Horoscope 2026 January 27: ଜାଣନ୍ତୁ ଆଜିର ରାଶିଫଳ

Advertisment

ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ। ବେପାରୀଙ୍କ ଲାଗି ଦିନଟି ଭଲ। ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ। ବେପାରୀଙ୍କ ଲାଗି ଦିନଟି ଭଲ। ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ। ବେପାରୀଙ୍କ ଲାଗି ଦିନଟି ଭଲ। ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

ବୃଷ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: ଅଫିସରେ ଆପଣଙ୍କ ସଚ୍ଚୋଟତା ପାଇଁ କତୃପକ୍ଷ ଆପଣଙ୍କର ଦରମା ବୃଦ୍ଧି କରାଇବେ। ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

କର୍କଟ: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରିଜୀବୀଙ୍କୁ ମନ ମୁତାବକ କାମ ମିଳିବା ଯୋଗୁଁ ପ୍ରସନ୍ନତା ହେବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।‌

ଆହୁରି ପଢ଼ନ୍ତୁ: Naxal Operations: ନକ୍ସଲବାଦ ବିରୋଧୀ ଅଭିଯାନର ସମ୍ପୂର୍ଣ୍ଣ ରିପୋର୍ଟ ଦେଲେ ଝାଡ଼ଖଣ୍ଡ ଡିଜିପି

ସିଂହ: ପୂଜ‌ାପାଠରେ ସମୟ ବିତିବ। ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ। ପାରିବାରକ ଜୀବନରେ ଭଲ ପରିଣାମ ଦେଖିବେ। ଆପଣଙ୍କ ସହିତ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ।

କନ୍ୟା: ବିବାଦ ଠାରୁ ଦୂରରେ ରୁହନ୍ତୁ। ନିଜର ସ୍ବଭାବ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ତୁଳା: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ବନ୍ଧୁ ଓ ଭାଇ ଦ୍ବାରା ଧନଲାଭର ସମ୍ଭାବନା ଅଛି। ଜୀବନସାଥୀ ବ୍ୟବହାରରେ ପରିବର୍ତ୍ତନ ଆସିବ।

ଆହୁରି ପଢ଼ନ୍ତୁ: BJP: ପଶ୍ଚିମବଙ୍ଗ ଗସ୍ତରେ ଯିବେ ବିଜେପିର ରାଷ୍ଟ୍ରୟୀ ଅଧ୍ୟକ୍ଷ; କ’ଣ ଅଛି କାର୍ଯ୍ୟସୂଚୀ?

ବିଛା: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ଧନୁ: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ। ଶତ୍ରୁ ଓ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଜୀବନସାଥୀ ଠାରୁ ଭଲ ଖବର ପାଇବେ।

ମକର: ବ୍ୟବସାୟ କାମରେ ଯାତୟାତ ଅଧିକ କରିବାକୁ ପଡ଼ିପାରେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆପଣ କୌଣସି ଭଲ ଖବର ପାଇବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

କୁମ୍ଭ: ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି।

ମୀନ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷା ଲାଭ କରିବେ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe