Horoscope 2025 December 15: ଜାଣନ୍ତୁ ଆଜିର ରାଶିଫଳ

Advertisment

ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ ପରିଣାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ।

ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ ପରିଣାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ।

AJIRA RASIFALA

Horoscope today. Photograph: (sambad.in)

୧୫ ଡିସେମ୍ବର ୨୦୨୫, ‌ସୋମବାର। ତିଥି: ପୌଷ କୃଷ୍ଣ ଏକାଦଶୀ। ନକ୍ଷତ୍ର: ଚିତ୍ରା‌। ଚନ୍ଦ୍ର: ତୁଳା। ସଫଳା ଏକାଦଶୀ (ସ୍ମାର୍ତ୍ତ), ମାସାନ୍ତ, ସର୍ଦ୍ଦାର ପଟେଲଙ୍କ ତିରୋଧାନ ଦିବସ। ସୂର୍ଯ୍ୟୋଦୟ: ୬ଟା୧୭, ସୂର୍ଯ୍ୟାସ୍ତ: ୫ଟା୬। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୧୭ରୁ ୭ଟା୩୮, ଦିବା ୯ଟା୧୦ରୁ ୧୧ଟା୨୦, ରାତ୍ରି ୭ଟା୪୪ରୁ ୧୦ଟା୩, ରାତ୍ରି ୨ଟା୪୬ରୁ ୩ଟା୩୯ ପର୍ଯ୍ୟନ୍ତ।
ମେଷ: ଅନୁଭବୀ ବ୍ୟକ୍ତିଙ୍କ ସାଙ୍ଗରେ ରହି ବହୁତ କିଛି ଶିଖିବାକୁ ପାଇବେ। ଆର୍ଥିକ ମାମଲାରେ କାହାରି ଉପରେ ଭରସା କରନ୍ତୁ ନାହିଁ। ବ୍ୟବସାୟ ବ୍ୟବସ୍ଥିତ ହେବ। 
ବୃଷ: ଦିନଟି ବ୍ୟସ୍ତବହୁଳ ରହିବ। କାର୍ଯ୍ୟବ୍ୟସ୍ତତା ସତ୍ତ୍ବେ କିଛି ସମୟ ମନୋରଞ୍ଜନ ପାଇଁ ବାହାର କରିବେ। ପରିଶ୍ରମ ଅନୁରୂପ ପରିଣାମ ପାଇବେ। ଖାଦ୍ୟପେୟ ପ୍ରତି ସଜାଗ ରହନ୍ତୁ। 
ମିଥୁନ: ଧାର୍ମିକ ଅଥବା ସାମାଜିକ ଗତିବିଧିରେ ରୁଚି ବଢ଼ିବ। ପରିବାର ସହଯୋଗରେ ବ୍ୟକ୍ତିଗତ କାର୍ଯ୍ୟ ପୂରା ହୋଇଯିବ। ଘରର ବରିଷ୍ଠଙ୍କର ମାନ ସମ୍ମାନରେ ଅବହେଳା କରନ୍ତୁ ନାହିଁ। 
କର୍କଟ: ବ୍ୟବସାୟରେ ଖୁବ୍ ସାବଧାନ ରହି କାମ କରିବାର ଆବଶ୍ୟକତା ଅଛି। ଛୋଟ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଘରକୁ ବନ୍ଧୁ ଆସିବେ। 

ଆହୁରି ପଢ଼ନ୍ତୁ: Koraput: ବଳି ଦେବାକୁ ଉଦ୍ୟମ କରୁଥିଲା ମା, ଉଦ୍ଧାର କରି ଝିଅର ଜୀବନ ବଞ୍ଚାଇଲେ ସାହି ଲୋକେ

ସିଂହ: ନିକଟ ସଂପର୍କୀୟ ସହିତ ଥିବା ମତଭେଦ ଦୂର ହେବ। ଭାବନାର ବଶବର୍ତ୍ତୀ ନହୋଇ ଚତୁରତାରେ କାମ କରାଇ ନିଅନ୍ତୁ। ନୂଆ ଲୋକଙ୍କ ସହିତ ଯୋଡ଼ି କିଛି ନୂଆ ଶିଖିବେ। 

ଆହୁରି ପଢ଼ନ୍ତୁ: Sonali Panda Husband Arrest: ସୋନାଲିଙ୍କ ବିରୋଧରେ ବି ଅଭିଯୋଗ କରିଥିଲେ ତାଙ୍କ ସ୍ୱାମୀ, ହେଲେ କାହା ଚାପରେ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା ପୁଲିସ?

କନ୍ୟା: ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ। ସାମାଜିକ ଗତିବିଧିରେ ବିଶେଷ ଯୋଗଦାନ ରହିବ। ବୌଦ୍ଧିକ କ୍ଷମତା ପ୍ରୟୋଗ କରି ସକାରାତ୍ମକ ଫଳ ପାଇବେ।
ତୁଳା: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ। ସରକାରୀ କର୍ମଚାରୀଙ୍କ ଲାଗି ଦିନଟି ଭଲ। 
ବିଛା: ବିଶେଷ ବ୍ୟକ୍ତିଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟକୁ ଭଲଭାବେ କରିବେ। ମହତ୍ତ୍ବପୂର୍ଣ୍ଣ ବିଷୟରେ ବିଚାର ବିମର୍ଶ ହେବ। ଅନ୍ୟର ବ୍ୟକ୍ତିଗତ ମାମଲା ଠାରୁ ନିଜକୁ ଦୂରରେ ରଖନ୍ତୁ। 
ଧନୁ: ଆପଣଙ୍କର ଆତ୍ବବିଶ୍ବାସ ପ୍ରତ୍ୟେକ ପରିସ୍ଥିତିରେ ପରିଶ୍ରମ କରିବାର କ୍ଷମତା ବଢ଼ାଇବ। ସମାଜରେ ମାନ ସମ୍ମାନ ବଜାୟ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ସଫଳତା ଆଣିଦେବ। 
ମକର: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ଦୀର୍ଘ ସମୟ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଖାଆନ୍ତୁ। ଘରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବେ। 
କୁମ୍ଭ: କାର୍ଯ୍ୟକୁ ନୂଆ ରୂପରେଖ ଦେବା ପାଇଁ ସୃଜନଶୀଳତା ପ୍ରଯୋଗ କରିବେ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ବ୍ୟବହାରରେ ସଂଯମ ରଖନ୍ତୁ। 
ମୀନ: କାର୍ଯ୍ୟ କରିବା ପୂର୍ବରୁ ତା’ର ରୂପରେଖ ପ୍ରସ୍ତୁତ କରନ୍ତୁ, ଉଚିତ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ସହଯୋଗ କରିବେ। ସମାଜରେ ଆଦର ସମ୍ମାନ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe