ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasifalaa

ମେଷ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଅଫିସର ପରିବେଶ ଆପଣଙ୍କୁ ଖୁସି କରାଇବ। ବ୍ୟବସାୟ କାମ ପାଇଁ ଦିନଟି ଭଲ। ବୈବାହିକ ଜୀବନ ଖୁସିରେ ପରିପୂର୍ଣ୍ଣ ରହିବ। 
ବୃଷ: ପାରିବାରିକ ମାମଲାକୁ ନେଇ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଅଫିସ କାମ ମନ୍ଥର ଗତିରେ ପୂରା ହେବ। ନୂଆ କାମ ନେଇ ବିଚାର ବିମର୍ଶ କରିବେ। 
ମିଥୁନ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ବଜାୟ ରହିବ। ପୁରୁଣା ବନ୍ଧୁ ସହିତ ମିଶି ଆପଣଙ୍କ ମନ ପ୍ରସନ୍ନ ହେବ। ଅଚାନକ ନୂଆ ଉତ୍ସରୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ‌
କର୍କଟ: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସଙ୍ଗୀତ ‌‌କ୍ଷେତ୍ରରେ ଥିବା ଲୋକଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ।
ସିଂହ: ଅଫିସ କାମରେ ବ୍ୟସ୍ତ ରହିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ କୌଣସି ମାମଲାକୁ ଅଣଦେଖା କରନ୍ତୁ ନାହିଁ। 

ଏହି ଖବର ପଢ଼ନ୍ତୁ: ସିନ୍ଦେଙ୍କ ଭାଇରାଲ ଭିଡିଓ ନେଇ ଆଦିତ୍ୟଙ୍କ କଟାକ୍ଷ

କନ୍ୟା: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଗଣମାଧ୍ୟମରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ପୁରୁଣା ବନ୍ଧୁ ସହିତ ମିଶିବାର ଯୋଗ ରହିଛି। ଦାମ୍ପତ୍ୟ ସମ୍ବନ୍ଧ‌ ମଧୁରତାରେ ପୂର୍ଣ୍ଣ ରହିବ। 
ତୁଳା: ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। କ୍ୟାରିଅର୍‌ରେ ଆଗକୁ ବଢ଼ିବାର ସୁଯୋଗ ଆସିବ। ସନ୍ତାନ ପକ୍ଷରୁ ଖୁସି ପ୍ରାପ୍ତ ହେବ। 

ଏହି ଖବର ପଢ଼ନ୍ତୁ: ବଡ଼ବାପା ଓ ସଂପର୍କୀୟ ଖୁଡ଼ୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କଲା ପୁତୁରା

ବିଛା: କୌଣସି ସମସ୍ୟାର ସମାଧାନ ବାହାରି ପାରେ। ନିଜର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ଅନ୍ୟମାନଙ୍କୁ ନିଜର ବ୍ୟକ୍ତିଗତ କଥା କହନ୍ତୁ ନାହିଁ। ବ୍ୟବସାୟର ସ୍ଥିତି ଠିକ୍ ରହିବ। 
ଧନୁ: ସାମାଜିକ କାର୍ଯ୍ୟରେ ସଫଳତା ପାଇବେ। କୌଣସି ନୂଆ କାମ ଆପଣଙ୍କ ସମ୍ମୁଖକୁ ଆସିବ। କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମନସ୍ଥ କରିବେ। 
ମକର: ଆପଣ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବେ। ବନ୍ଧୁ ସହ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିବେ। 

ଏହି ଖବର ପଢ଼ନ୍ତୁ: କଂଗ୍ରେସ ଓବିସିମାନଙ୍କର ଏକତା ଭାଙ୍ଗିବାକୁ ଚାଁହୁଛି

କୁମ୍ଭ: ଅଚାନକ ଧନଲାଭର ଅବସର ପାଇବେ। ଆପଣଙ୍କ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। କାମ ସଂପର୍କିତ ବଡ଼ ଆହ୍ବାନ ଆପଣଙ୍କ ସମ୍ମୁଖକୁ ଆସିବ। ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ। 
ମୀନ: ଆପଣ ଭାବିଥିବା କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ପାଇଁ ଦିନଟି ଖୁବ୍ ଭଲ ରହିବ। ପ୍ରେମିକ ନିଜର ସାଥୀଙ୍କୁ ଉପହାର ଦେବେ।

ଏହି ଖବର ପଢ଼ନ୍ତୁ: ଜାପାନୀ ଯୁବକଙ୍କ ଅଜବ ପ୍ରେମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe