ଶୁଭ ସକାଳ...🙏🙏🙏
ସକାଳର ଚା’ ସହିତ sambad.inରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଖବର ଉପରେ ନଜର ପକାନ୍ତୁ। 

Advertisment

-ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତ ଏୟାର ଷ୍ଟ୍ରାଇକ୍‌
-ଶତ୍ରୁର ଆକ୍ରମଣ ସ୍ଥିତିରେ ସୁରକ୍ଷା ଲାଗି ପ୍ରସ୍ତୁତି ଜୋରଦାର, ଆଜି ଅପରାହ୍ଣ ୪ଟାରେ ବାଜିବ ସାଇରନ୍। ଭୁବନେଶ୍ବର ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ମକ୍‌ ଡ୍ରିଲ୍‌।
-ଆଜି ବାୟୁସେନାର ସମରାଭ୍ୟାସ। ସାମିଲ ହେବେ ସୁଖୋଇ-୩୦, ମିରେଜ-୨୦୦୦, ରାଫେଲ ସହିତ ଅନ୍ୟ ଲଢ଼ୁଆ ବିମାନ। 
-ଯୁଦ୍ଧ ଆଶଙ୍କା ଘନେଇଲା: ଆଜି ଦେଶର ୨୪୪ଟି ଜିଲ୍ଲାରେ ମକ୍‌ ଡ୍ରିଲ୍‌ ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ। 

ଭାରତ ନେଲା ହଲଗାମ ଆକ୍ରମଣର ପ୍ରତିଶୋଧ

ପିଓକେରେ ବୋମାବର୍ଷା
ମାଟିରେ ମିଶିଲା  ୯ ଆତଙ୍କୀ ଶିବିର। 
ସଫଳ ହେଲା ଅପରେସନ ‘ସିନ୍ଦୁର’ 
ଆକ୍ରମଣ ନେଇ ସ୍ବୀକାର କଲା ପାକିସ୍ତାନ
ଟାର୍ଗେଟ୍‌ରେ ଲସ୍କର ଓ ଜୈସ ଆଡ୍ଡା
 ଆଲର୍ଟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା

ପାକିସ୍ତାନ କହିଲା ୨୪ଟି ଆକ୍ରମଣ

ପାକିସ୍ତାନୀ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ କହିଛନ୍ତି, ଭାରତ ଛଅଟି କ୍ଷେତ୍ରରେ ଭିନ୍ନଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ମୋଟ ୨୪ଟି ଆକ୍ରମଣ କରିଛି। ଏହି ଛଅଟି ଅଞ୍ଚଳରେ ଆଠ ଜଣ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୩୫ ଜଣ ଆହତ ହୋଇଛନ୍ତି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି।


ସୁବିଧା ପ୍ରଦାନ କରିବ ବିମାନବନ୍ଦର!

ଭୁବନେଶ୍ୱର: ପୁରୀରେ ବିମାନବନ୍ଦର ନିର୍ମାଣ କାମକୁ ଆହୁରି ବଳ ମିଳିପାରିଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ନୀତିଗତ ଅନୁମୋଦନ ‌ପ୍ରଦାନ କ‌ଲା ପରେ ଦେଶ-ବିଦେଶର ପର୍ଯ୍ୟଟକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି। ଏହି ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପରେ ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଆଶା ପ୍ରକଟ କରିଛନ୍ତି। ଅର୍ଥାତ ପ୍ରତିମାସ ଏହି ବିମାନବନ୍ଦର ପ୍ରାୟ ୪ ଲକ୍ଷ ପର୍ଯ୍ୟଟକ ଓ ଜଗନ୍ନାଥଙ୍କ ଭକ୍ତଙ୍କୁ ସେବା ପ୍ରଦାନ କରିବ। ଅଧିକ ପଢ଼ନ୍ତୁ...

ଭାରତକୁ କତରର ସମର୍ଥନ


ନୂଆଦିଲ୍ଲୀ : ମୁସଲିମ ଦେଶ କତରର ଅମୀର ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍-ଥାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ସେ ପହଲଗାମ ହତ୍ୟାକାଣ୍ଡରେ ମୃତ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ। ସେ ଆତଙ୍କବାଦୀମାନଙ୍କୁ ନ୍ୟାୟ ଦେବା ପାଇଁ ଭାରତ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଥିଲେ। କତରର ଆମୀରଙ୍କ ସହ ଏହି ଆଲୋଚନା କେବଳ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ପାକିସ୍ତାନ ପାଇଁ ମଧ୍ୟ ଅଧିକ ଚିନ୍ତାଜନକ ହେବାକୁ ଯାଉଛି। ଅଧିକ ପଢ଼ନ୍ତୁ...

ଜାପାନକୁ ଟପିବ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ଅର୍ଥନୀତି ଏକ ବଡ଼ ମାଇଲଖୁଣ୍ଟ ଅତକ୍ରମ କରିବାକୁ ଯାଉଛି। ଭାରତୀୟ ଅର୍ଥନୀତି ଚଳିତ ବର୍ଷ ଶେଷସୁଦ୍ଧା ଜାପାନକୁ ପଛରେ ପକାଇ ବିଶ୍ବର ୪ର୍ଥ ବୃହତ୍ତମ ଅର୍ଥନୀତି ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ପୂର୍ବାନୁମାନ କରିଛି। ଆଇଏମଏଫ ଦ୍ୱାରା ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଆଉଟଲୁକ ଏପ୍ରିଲ ୨୦୨୫ ରେ ଏହି ସୂଚନା ଦିଆଯାଇଛି। ଅଧିକ ପଢ଼ନ୍ତୁ...

ପଢ଼ନ୍ତୁ ଚର୍ଚ୍ଚିତ ଖବର

-ଭୟଭୀତ ହେବାର କୌଣସି କାରଣ ନାହିଁ
-ମମତାଙ୍କୁ ଚିଠି ଲେଖି ଦାବି କଲେ ମୋହନ
-୧୯୭୧ ଭଳି ଯୁଦ୍ଧ ଲଢ଼ିବ ଭାରତ
-ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ

publive-image

ଏହି ଖବର ଉପର ଦିଅନ୍ତୁ ନଜର

-ମୋଦୀଙ୍କୁ ଚିଠି ଲେଖିଲେ ସୁଦର୍ଶନ
-ପାକିସ୍ତାନର ପ୍ରସ୍ତୁତିରୁ ମିଳୁଛି ସଙ୍କେତ
-ରାୱଲପିଣ୍ଡିରେ ଜରୁରୀକାଳୀନ ପରିସ୍ଥିତି
-ଡେବ୍ୟୁ କରି ମାତୃତ୍ବ ମନାଇଲେ କିଆରା 

Good morning