Horoscope: ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscope

Daily horoscope Photograph: (sambad.in)

ମେଷ: ଆପଣଙ୍କର ସବୁ ଅଶାନ୍ତିର ଅନ୍ତ ହେବ। ସଫଳତାର ନୂଆ କିରଣ ଦେଖାଦେବ। ଆର୍ଥିକ କ୍ଷେତ୍ରରେ ବିକାଶର ଯୋଗ ଅଛି। ଗାଡ଼ି କିଣିବା ପାଇଁ ସମୟ ସାଥ ଦେବ। 
ବୃଷ: ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିବ। ବେପାର ବଢ଼ାଇବା ପାଇଁ କରିଥିବା ଯୋଜନାରୁ ଲାଭ ପାଇବେ। ପରୋପକାରରେ ସମୟ ଲଗାଇ ପାରନ୍ତି। 
ମିଥୁନ: ଘନିଷ୍ଠ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ଯୋଗୁଁ ଆପଣ ଆରାମ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। ବେପାରୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
‌କର୍କଟ: ସାମାଜିକ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। କାମଧନ୍ଦା ନିର୍ଦ୍ଧାରିତ ସମୟ ଭିତରେ ପୂରା କରିଦେବେ। ପରିବାର ସହିତ ଅପରାହ୍‌ଣ ସମୟ କାଟିବେ। 

ଆହୁରି ପଢ଼ନ୍ତୁ: Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?

ସିଂହ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। 

ଆହୁରି ପଢ଼ନ୍ତୁ: Job Scam: ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲାରେ ୧୮ ଜଣ ଅଟକ

କନ୍ୟା: କୌଣସି କାରଣରୁ ଅଶାନ୍ତ ଥିଲେ ପିଲାଙ୍କ ସହିତ କିଛି ସମୟ ବିତାନ୍ତୁ ଆପଣଙ୍କ ମନ ଠିକ୍ ହୋଇଯିବ। ଘର ଓ ଦୋକାନ କିଣିବା ଲାଗି ଦିନଟି ଶୁଭ। ବେପାରରେ ଲାଭ ହେବ। 
ତୁଳା: ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ନିର୍ବାହ କରିବେ। ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ। ପ୍ରେମିକପ୍ରେମିକା ନିଜର ଭୁଲ୍‌ ବୁଝି ସମ୍ବନ୍ଧକୁ ଦ୍ବିତୀୟ ମଉକା ଦେବେ। 
ବିଛା: ପରିବାରର ସମସ୍ତଙ୍କୁ ଖୁସି ରଖିବା ଚେଷ୍ଟାରେ ଲାଗି ରହିବେ। ଆପଣଙ୍କ ଭିତରେ ତ୍ୟାଗ ଓ ସହଯୋଗର ଭାବନା ରହିବ। ଜୀବନରୁ ନକାରାତ୍ମକତା ଦୂର ହେବ। 
ଧନୁ: ଦୀର୍ଘ ଦିନରୁ ଲାଗି ରହିଥିବା ଅଶାନ୍ତିର ସମାଧାନ ବାହାର କରିନେବେ। ଲୋକେ ଆପଣଙ୍କ ସଂପର୍କରେ କହିଥିବା କଥାକୁ ନେଇ ମନେ ମନେ ଅଶାନ୍ତ ହୋଇପାରନ୍ତି। 
ମକର: ଆପଣଙ୍କ ବାଣୀ କଠୋର ହୋଇପାରେ। ଆୟର ନୂଆ ଉତ୍ସ ପାଇବେ। ଅନ୍ୟମାନଙ୍କ ପ୍ରତି ସ୍ନେହ ଓ ଭକ୍ତିଭାବ ବଜାୟ ରଖନ୍ତୁ। ବଡ଼ଙ୍କ ଠାରୁ ପରାମର୍ଶ ପାଇବେ। 
କୁମ୍ଭ: କୌଣସି ମହତ୍ତ୍ବପୂର୍ଣ୍ଣ ଚର୍ଚ୍ଚାରେ ସାମିଲ ହେବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ସନ୍ତୋଷ ବୃଦ୍ଧି ହେବ। ବନ୍ଧୁ ଆପଣଙ୍କ ଠାରୁ ପରାମର୍ଶ ନେଇପାରନ୍ତି। 
ମୀନ: ଘର ନିର୍ମାଣ କାର୍ଯ୍ୟ ଶୀଘ୍ର ପୂରା ହେବ। ଅଫିସରେ ଭଲ ବ୍ୟବହାର ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନେତାଙ୍କର ପ୍ରଭାବ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe