Horoscope today. Photograph: (sambad.in)
୯ ଫେବ୍ରୁଆରି ୨୦୨୬, ସୋମବାର। ତିଥି: ଫାଲ୍ଗୁନ କୃଷ୍ଣ ଅଷ୍ଟମୀ। ନକ୍ଷତ୍ର: ବିଶାଖା। ଚନ୍ଦ୍ର: ତୁଳା। କାଳାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ। ସୂର୍ଯ୍ୟୋଦୟ: ୬ଟା୨୨, ସୂର୍ଯ୍ୟାସ୍ତ: ୫ଟା୩୯। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୨ରୁ ୭ଟା୪୭, ଦିବା ୧୦ଟା୫୩ରୁ ୧ଟା୮, ଦିବା ୪ଟା୧୪ରୁ ୪ଟା୫୪, ସନ୍ଧ୍ୟା ୬ଟା୩୦ରୁ ୯ଟା୨, ରାତ୍ରି ୧୨ଟାରୁ ୨ଟା୫୮ ପର୍ଯ୍ୟନ୍ତ।
ମେଷ: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ସନ୍ତାନର କ୍ୟାରିଅରକୁ ନେଇ ଟିକେ ଚିନ୍ତିତ ରହିବେ। ଘରକୁ କୁଣିଆ ଆସିବେ।
ବୃଷ: ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ମିଶିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ। ପ୍ରେମ ସମ୍ବନ୍ଧ ମଧୁର ହେବ।
ମିଥୁନ: ବେପାରରେ ଦିଗୁଣା ବୃଦ୍ଧିର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କର୍କଟ: ଅଯଥା କଥାରେ ଧ୍ୟାନ ନଦେଇ ନିଜ କାମରେ ଧ୍ୟାନକେନ୍ଦ୍ରିତ କରନ୍ତୁ। ବେପାରରେ ଯଥେଷ୍ଟ ଲାଭ ପାଇବେ। ପରିବାର ସହିତ ଦୂର ସ୍ଥାନକୁ ଯିବାର ଯୋଜନା କରିପାରନ୍ତି।
ଆହୁରି ପଢ଼ନ୍ତୁ: Rahul Gandhi with Kid: ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ
ସିଂହ: କାମ କରିବାର ନୂଆ ନିୟମ ସମ୍ପର୍କରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ସମାରୋହରେ ଆପଣଙ୍କର ଭାଗୀଦାରି ହେବ। ବିଲ୍ଡର୍ଙ୍କ ଲାଗି ଦିନଟି ଭଲ।
କନ୍ୟା: ବାଦବିବାଦ ଠାରୁ ଦୂରରେ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କଲେଜରେ ନୂଆ ସାଙ୍ଗ ବନାଇବେ।
ତୁଳା: ନିଜର ଲକ୍ଷ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। କଠିନ ପରିସ୍ଥିତିରେ ବହୁତ ଲୋକଙ୍କର ସାହାଯ୍ୟ ପାଇବେ।
ବିଛା: ଏକାନ୍ତରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। ବଡ଼ ଆଉ ଅଲଗା କାମ କରିବା ପାଇଁ ଚିନ୍ତା କରିବେ। ଜୀବନସାଥୀ ଖୁସି ହେବାର ସୁଯୋଗ ଦେବେ।
ଧନୁ: ବିଶେଷ କାମ ପୂରା ହୋଇଯିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।
ଆହୁରି ପଢ଼ନ୍ତୁ: Asia Shooting: ଏସୀୟ ସୁଟିଂ: ବିଶ୍ବ ରେକର୍ଡ ସହ ଅର୍ଜୁନ-ଏଲାଭେନିଲଙ୍କୁ ସ୍ବର୍ଣ୍ଣ
ମକର: ଟଙ୍କାପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ।
କୁମ୍ଭ: ପ୍ରେମୀଯୁଗଳ ଅତି ଦୂରବର୍ତ୍ତୀ ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ମହିଳା ବ୍ୟବସାୟୀଙ୍କ ପାଇଁ ଲାଭର ଭଲ ଯୋଗ ଅଛି।
ମୀନ: ବିଗତ ଦିନର ଭୁଲ୍ରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ବସ୍ତୁ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ।
Follow Us