Advertisment

Accident: ବରଗଡ଼ରେ ଦୁର୍ଘଟଣା: ଜଣେ ଶିଶୁ ସମେତ ୪ ମୃତ, ୨ ଗୁରୁତର

Advertisment

ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମେହେନା ଛକରେ ଏକ ଅଜଣା ଗାଡି ଦୁଇଟି ବାଇକକୁ ଧକ୍କା ଦେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ...

ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମେହେନା ଛକରେ ଏକ ଅଜଣା ଗାଡି ଦୁଇଟି ବାଇକକୁ ଧକ୍କା ଦେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ...

Accident

ବରଗଡ/ଭେଡେନ/ଗୋଡଭଗା: ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମେହେନା ଛକରେ ଏକ ଅଜଣା ଗାଡ଼ି ଦୁଇଟି ବାଇକକୁ ଧକ୍କା ଦେବାରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଫାଣ୍ଡି ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

୨ ଜଣ ପୁରୁଷ ଗୁରୁତର ଆହତ ଥିବାରୁ ସେମାନଙ୍କୁ ବୁର୍ଲା ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ମୃତକମାନେ ସମସ୍ତେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଘାଟିଜାମପାଲିର ଗାଁର ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Accident: ଦୁର୍ଘଟଣାରେ ଗୁରୁତର ମା’ ଛେଉଣ୍ଡ ଶୁଭମଙ୍କ ଅକାଳ ବିୟୋଗ

ମିଳିଥିବା ସୂଚନା ଅନୁସାରେ, ଗୋଡଭଙ୍ଗା ପଟରୁ ଆଜି ଦୁଇଟି ବାଇକରେ ସେମାନେ ସୋନପୁର ଜିଲ୍ଲା ରାମପୁରକୁ ଯାଉଥିଲେ। ଯିବା ସମୟରେ ରୁଷୁଡା ନିକଟ ମେହେନା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଚାରିଚକିଆ ଯାନ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରୁ ଏକ ନମ୍ବର ପ୍ଲେଟ( ଓଡି୧୭ଏବି୪୦୧୦) ମଧ୍ୟ ମିଳିଛି। ପୁଲିସ ଓ ସ୍ଥାନୀୟ ଲୋକମାନେ ଗୁରୁତରଙ୍କୁ ବୁର୍ଲା ଚିକିତ୍ସା ପାଇଁ ତୁରନ୍ତ ପଠାଇଥିଲେ । ରାତି ପ୍ରାୟ ୯ଟା୩୦ରୁ୧୦ଟା ଭିତରେ ଏହି ଦୁର୍ଘଟଣାଟି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe