ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasi

ମେଷ: ଆପଣ ବୁଦ୍ଧିର ସହ ସବୁ କାମ ସମ୍ଭାଳି ନେବେ। ଜୀବନସାଥୀ ସହିତ ତୀର୍ଥସ୍ଥାନକୁ ଯିବେ। ରୋଜଗାରର ଅବସର ମିଳିବ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ। ‌
ବୃଷ: ବାପା ମାଆଙ୍କର ସାହାଯ୍ୟ ଯୋଗୁଁ ବିଶେଷ କାମ ପୂରା ହେବ। ଜୀବନସାଥୀ ସହିତ ସଂପର୍କରେ ଭାରସାମ୍ୟ ବଜାୟ ରଖନ୍ତୁ। ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ‌

ଏହି ଖବର ପଢ଼ନ୍ତୁ: ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ


ମିଥୁନ: ଦିନଚର୍ଯ୍ୟାରେ ପରିବର୍ତ୍ତନ ହେବ। ପରିବାର ଲୋକଙ୍କ ପରାମର୍ଶ ଲାଭକରୀ ହେବ। ଭୌତିକ ସୁଖ ସୁବିଧା ବଢ଼ିବ। ଘନିଷ୍ଠ ବନ୍ଧୁ ସାହାଯ୍ୟ ମାଗିବେ। ବିଦ୍ୟାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ‌
କର୍କଟ: ଜୀବନରେ ଖୁସି ହିଁ ଖୁସି ଆସିବ। ଅଫିସରେ ଆପଣଙ୍କ ବେଶଭୂଷାକୁ ପସନ୍ଦ କରିବେ। ସମାଜରେ ପ୍ରଶଂସାଭାଜନ  ହେବେ। ଦାମ୍ପତ୍ୟ ଜୀବନ ଖୁସିଭରା ରହିବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।  
ସିଂହ: ବାପାମାଆଙ୍କ ସହ ଧର୍ମାନୁଷ୍ଠାନ ଯିବେ। ଶୁଭ ଖବର ପାଇବେ। ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। 

କନ୍ୟା: ଅଟକି ରହିଥିବା ଧନ ମିଳିପାରେ। ବେପାରରେ ଯୋଜନାବଦ୍ଧ କାମ କଲେ ଲାଭ ହେବ। ସାମାଜିକ କାର୍ଯ୍ୟରେ ଆଗୁଆ ରହିବେ। ଜରୁରୀ କାମରେ ସଫଳ ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।
ତୁଳା: ସନ୍ତାନସୁଖ ପ୍ରାପ୍ତ ହୋଇପାରେ। ଅଧିକାରୀବର୍ଗ ସହିତ କଥାବାର୍ତ୍ତା ବେଳେ ସାବଧାନ ରହନ୍ତୁ। ସହଯୋଗୀ ପ୍ରଭାବିତ ହେବେ। ପାରିବାରିକ ଦାୟିତ୍ବ ନିଭାଇବେ। 

ଏହି ଖବର ପଢ଼ନ୍ତୁ: ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି

ବିଛା: ଭବିଷ୍ୟତ ପାଇଁ ବିଚାର ବିମର୍ଶ କରିବେ। ଆମଦାନି ବୃଦ୍ଧି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଲୋକଙ୍କ ସହଯୋଗ ମିଳିବା ଯୋଗୁଁ କାମ ନିର୍ଦ୍ଧାରିତ ସମୟରେ ପୂରା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। 
ଧନୁ: କାମ ପାଇଁ ବଡ଼ ନିଷ୍ପତ୍ତି ନେଲେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅସହାୟଙ୍କୁ ସହାୟତା କରିବେ। ଜୀବନସାଥୀ ସହ ହୋଟେଲରେ ମଧ୍ୟାହ୍ନ ଭୋଜନ କରିବେ।  

ଏହି ଖବର ପଢ଼ନ୍ତୁ: ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ


ମକର: ଘରେ କୌଣସି ଧର୍ମାନୁଷ୍ଠାନ ଆୟୋଜନ ହୋଇପାରେ। ଅଧୁରା କାମ ପୂରା ହେବ। ଧନଲାଭର ଅବସର ପାଇବେ। ପିଲାର କୌଣସି ଫଇସଲାରେ ଅସହମତ ହୋଇପାରନ୍ତି। ପ୍ରେମ ଜୀବନ ଭଲ ରହିବ। 
କୁମ୍ଭ: କର୍ମକ୍ଷେତ୍ରରେ ବାଦବିବାଦ ଲାଗିପାରେ। ପରିବାର ସହିତ ସଂପର୍କ ମଜଭୁତ ହେବ। ଅଫିସରେ ବରିଷ୍ଠଙ୍କ ସହଯୋଗ ପାଇବେ। ନୂଆ କାମ ଶିଖିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।  
ମୀନ: ନୂଆ କାମର ଯୋଜନା କରିବେ। ବିଶେଷ ମାମଲାରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ପ୍ରିୟଜନଙ୍କ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ।

ଏହି ଖବର ପଢ଼ନ୍ତୁ: କୋଟିଏ ଟଙ୍କା ୩୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe