବୁସାନଙ୍କ ଅଭିନୀତ ଅନ୍ୟ କୌଣସି ଛବିରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳି ନଥିଲା। ଏଣେ ଅଭିଜିତଙ୍କ ସ୍ବର ସଂଯୋଜନାରେ ‘ଲଭ୍ମାଷ୍ଟର୍’ରେ ‘ନିଜକୁ ପଚାରେ ଆଜି…’, ‘ଲଭ୍ ଷ୍ଟେସନ୍’ରେ ‘ଓରେ ସାୱରିୟା..’, ଓ ‘ଡାହା ବାଳୁଙ୍ଗା’ରେ ‘ହାଲ୍କା ତୋର ମିଠା ଛୁଆଁରେ...’ ଆଦି ଗୀତରେ କଣ୍ଠଦାନ କରିଥିଲେ ବାବୁସାନ୍।
-ଶିବଶଙ୍କର ଓଝା
Hockey: ମାଗଣା ଦେଖିବେ ହକି ପ୍ରୋ-ଲିଗ୍: ଟିକଟ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/31/dgjdgjgjbcnnb-2026-01-31-00-20-57.jpg)