ମୁମ୍ବାଇ: ବଲିଉଡ ଅଭିନେତା ବିବେକ ଓବରଏ ଏବେ ଅନେକ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି। ତାଙ୍କ ପାଖରେ ଏବେ ଅନେକ ପ୍ରୋଜେକ୍ଟ ରହିଛି, ଯେଉଁଥିରୁ ଗୋଟିଏ ହେଉଛି ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ନିର୍ଦ୍ଦେଶିତ ଫିଲ୍ମ "ରାମାୟଣ"। ସୁପରଷ୍ଟାର ରଣବୀର କପୁର ଏବଂ ସାଇ ପଲ୍ଲବୀ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ବିବେକ ଲଙ୍କାପତି ରାବଣଙ୍କ ଭାଇ ବିଭୀଷଣଙ୍କ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ପ୍ରଶଂସକମାନେ ଏହି ସିନେମା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ବିବେକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ବିବେକ ଏହି ଫିଲ୍ମ ପାଇଁ ପାରିଶ୍ରମିକ ନନେଇ ଏହାକୁ କର୍କଟ ପୀଡ଼ିତ ଶିଶୁଙ୍କ ପାଇଁ ଦାନ କରିଛନ୍ତି।
କର୍କଟ ରୋଗରେ ପୀଡିତ ପିଲାମାନଙ୍କ ଚିକିତ୍ସା ପାଇଁ ଦେବି ପାରିଶ୍ରମିକ
ଏକ ସାକ୍ଷାତକାରରେ ଏହି ଖୁଲାସା କରିଛନ୍ତି ବିବେକ। ସେ କହିଛନ୍ତି ଯେ, "ମୁଁ ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରାଙ୍କୁ କହିଥିଲି ଯେ ମୁଁ ଏଥିପାଇଁ ଗୋଟିଏ ଟଙ୍କା ମଧ୍ୟ ଚାହେଁ ନାହିଁ। ମୁଁ ଏହାକୁ ଏକ ବଡ଼ ଉଦ୍ଦେଶ୍ୟ ପାଇଁ ଦାନ କରିବାକୁ ଚାହୁଁଛି ଯାହା ଉପରେ ମୁଁ ବିଶ୍ୱାସ କରେ ଏବଂ ତାହା ହେଉଛି କର୍କଟ ରୋଗରେ ପୀଡିତ ପିଲାମାନଙ୍କ ଚିକିତ୍ସା। ମୁଁ ନମିତଙ୍କୁ କହିଥିଲି ଯେ, ମୁଁ ତୁମକୁ କେବଳ ସମର୍ଥନ କରିବାକୁ ଚାହୁଁଛି, ଟଙ୍କା ନୁହେଁ। କାରଣ ତୁମେ ଯାହା କରୁଛ ତାହା ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ଏକ ବଡ଼ ପରିଚୟ ଦେବ।"
୨ଭାଗରେ ମୁକ୍ତିଲାଭ କରିବ ଫିଲ୍ମ
ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ "ରାମାୟଣ" ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ। ଫିଲ୍ମର ଷ୍ଟାରକାଷ୍ଟ ବହୁତ ବଡ଼। ରଣବୀର କପୁର, ୟଶ, ସାଇ ପଲ୍ଲବୀ, ରବି ଦୁବେ, ସନି ଦେଓଲ, ଅରୁଣ ଗୋଭିଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଶୀବା ଚଡ୍ଡା, ଅମିତାଭ ବଚ୍ଚନ, କୁନାଲ କପୁରଙ୍କ ସମେତ ଅନେକ କଳାକାର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ। ରାମାୟଣ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମଟି ୪୦୦୦ କୋଟି ଟଙ୍କାରେ ନିର୍ମିତ ହେବ। ଏଥିମଧ୍ୟରୁ ୧୩୦୦କୋଟି ଟଙ୍କା ଫିଲ୍ମର ପ୍ରଚାରରେ ଖର୍ଚ୍ଚ ହେବ।
ଆହୁରି ପଢ଼ନ୍ତୁ: Digital Arrest: ପୁଣେରେ ଡିଜିଟାଲ୍ ଠକାମୀର ଶିକାର ହୋଇ ୧.୧୯ କୋଟି ହରାଇ ଚାଲିଗଲା ବୃଦ୍ଧଙ୍କ ଜୀବନ
ଆହୁରି ପଢ଼ନ୍ତୁ: Nitin Gadkari on Road: ରାସ୍ତାରେ ଖାଲ ହେଲେ ମୁଁ କାହିଁକି ଗାଳି ଶୁଣିବି: ଗଡ଼କରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/30/vivek-oberoi-2025-10-30-17-42-11.jpg)