୧ ଡିସେମ୍ବର ୨୦୨୫, ‌ସୋମବାର। ତିଥି: ମାର୍ଗଶିର ଶୁକ୍ଳ ଏକାଦଶୀ। ନକ୍ଷତ୍ର: ରେବତୀ। ଚନ୍ଦ୍ର: ମୀନ। ଶମ୍ଭୁ/ଗୋମତୀ (ମୋକ୍ଷଦା) ଏକାଦଶୀ (ସର୍ବସମ୍ମତ), ବିଶ୍ବ ଏଡ୍‌ସ ଦିବସ। ସୂର୍ଯ୍ୟୋଦୟ: ୬ଟା୮, ସୂର୍ଯ୍ୟାସ୍ତ: ୫ଟା୨। ଘାତଚନ୍ଦ୍ର: ଧନୁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୮ରୁ ୭ଟା୩୦, ଦିବା ୯ଟା୩ରୁ ୧୧ଟା୧୩, ରାତ୍ରି ୭ଟା୩୯ରୁ ୯ଟା୫୭, ରାତ୍ରି ୨ଟା୩୯ରୁ ୩ଟା୩୨ ପର୍ଯ୍ୟନ୍ତ।

Advertisment

ମେଷ: ନେବାଦେବା ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। କ୍ୟାରିଅରରେ ଗୁରୁଜନର ମାର୍ଗ ଦର୍ଶନ ମିଳିବ। ଭଲ ସ୍ବାସ୍ଥ୍ୟ ପାଇଁ ଯୋଗର ରୁଟିନ ପ୍ରସ୍ତୁତ କରିବେ।  

ବୃଷ: ସଠିକ୍‌ ଯୋଜନା ଦ୍ବାରା କ୍ୟାରିଅରରେ ପରିବର୍ତ୍ତନ ଆସିବ। ମିଡିଆ କର୍ମୀମାନଙ୍କୁ କାମ କରିବା ପାଇଁ ବଢ଼ିଆ ମଉକା ମିଳିବ। ଲୋକଙ୍କୁ ସାହାଯ୍ୟ କରିବାର ଅବସର ପାଇବେ।  
ମିଥୁନ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ରହିବ। ଆପଣଙ୍କ କାମ କରିବା କଳାରେ ଲୋକେ ପ୍ରଭାବିତ ହେବେ। ଲେଖକ କୌଣସି ଖୁସି ଖବର ପାଇବେ। 
କର୍କଟ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ। ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ।

ଆହୁରି ପଢ଼ନ୍ତୁ: Narendra Modi: ଅଭିନବ ରଣନୀତି ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ

ସିଂହ: କାମ ଓ ପରିବାର ମଧ୍ୟରେ ସାମଞ୍ଜସ୍ୟ ବଜାୟ ରଖନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ। କାମ ପୂରା କରିବାର ନୂଆ ପଦ୍ଧତି ଉପରେ ବିଚାର କରିବେ।

ଆହୁରି ପଢ଼ନ୍ତୁ: National Herald Case: ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲ-ସୋନିଆଙ୍କ ବିରୋଧରେ ଏଫଆଇଆର, କଂଗ୍ରେସ କହିଲା ମାମଲା ମିଥ୍ୟା ଏବଂ ଭିତ୍ତିହୀନ

କନ୍ୟା: ବେପାରରେ ଅଧୁରା ଯୋଜନା ପୂରା କରିବାରେ ବ୍ୟସ୍ତ ରହିବେ। ଘର ଲୋକ ଆପଣଙ୍କ କଥା ମାନି‌ବେ। କଳା ସାହିତ୍ୟ କ୍ଷେତ୍ରରେ ଅଧିକ ମନ ଲାଗିବ। 
ତୁଳା: ବେପାରରେ ସାମାନ୍ୟ ଲାଭ ହେବ। ନବବିବାହିତ ଦମ୍ପତି କୌଣସି କଥାକୁ ନେଇ ତର୍କବିତର୍କ କରିବେ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। 
ବିଛା: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ମନରେ ଏଭଳି ବିଚାର ଆସିପାରେ ଯାହା ଖୁବ୍‌ ସୃଜନଶୀଳ ସାବ୍ୟସ୍ତ ହେବ। ବିଦ୍ୟାର୍ଥୀ ସଫଳତା ପାଇବେ। 
ଧନୁ: ଆପଣ ଘରର ବଡ଼ଙ୍କ ଠାରୁ କିଛି ପ୍ରେରଣା ପାଇବେ। ପ୍ରତିଟି କାର୍ଯ୍ୟ ମନ ଲଗାଇ କଲେ ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଘରେ ସୁଖ ସମୃଦ୍ଧି ବଜାୟ ରହିବ।  
ମକର: ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଜନଶୀଳତାକୁ ଲୋକେ ପ୍ରଶଂସା କରିବେ। ଦିନସାରା ସୁସ୍ଥ ସବଳ ଅନୁଭବ କରିବେ। 
କୁମ୍ଭ: ପରିବାରର କୌଣସି କାମରେ ବ୍ୟସ୍ତ ରହିବେ। ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ଝମେଲାରୁ ଦୂରରେ ରହି ଧାର୍ମିକ ଅନୁଷ୍ଠାନରେ ସମୟ ବିତାଇବେ। 
ମୀନ: ମନରେ କୌଣସି ସଂଶୟ ରଖନ୍ତୁ ନାହିଁ। ବ୍ୟବସାୟର ‌କୌଣସି କାମରେ ଦୂର ସ୍ଥାନକୁ ଯିବେ। ଅସହାୟଙ୍କୁ ଭୋଜନ କରାଇବା ଦ୍ବାରା ଆପଣଙ୍କୁ ଶାନ୍ତି ମିଳିବ।