ନୂଆଦିଲ୍ଲୀ/ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଭାରତ ପକ୍ଷରୁ ପରୋକ୍ଷ ଆକ୍ରମଣ ଧାରା ଜାରି ରହିଛି। ଭାରତ ହାତରେ ନମାରି ପାକିସ୍ତାନକୁ ଭାତରେ ମାରିବା ଆରମ୍ଭ କରିଛି। ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତି ବାତିଲ କରାଯାଇଛି। ଏହା ସହିତ କୂଟନୈତିକ ସମ୍ପର୍କ, ଡାକସେବା, ବାଣିଜ୍ୟ ଆଦି ବନ୍ଦ କରାଯାଇଛି। ପ୍ରକୃତ ଆକ୍ରମଣ ପୂର୍ବରୁ ଏସବୁ ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।
ଭାରତ ତଥା ପାକିସ୍ତାନର ପ୍ରସ୍ତୁତି ଦେଖି ଯୁଦ୍ଧ ହେବାର ଆଶଙ୍କା ନେଇ ଆତଙ୍କ ସୃଷ୍ଟି ହୋଇଛି। ଯୁଦ୍ଧ ନିଶ୍ଚିତ ବୋଲି ଅନୁମାନ କରାଯାଉଛି।
ଉଭୟ ପକ୍ଷର ପ୍ରସ୍ତୁତି ଦେଖି ଭାରତରେ ଅବସ୍ଥାପିତ ଥିବା ପୂର୍ବତନ ପାକିସ୍ତାନ ଉଚ୍ଚାୟୁକ୍ତ ଅବଦୁଲ୍ ବାସିତ କହିଛନ୍ତି, ମେ’ ୯ରେ ଅନୁଷ୍ଠିତ ହେବାକୁ ଥିବା ରୁଷିଆର ବିଜୟ ଦିବସ ପରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି।
ଭାରତ ପକ୍ଷରୁ ମେ’ ୧୦-୧୧ରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇପାରେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜୟ ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ରାଜନାଥଙ୍କ ଗସ୍ତ ମଧ୍ୟ ବାତିଲ କରାଯାଇଛି। ବିଜୟ ଦିବସରେ ପ୍ରତିରକ୍ଷା ସଚିବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ: ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍ଗେ
ସମ୍ଭାବ୍ୟ ଆକ୍ରମଣ ପାଇଁ ଭାରତ ପକ୍ଷରୁ ଦେଶର ୨୯୫ ଜିଲ୍ଲାରେ ଯୁଦ୍ଧକାଳୀନ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ମକ୍ ଡ୍ରିଲ୍ ସମୟରେ ନାଗରିକଙ୍କୁ ଯୁଦ୍ଧ ସମୟରେ କିଭଳି ନିଜକୁ ସୁରକ୍ଷିତ ରଖାଯିବ ସେନେଇ ସଚେତନ କରାଯିବ। ଡ୍ରିଲ୍ ସମୟରେ ୫ ମିନିଟ୍ ପାଇଁ ସାଇରନ୍ ବାଜିବ। ଏଭଳି ସ୍ଥିତି ୧୯୭୧ ପରେ ଦେଶରେ ହେଉଛି।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି, ଭାରତ ଯେକୌଣସି ସମୟରେ କଶ୍ମୀରର ନିୟନ୍ତ୍ରଣ ରେଖାରେ ଆକ୍ରମଣ କରିପାରେ।
ଅଧିକ ପଢ଼ନ୍ତୁ: ଭୟାବହ ଦୁର୍ଘଟଣାର ଶିକାର ହେବାପରେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ପବନଦୀପଙ୍କ ଟିମ
pakistan
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/06/eafNAISDVQfcvDmjKYca.jpeg)