୨୪ ନଭେମ୍ବର ୨୦୨୫, ସୋମବାର। ତିଥି: ମାର୍ଗଶିର ଶୁକ୍ଳ ଚତୁର୍ଥୀ। ନକ୍ଷତ୍ର: ପୂର୍ବାଷାଢ଼ା। ଚନ୍ଦ୍ର: ଧନୁ। ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ, ରାତ୍ରି ୪ଟା୨୬ ପରେ ଶରଣ। ସୂର୍ଯ୍ୟୋଦୟ: ୬ଟା୪, ସୂର୍ଯ୍ୟାସ୍ତ: ୫ଟା୨। ଘାତଚନ୍ଦ୍ର: ତୁଳା ଓ କୁମ୍ଭ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୪ରୁ ୭ଟା୨୬, ଦିବା ୮ଟା୫୯ରୁ ୧୧ଟା୧୧, ରାତ୍ରି ୭ଟା୩୮ରୁ ୯ଟା୫୫, ରାତ୍ରି ୨ଟା୩୬ରୁ ୩ଟା୨୮ ପର୍ଯ୍ୟନ୍ତ।
ମେଷ: ଅଫିସରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ରଚନାତ୍ମକ କାମରେ ସଫଳ ରହିବେ। ନୂଆ ଉତ୍ସରୁ ଧନଲାଭ ହେବ।
ବୃଷ: ପାରିବାରିକ ମାମଲାକୁ ନେଇ ବ୍ୟସ୍ତତା ବଢ଼ିବ। ନୂଆ କାମ ଉପରେ ବିଚାର ବିମର୍ଶ କରିପାରନ୍ତି। ଅଫିସ କାମ ମନ୍ଥର ଗତିରେ ପୂରା ହୋଇପାରେ।
ମିଥୁନ: କାମଧନ୍ଦାରେ କୌଣସି ଆହ୍ବାନ ସାମନାକୁ ଆସିବ। ଧନଲାଭର ଅବସର ପ୍ରାପ୍ତ ହେବ। ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପରିବାରରେ ମଧୁରତା ସହିତ ବିଶ୍ବାସ ବଢ଼ିବ।
କର୍କଟ: ବିଶେଷ କାମରେ ଫାଇଦା ହେବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। କୌଣସି କାମଧନ୍ଦା ଆପଣଙ୍କ ସାମନାକୁ ଆସିବ।
ସିଂହ: ଲକ୍ଷ୍ୟ ନର୍ଦ୍ଧାରିତ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରିପାରନ୍ତି। ଭଲ ଖବର ପାଇବେ। ଶତ୍ରୁଙ୍କୁ ଜୟ କରିବେ। ଧନଲଭ ହେବାର ସମ୍ଭାବନା ରହିଛି।
ଆହୁରି ପଢ଼ନ୍ତୁ: Bhitarkanika: କ୍ରୁଜ୍ରେ ଭିତରକନିକା ବୁଲିବାର ମଜା ନେବେ ପର୍ଯ୍ୟଟକ, ରାତିକୁ ୨୫ ହଜାର ଟଙ୍କା ଭଡ଼ା
କନ୍ୟା: ଯେଉଁମାନେ ସୋସିଆଲ ସାଇଟ୍ ସହ ଯୋଡ଼ି ରହିଛିନ୍ତି ସେମାନଙ୍କର ଏଭଳି ବ୍ୟକ୍ତିଙ୍କ ସହିତ ଜଣାଶୁଣା ହେବ ଯାହାଦ୍ବାରା ସେ ଲାଭ ପହଞ୍ଚାଇବେ।
ତୁଳା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବନ୍ଧୁ ସହିତ ମିଳନର ଯୋଗ ଅଛି। କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ। ଜୀବନସାଥୀ ସହିତ ସ୍ମରଣୀୟ ମୁହୂର୍ତ୍ତ ବିତାଇବେ।
ବିଛା: କାହାରି ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ।
ଧନୁ: କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇପାରନ୍ତି। ପୁରୁଣା କଥା ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। କାମ ଧନ୍ଦାରେ ସ୍ଥିତି ମଜଭୁତ ରହିବ।
ମକର: ଆର୍ଥିକ ସ୍ଥିତି ମଜଭୁତ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ସାମନାକୁ ଆସିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ପ୍ରସନ୍ନତା ବଢ଼ିବ।
କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ସାମାଜିକ ପ୍ରସଙ୍ଗ ନେଇ ନିଜର କଥା ଅନ୍ୟମାନଙ୍କ ସାମନାରେ ରଖିପାରନ୍ତି। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ମୀନ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟକୁ ସହଜରେ ପୂରା କରିପାରନ୍ତି। ବୈବାହିକ ଜୀବନରେ ପ୍ରସନ୍ନତା ଭରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/wzNAtui5HoHEaRYUpaMz.jpg)