ବଚ୍ଚନ ପରିବାରରେ କ’ଣ ଚାଲିଛି!: ରାତିଅଧରେ ଘର ବାହାରେ ଏକୁଟିଆ ଜୟା

ବଚ୍ଚନ ପରିବାର ସମ୍ପ୍ରତି ହେଡଲାଇନରେ ଅଛନ୍ତି। ଯେତେବେଳେ ପରିବାରର କୌଣସି ସଦସ୍ୟ ବୋହୂ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ନ ଥିଲେ। ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି ଯେ, ବଚ୍ଚନ ପରିବାରରେ ସବୁକିଛି ଠିକ୍ ଚାଲିନାହିଁ...

WhatsApp Image 2024-11-02 at 8.18.15 PM

ମୁମ୍ବାଇ: ବଚ୍ଚନ ପରିବାର ସମ୍ପ୍ରତି ହେଡଲାଇନରେ ଅଛନ୍ତି। ଯେତେବେଳେ ପରିବାରର କୌଣସି ସଦସ୍ୟ ବୋହୂ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ନ ଥିଲେ। ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି ଯେ, ବଚ୍ଚନ ପରିବାରରେ ସବୁକିଛି ଠିକ୍ ଚାଲିନାହିଁ।

ବର୍ତ୍ତମାନ ଏହି ସମସ୍ତ ଚର୍ଚ୍ଚା ଏବଂ କଳ୍ପନାଜଳ୍ପନା ମଧ୍ୟରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଜୟା ବଚ୍ଚନ ରାତିଅଧରେ ତାଙ୍କର ଘର ଜଲ୍‌ସା ବାହାରେ ଏକୁଟିଆ ଦେଖିବାକୁ ମିଳୁଛନ୍ତି। 

ଜୟା ବଚ୍ଚନ ସବୁବେଳେ ଖବରରେ ରହିଥାନ୍ତି। ତାଙ୍କର ଅଜବ ଆଚରଣ ଯୋଗୁଁ ସେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଥାନ୍ତି। ଯେତେବେଳେ ସେ ପାପାରାଜିରେ ପୋଷ୍ଟ କରନ୍ତି ତାହା ରାତାରାତି ଭାଇରାଲ ହୁଏ। ବର୍ତ୍ତମାନ, ଜୟା ବଚ୍ଚନ ପୁଣି ଥରେ ପାପାରାଜିର କ୍ୟାମେରାରେ ନଜର ଆସିଥିଲେ, କିନ୍ତୁ ଏଥର ତାଙ୍କ ସହ କେହି ନ ଥିଲେ ଏବଂ ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଥିଲା।

ଅଧିକ ପଢ଼ନ୍ତୁ:

ଐଶ୍ୱର୍ଯ୍ୟା-ଅଭିଷେକ ଅଲଗା ହେବାର ପ୍ରମାଣ ଦେଲେ ବଚ୍ଚନ ପରିବାର!: ସ୍ୱାମୀଙ୍କ ଏହି କାର୍ଯ୍ୟ ଦାମ୍ପତ୍ୟ ଝଡ଼କୁ ସ୍ପଷ୍ଟ କଲା

ଜୟାଙ୍କର ଏହି ଭିଡିଓ ବିଷୟରେ ଅନଲାଇନରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ସମାଲୋଚକମାନେ ଏହି ଭିଡିଓ ଉପରେ ନକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଅନେକ ଲୋକ ଜୟା ବଚ୍ଚନଙ୍କୁ ରାତିର ଅନ୍ଧକାରରେ ଭୂତ ବୋଲି ବର୍ଣ୍ଣନା କରିଥିଲେ। କିନ୍ତୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଜୟାଙ୍କ ବଲିଉଡରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଦର୍ଶାଇ ଟ୍ରୋଲ ବିରୋଧରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ତେବେ ଜୟା ରାତିଅଧରେ କାହିଁକି ଘର ବାହାରକୁ ଆସିଥିଲେ ତାହା ଜଣା ପଡ଼ିନାହିଁ। ଏନେଇ ଜୟା ମଧ୍ୟ ସୋସିଆଲ ମିଡ଼ିଆରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଛାଡପତ୍ର ଖବର ଜୋରସୋରରେ ଚାଲିଛି। ତେବେ ବଚ୍ଚନ ପରିବାର କିମ୍ବା ଦମ୍ପତି ଏ ବିଷୟରେ କିଛି କହି ନାହାନ୍ତି। ସେମାନେ ନୀରବତା ଅବଲମ୍ବନ କରିୁଛନ୍ତି। ସମସ୍ତେ କହୁଛନ୍ତି ଯେ ଐଶ୍ୱର୍ଯ୍ୟା ତାଙ୍କ ପରିବାରଠାରୁ ଦୂରେଇ ଯାଇଛନ୍ତି। ସେଥିପାଇଁ ପରିବାରର କୌଣସି ସଦସ୍ୟ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ନାହାନ୍ତି।

ଅଧିକ ପଢ଼ନ୍ତୁ:

ଋଷଭଙ୍କୁ ରୋହିତଙ୍କ ନାଲିଆଖି: ଡ୍ରେସିଂ ରୁମ୍‌ର ଭିଡିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe