Horoscope 2026 February 2: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆପଣଙ୍କ ଭିତରେ ନୂଆ ଶକ୍ତିର ପ୍ରଭାବ ଅନୁଭବ କରିବେ। କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

ଆପଣଙ୍କ ଭିତରେ ନୂଆ ଶକ୍ତିର ପ୍ରଭାବ ଅନୁଭବ କରିବେ। କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

AJIRA RASIFALA

Horoscope today. Photograph: (sambad.in)

୨ ଫେବ୍ରୁଆରି ୨୦୨୬, ‌ସୋମବାର। ତିଥି: ଫାଲ୍‌ଗୁନ କୃଷ୍ଣ ପ୍ରତିପଦ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: କର୍କଟ। ବିଶ୍ବ ଆର୍ଦ୍ରଭୂମି ଦିବସ। ସୂର୍ଯ୍ୟୋଦୟ: ୬ଟା୨୫, ସୂର୍ଯ୍ୟାସ୍ତ: ୫ଟା୩୫। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୫ରୁ ୭ଟା୪୯, ଦିବା‌ ୧୦ଟା୫୩ରୁ ୧ଟା୭, ଦିବା ୪ଟା୧୧ରୁ ୪ଟା୫୦, ସନ୍ଧ୍ୟା ୬ଟା୨୬ରୁ ୯ଟା, ରାତ୍ରି ୧୨ଟାରୁ ୨ଟା୫୯ ପର୍ଯ୍ୟନ୍ତ।

ମେଷ: ଆପଣଙ୍କ ଭିତରେ ନୂଆ ଶକ୍ତିର ପ୍ରଭାବ ଅନୁଭବ କରିବେ। କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ। 
ବୃଷ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ନିଷ୍ପତ୍ତି ନେବାରେ ଅଧିକ ସମୟ ନେଲେ ସୁଯୋଗ ହାତଛଡ଼ା ହୋଇପାରେ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। 
ମିଥୁନ: ଆପଣ ମନ ମୁତାବକ ଫଳ ପାଇବେ। ଭାଗୀଦାରିରେ କାରବାର ଲାଗି ଦିନଟି ଭଲ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଇସ୍ପାତ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। 
କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ନିଜର ନୀତିରେ କିଛି ପରିବର୍ତ୍ତନ ଆଣନ୍ତୁ। ସହଯୋଗୀ ଓ କର୍ମଚାରୀଙ୍କୁ ଅଣଦେଖା କରନ୍ତୁ ନାହିଁ। ସୁସମ୍ବାଦ ପାଇବେ। 

ଆହୁରି ପଢ଼ନ୍ତୁ: Rare Earth Corridor: ଓଡ଼ିଶାରେ ବିରଳ ପୃଥିବୀ କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରୁଛି: ନବୀନ 


ସିଂହ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ପରିସ୍ଥିତି ଠିକ୍ ହେବ। କୌଣସି ବିଷୟରେ ଲାଗି ରହିଥିବା ସମସ୍ୟା ଦୂର ହୋଇଯିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। 
କନ୍ୟା: ବ୍ୟବସାୟ ମାମଲାରେ ବହୁତ ଧୈର୍ଯ୍ୟ ଓ ସଂଯମ ରଖିବା ଦରକାର। କାହାରି ସାହାଯ୍ୟରେ ବଡ଼ ଅର୍ଡର ମିଳିପାରେ। ସମସ୍ତେ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ। 
ତୁଳା: ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତ ରହିବେ। ଭାବପ୍ରବଣ ହେଲେ ପରସ୍ଥିତି ବିଗିଡ଼ିପାରେ। ଚାକିରିରେ ଉନ୍ନତିର ଯୋଗ ରହିଛି। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। 
ବିଛା: ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ବହୁ ଦିନର ସ୍ବପ୍ନ ସାକାର ହେବ। ବିଦ୍ୟାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ପାଇବେ। 

ଆହୁରି ପଢ଼ନ୍ତୁ: Budget For Enviorment: ଜଳବାୟୁ ଲଢେଇକୁ ବଜେଟ୍ ୨୦୨୬ରେ ସାମାନ୍ୟ ପ୍ରୋତ୍ସାହନ


ଧନୁ: ଅନ୍ୟ ରାଜ୍ୟ ବା ବିଦେଶ ଯାତ୍ରାରେ ଯାଇପାରନ୍ତି। ଆପଣଙ୍କ କଥାବାର୍ତ୍ତାରେ କୋମଳତା ରହିବ। ପ୍ରେମୀ ଯୁଗଳ ସିନେମା ଦେଖିବାକୁ ଯିବେ।‌ 
ମକର: ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ। ବ୍ୟବସାୟରେ ସଂପର୍କ ଆହୁରି ମଜଭୁତ କରିବେ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ। 
କୁମ୍ଭ: ଜୀବନକୁ ସୁନ୍ଦର କରିବା ଲାଗି ଭଲ ମଉକା ପାଇବେ। ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। 
ମୀନ: ସାରାଦିନ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଅଫିସରେ ଆପଣଙ୍କୁ ଏଭଳି କାମ ଦିଆଯିବ ଯାହାକୁ ସହଜରେ ପୂରା କରିପାରିବେ। ରାଜନେତାଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe