ମୁମ୍ବାଇ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିଛି। ତୃତୀୟ ମ୍ୟାଚ୍ରେ ଭାରତୀୟ ଦଳ ଭଲ ସ୍ଥିତିରେ ରହିଛି। ଏହି ମ୍ୟାଚ୍ ସମୟର ଅଧିନାୟକ ରୋହିତ ଶର୍ମା ଏବଂ ଋଷଭ ପନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ରୋହିତ ଋଷଭଙ୍କୁ ଜୋରରେ ପାଟି କରୁଥିବା ଦେଖିବାକୁ ମିଳୁଛି। ତେବେ ରୋହିତ କ’ଣ ପାଇଁ ରାଗିଛନ୍ତି କାହିଁକି ନାଲିଆଖି ଦେଖାଇଛନ୍ତି ତାହା କେହି ଜାଣନ୍ତି ନାହିଁ।
ସୋସିଆଲ ମିଡିଆରେ ଅଧିନାୟକ ରୋହିତ ଶର୍ମା ଡ୍ରେସିଂ ରୁମ୍ରେ ଋଷଭ ପନ୍ତଙ୍କୁ ପାଟି କରୁଥିବା ଭିଡିଓ ଦେଖିବାକୁ ମିଳୁଛି। ରୋହିତ କାହିଁକି ପନ୍ତଙ୍କ ଉପରେ ଏତେ ରାଗିଲେ ତାହାର କାରଣ ଜଣାପଡ଼ିନାହିଁ।
— Drizzyat12Kennyat8 (@45kennyat7PM) November 2, 2024
ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ତୃତୀୟ ଟେଷ୍ଟର ପ୍ରଥମ ଦିନର ବୋଲି କୁହାଯାଉଛି। ଗୋଟିଏ ପଟେ ରୋହିତ ଏହି ଭିଡିଓରେ ଋଷଭଙ୍କ ଉପରେ କ୍ରୋଧ ପ୍ରକାଶ କରୁଥିବାବେଳେ ଅନ୍ୟ ପକ୍ଷରେ ଋଷଭ ସ୍ପଷ୍ଟୀକରଣ ଦେଉଥିବାର ଦେଖିବାକୁ ମିଳୁଛି। ତେବେ ଭିଡିଓରେ ଋଷଭ ଟିକେ ହସୁଥିବାର ମଧ୍ୟ ଦେଖିବାକୁ ମିଳୁଛି।
Rohit Sharma and Virat Kohli together at Iconic Wankhede stairs. ⭐
— Tanuj Singh (@ImTanujSingh) November 2, 2024
- TWO ICONS OF INDIA...!!!! 🐐pic.twitter.com/5I5H2bVHc7
ଟିମ୍ ଇଣ୍ଡିଆ ବର୍ତ୍ତମାନ ମୁମ୍ବାଇ ଟେଷ୍ଟରେ ଭଲ ସ୍ଥିତିରେ ଥିବା ଜଣାପଡିଛି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତୀୟ ବୋଲରମାନେ ନ୍ୟୁଜିଲ୍ୟାଣ୍ଡର ୯ ୱିକେଟ୍ ନେଇଥିଲେ। କିୱିଦଳ ମାତ୍ର ୧୭୧ ରନ୍ କରିଥିଲେ। ତେବେ କିୱି ଦଳ ୧୪୩ ରନର ଅଗ୍ରଣୀ ହାସଲ କରିଛି। ଏହା ବହୁତ କମ୍ ଲିଡ୍। ଭାରତ ପାଇଁ କ୍ଲିନ୍ ସ୍ବିପ୍ରୁ ରକ୍ଷା ପାଇବା ଲାଗି ଏହା ଏକ ବଡ଼ ସୁଯୋଗ।
ଅଧିକ ପଢ଼ନ୍ତୁ:
ନ୍ୟୁଜିଲ୍ୟାଣ୍ଡ ୯ ୱିକେଟରେ ୧୪୩ ରନ୍ରେ ଅଗ୍ରଣୀ, ଭାରତ ପାଇଁ ବଡ଼ ସୁଯୋଗ
ଦ୍ୱିତୀୟ ଦିନରେ ଭାରତ ପାଇଁ ବୋଲିଂ କରୁଥିବାବେଳେ ରବିନ୍ଦ୍ର ଜାଡେଜା ୪ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଆକାଶ ଦୀପ ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ତୃତୀୟ ଦିନରେ କିୱି ଦଳକୁ ଅଲଆଉଟ୍ କରିବା ପରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବାକୁ ଚାହୁଁଛି।
ଅଧିକ ପଢ଼ନ୍ତୁ:
ପଡ଼ିଆରେ'ୱାନ ଟୁ କା ଫୋର୍... ଫୋର୍ ଟୁ କା ୱାନ' ଡ୍ୟାନ୍ସ କଲେ କୋହଲି: ସୋସିଆଲ ମିଡିଆରେ ଭାଇରାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/02/LgKroZKKs0K5evbN7Nnw.jpeg)