HAQ Review And Collection: ସବୁ ରେକର୍ଡ ଭାଙ୍ଗିଲା ଚଳଚିତ୍ର "ହକ୍", ବକ୍ସ ଅଫିସରେ କଲା ଦମଦାର କଲେକ୍ସନ

ସବୁ ରେକର୍ଡ ଭାଙ୍ଗିଲା ଚଳଚିତ୍ର "ହକ୍"। ବକ୍ସ ଅଫିସରେ କଲା ଦମଦାର କଲେକ୍ସନ। ଶୁକ୍ରବାର ଦୁଇଟି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ବଲିଉଡ କଳାକାର ୟାମି ଗୌତମ ଏବଂ ଇମ୍ରାନ୍ ହାସମୀଙ୍କ ଫିଲ୍ମ "ହକ୍" ଏବେ ଦର୍ଶକଙ୍କ ମନ କିଣିଛି।

haq

Film HAQ'S review and collection Photograph: (sambad.in)

ମୁମ୍ବାଇ: ସବୁ ରେକର୍ଡ ଭାଙ୍ଗିଲା ଚଳଚିତ୍ର "ହକ୍"। ବକ୍ସ ଅଫିସରେ କଲା ଦମଦାର କଲେକ୍ସନ। ଶୁକ୍ରବାର ଦୁଇଟି ଫିଲ୍ମ ମୁକ୍ତିଲାଭ କରିଥିବା ବେଳେ ବଲିଉଡ କଳାକାର ୟାମି ଗୌତମ ଏବଂ ଇମ୍ରାନ୍ ହାସମୀଙ୍କ ଫିଲ୍ମ "ହକ୍" ଏବେ ଦର୍ଶକଙ୍କ ମନ କିଣିଛି। ଚଳଚିତ୍ର "ହକ୍" ପ୍ରଥମ ଦିନରେ ବକ୍ସ ଅଫିସରେ ୧.୮୬ କୋଟି ରୋଜଗାର କରିଥିବା ବେଳେ ଏହା ଖୁବଶୀଘ୍ର ୨ କୋଟି ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। 

ଚଳଚିତ୍ର "ହକ୍"ର କାହାଣୀ ?

ନଭେମ୍ଭର ୭ତାରିଖରେ ସୁପର୍ନ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ "ହକ୍" ରିଲିଜ ହୋଇଥିଲା। ୟାମି ଗୌତମ ଏବଂ ଇମରାନ ହାସମୀ ଅଭିନୀତ ଏହି ଚଳଚ୍ଚିତ୍ରଟି ୧୯୮୫ ମସିହାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। ଫିଲ୍ମଟି ଶାହ ବାନୋଙ୍କ ଜୀବନ ଏବଂ ଆଇନଗତ ସଂଘର୍ଷକୁ ନେଇ ଚିତ୍ରଣ କରାଯାଇଛି। ଚଳତିତ୍ର "ହକ୍" ରେ ୟାମି ଗୌତମ ଶାହ ବାନୋଙ୍କ ଚରିତ୍ରରେ ନଜର ଆସିଛନ୍ତି। ୧୯୭୮ ମସିହାରେ ଛାଡ଼ପତ୍ର ପରେ ଶାହ ବାନୋ ତାଙ୍କ ଧନୀ ଓକିଲ ସ୍ୱାମୀ ମହମ୍ମଦ ଅହମଦ ଖାନଙ୍କଠାରୁ ଭରଣପୋଷଣ ଦାବି କରି କୋର୍ଟକୁ ଯାଇଥିଲେ। ୧୯୮୫ ମସିହାରେ, ସୁପ୍ରିମକୋର୍ଟ ଏହି ଦାବି ଉପରେ ଐତିହାସିକ ରାୟ ଶୁଣାଇଥିଲେ। ଛାଡ଼ପତ୍ର ପରେ ମୁସଲିମ୍ ମହିଳାମାନେ ମଧ୍ୟ ଭରଣପୋଷଣ ପ‌ାଇବା ଉଚିତ୍ ବୋଲି ରାୟ ଦେଇଥିଲେ କୋର୍ଟ। 

କେତେ ରୋଜଗାର କରିଛି ଚଳଚିତ୍ର "ହକ୍" ?

ସୁପର୍ଣ ବର୍ମାଙ୍କ କୋର୍ଟରୁମ୍ ଡ୍ରାମା "ହକ୍" ରିଲିଜ୍ ହେବା ପରେ ହିଁ ବକ୍ସ ଅଫିସରେ ନିଜର ଦମ୍ ଦେଖାଇଛି। ଦର୍ଶକ ଏହି ଚଳଚିତ୍ରକୁ ବହୁତ ଭଲପାଇବା ଦେଉଛନ୍ତି। ସୂଚନା ଅନୁଯାୟୀ, ଫିଲ୍ମଟି ପ୍ରଥମ ଦିନରେ ୧.୬୫ କୋଟି ଆୟ କରିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଏ ସପ୍ତାହାନ୍ତରେ ଫିଲ୍ମର ଆୟ ୨କୋଟିରେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: Chief Minister Sunabeda Nuapada: ପ୍ରଥମ ଥର ଲାଗି ଜଣେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ସୁନାବେଡ଼ାରେ ପାଦ ଦେଲେ, ମା ସୁନାଦେଇଙ୍କ ଦର୍ଶନ କଲେ

ଆହୁରି ପଢ଼ନ୍ତୁ: Asia Cup Trophy Issue: ମୋହସିନ୍‌ଙ୍କଠାରୁ ଟ୍ରଫି ଆଣିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କଲା ICC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe