Daily horoscope Photograph: (sambad.in)
ମେଷ: ଆପଣଙ୍କୁ ବଢ଼ିଆ ଅବସର ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ସରାକାରୀ କ୍ଷେତ୍ରରେ ଲାଭ ହୋଇପାରେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ।
ବୃଷ: ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷାଲାଭ କରିବେ। କିଣାବିକା କାମ ସଂପୂର୍ଣ୍ଣ ହେବ। ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବେ।
ମିଥୁନ: ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଆପଣଙ୍କର ସୁଖ ସୁବିଧା ବଢ଼ିବ। ସଂପତ୍ତି ମିଳିବା ଯୋଗ ଅଛି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ।
କର୍କଟ: କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ପାଇଁ ଅବସର ପାଇବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପ୍ରିୟଜନଙ୍କ ଠାରୁ ଆପଣଙ୍କର ମନ ପସନ୍ଦ ଉପହାର ପାଇବେ। ଛାତ୍ରଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ଆହୁରି ପଢ଼ନ୍ତୁ: Maoists Surrender: ଆତ୍ମସମର୍ପଣ ପାଇଁ ଉଦନ୍ତି ଏରିଆ କମିଟିର ୭ ମାଓବାଦୀଙ୍କ ପ୍ରସ୍ତୁତି
ସିଂହ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସନ୍ତାନର ସଫଳତାରେ ଗୌରବାନ୍ବିତ ଅନୁଭବ କରିବେ। ଘରକୁ କୁଣିଆ ଆସିବେ।
ଆହୁରି ପଢ଼ନ୍ତୁ: Nuapada Election: କେବଳ ପ୍ରଚାରରେ ବିକାଶ ହେବ ନାହିଁ: ନବୀନ
କନ୍ୟା: ମନର କଥା ମନରେ ରଖନ୍ତୁ। ଭାବୁକ ହେଲେ ବ୍ୟଥିତ ରହିବେ। ଅଯଥା କଥାରେ ଯୁକ୍ତିତର୍କ କରନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ସ୍ଥିତି ଭଲ ହେବ। ସରକାରୀ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା।
ତୁଳା: ଆପଣଙ୍କ ପାଇଁ ଦିନଟି ଆନନ୍ଦମୟ ରହିବ। କୌଣସି ଗୋଷ୍ଠୀରେ ଯୋଗ ଦେବାର ଅବସର ପାଇବେ। ଅଫିସରେ ବାତାବରଣ ଭଲ ରହିବ। ପ୍ରିୟଜନଙ୍କ ସହ ସମ୍ବନ୍ଧ ମଧୁର ହେବ।
ବିଛା: ନିଜର ଯୋଜନାକୁ ନେଇ ମନରେ ସଂଶୟ ସୃଷ୍ଟି ହୋଇପାରେ। ଆପଣ ନିଷ୍ପତ୍ତି ନେବାରେ ଅସୁବିଧା ହେଇପାରେ। ବେପାରରେ ଧନଲାଭ ହେବ। ପାରିବାରିକ ଚିନ୍ତା ଦୂର ହେବ।
ଧନୁ: ପାଖଲୋକଙ୍କ ସହ ସମ୍ବନ୍ଧ ସୁଧାରିବାକୁ ଚେଷ୍ଟା କରିବେ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବେପାରରେ ଧନଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମକର: କୌଣସି ଉଦ୍ୟୋଗରେ ଚାକିରି ପାଇଁ ଫୋନ ଆସିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନ ଭଲ ରହିବ।
କୁମ୍ଭ: ଅଧିକ ପରିଶ୍ରମ କରି ସବୁ କାମ ସଂପୂର୍ଣ୍ଣ କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ବ୍ୟବସାୟରେ ଭଲ ପ୍ରଗତି ହେବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ।
ମୀନ: ଆପଣ ସାହସ ଓ ଶୌର୍ଯ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଯେଉଁ ମହିଳାମାନେ ଚାକିରି ଖୋଜୁଛନ୍ତି ସେମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ।
Follow Us