Advertisment

Horoscope 2026 March 2: ଜାଣନ୍ତୁ ଆଜିର ରାଶିଫଳ

Advertisment

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌ଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ।

AJIRA RASIFALA

Horoscope today. Photograph: (sambad.in)

୨ ମାର୍ଚ୍ଚ ୨୦୨୬, ‌ସୋମବାର। ତିଥି: ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: ସିଂହ। ଶ୍ରୀମନ୍ଦିରରେ ରାଜାଗ୍ନି, ଶିବ ଚତୁର୍ଦ୍ଦଶୀ, ପୌର୍ଣ୍ଣମୀ ବ୍ରତ। ସୂର୍ଯ୍ୟୋଦୟ: ୬ଟା୯, ସୂର୍ଯ୍ୟାସ୍ତ: ୫ଟା୪୮। ଘାତଚନ୍ଦ୍ର: କର୍କଟ ଓ ମକର। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୯ରୁ ୭ଟା୩୬, ଦିବା ୧୦ଟା୪୯ରୁ ୧ଟା୮, ଦିବା ୪ଟା୨୧ରୁ ୫ଟା୧, ସନ୍ଧ୍ୟା ୬ଟା୩୭ରୁ ୯ଟା୫, ରାତ୍ରି ୧୧ଟା୫୮ରୁ ୨ଟା୫୧ ପର୍ଯ୍ୟନ୍ତ।

ମେଷ: କୌଣସି କାର୍ଯ୍ୟରେ ଅନ୍ୟମାନଙ୍କ କଥାକୁ ସର୍ବୋପରି ନରଖି ନିଜ ଉପରେ ବିଶ୍ବାସ ରଖନ୍ତୁ, ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌
ବୃଷ: ବିଶେଷ କାମରେ ଯିବାକୁ ଥିବାରୁ ମନୋବଳ ବଢ଼ିବ। ପରିବାର ଆଗରେ ନିଜର ମତ ରଖିବାର ମଉକା ପାଇବେ। ନିବେଶ କରିବା ସମୟରେ ବଜେଟ ଉପରେ ଧ୍ୟାନ ରଖନ୍ତୁ।‌
ମିଥୁନ: କିଛି ସମୟ ଏକାନ୍ତରେ କାଟିବାକୁ ପସନ୍ଦ କରିବେ। ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ।
କର୍କଟ: ଅତୀତ ଭୁଲ୍‌ରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ନୂଆ କାର୍ଯ୍ୟ କରିବାର ଉତ୍ସାହ ବଢ଼ିବ। ମନ ଚାହୁଁଥିବା ବସ୍ତୁ ପାଇବେ। କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହନ୍ତୁ।‌

ଆହୁରି ପଢ଼ନ୍ତୁ: Hockey: ସବିତା ଓହରିଲେ, ସଲିମା ଅଧିନାୟକ
ସିଂହ: ବିଦେଶ ଯାତ୍ରାର ଯୋଗ ଅଛି। ବଡ଼ କଂପାନିରୁ ଚାକିରିର ସୁଯୋଗ ଆସିପାରେ। କିଛି ନୂଆ ଲୋକ ଆପଣଙ୍କ ସହିତ ମିଶିବାକୁ ଚେଷ୍ଟା କରିପାରନ୍ତି।
କନ୍ୟା: ବ୍ୟବସାୟ ଲାଗି ଦିନଟି ଅନୁକୂଳ। ସମୟସୀମାକୁ ଧ୍ୟାନରେ ରଖି କାମ କରନ୍ତୁ। ଘରର ପରିବେଶ ଠିକ୍ ରହିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ତୁଳା: ଠିକ୍ ସମୟରେ କାମ କରନ୍ତୁ ସଫଳତା ପାଇବେ। ବନ୍ଧୁ ଆପଣଙ୍କୁ ତାଙ୍କ କାମ କରିବା ପାଇଁ କହିପାରନ୍ତି। ରାଜନେତାଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। 
ବିଛା: ବନ୍ଧୁ ସହିତ ଆଲୋଚନା ସୂତ୍ରରୁ ଭଲ କାମ ମିଳିପାରେ। ଆପଣଙ୍କ ବ୍ୟବହାରରେ ଲୋକ ଖୁସି ହେବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି।

ଆହୁରି ପଢ଼ନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ
ଧନୁ: ଜୀବନରେ ନୂଆ କାମ ଆରମ୍ଭ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ। ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। 
ମକର: କିଛି ସମୟ ଈଶ୍ବର ଭକ୍ତିରେ ଲଗାନ୍ତୁ। ମହିଳା ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବାର ଯୋଗ ଅଛି। ପ୍ରେମୀଯୁଗଳ ଦୂର ସ୍ଥାନକୁ ବୁଲି ଯିବାର ମନ ବନାଇବେ। 
କୁମ୍ଭ: ନିଜ ଅଭିଜ୍ଞତାକୁ ବିନିଯୋଗ କରି ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ। 
ମୀନ: ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। ବଡ଼ ଭାଇଭଉଣୀଙ୍କ ସହଯୋଗରେ ଚାକିରି ମିଳିପାରେ। ସନ୍ତାନ କ୍ୟାରିଅରରେ ସଫଳତା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe