୫ ଜାନୁଆରି ୨୦୨୬, ସୋମବାର। ତିଥି: ମଘା କୃଷ୍ଣ ଦ୍ବିତୀୟା। ନକ୍ଷତ୍ର: ପୁଷ୍ୟା। ଚନ୍ଦ୍ର: କର୍କଟ। ପୁଷ୍ୟାଭିଷେକ, ରାଜାଭିଷେକ, ଶ୍ରୀନଅରରେ ଉତ୍ସବ। ସୂର୍ଯ୍ୟୋଦୟ: ୬ଟା୨୬, ସୂର୍ଯ୍ୟାସ୍ତ: ୫ଟା୧୭। ଘାତଚନ୍ଦ୍ର: ନାହିଁ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୬ଟା୨୬ରୁ ୭ଟା୪୭, ଦିବା ୯ଟା୨୦ରୁ ୧୧ଟା୩୦, ରାତ୍ରି ୭ଟା୫୫ରୁ ୧୦ଟା୧୩, ରାତ୍ରି ୨ଟା୫୬ରୁ ୩ଟା୪୮ ପର୍ଯ୍ୟନ୍ତ।
ମେଷ: ଆପଣଙ୍କ ବ୍ୟକ୍ତିତ୍ବ ଦ୍ବାରା ଲୋକେ ପ୍ରଭାବିତ ହେବେ। ସରକାରୀ ଚାକିରିଆ ସମ୍ମାନିତ ହୋଇପାରନ୍ତି। ସିନେମା କ୍ଷେତ୍ରରେ ଥିବା ଲୋକଙ୍କ ପ୍ରସିଦ୍ଧି ବଢ଼ିବ।
ବୃଷ: ଚାକିରି ବଦଳାଇବାର ପ୍ରସ୍ତାବ ମିଳିପାରେ। ବିଦେଶ ଯିବାର ଯୋଗ ଅଛି। ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭର ନୂଆ ଉତ୍ସ ଖୋଲିବ।
ମିଥୁନ: ସରକାରୀ କାମରୁ ଲାଭ ମିଳିବାର ସମ୍ଭାବନା ଅଛି। ପରିବାରରେ କୌଣସି ବ୍ୟକ୍ତିଙ୍କୁ ସଫଳତା ମିଳିବ। ସନ୍ତାନ ସହିତ ବାହାରକୁ ବୁଲି ଯିବେ।
କର୍କଟ: ବେପାରରେ ଲାଭର ଯୋଗ ଅଛି। ଚାକିରିଆ ନୂଆ ଅବସର ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ।
ଆହୁରି ପଢ଼ନ୍ତୁ: Odisha Livelihood Mission: ଓଡ଼ିଶା ଜୀବିକା ମିସନରେ କର୍ମଚାରୀ ସଙ୍କଟ!
ସିଂହ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ବେପାର ବଢ଼ିବାର ସମ୍ଭାବନା ଅଛି। ଚାକିରିରେ ମନପସନ୍ଦ ଜାଗାକୁ ବଦଳି ହୋଇପାରେ।
ଆହୁରି ପଢ଼ନ୍ତୁ: Venezuela Invasion : ଜାତିସଂଘ ଡାକିଲା ଜରୁରୀ ବୈଠକ
କନ୍ୟା: ଦିନଟି ବହୁତ ସକାରାତ୍ମକ ଉପାୟରେ ଅତିବାହିତ କରିବେ। କୌଣସି କ୍ଷେତ୍ରରୁ ନିବେଶର ଯଥେଷ୍ଟ ଲାଭ ପାଇବେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ।
ତୁଳା: ନୂଆ ଚାକିରି ମିଳିବାର ସମ୍ଭାବନା ଅଛି। ବୈବାହିକ ଜୀବନରେ ଖୁସି ଆସିବ। ରଚନାତ୍ମକ କାର୍ଯ୍ୟ କରିବାକୁ ଇଚ୍ଛା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ।
ବିଛା: ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ। ଜମି କିଣିବା ଲାଗି ମନସ୍ଥ କରିବେ। ପାରିବାରିକ ଦାୟିତ୍ବ ଭଲଭାବେ ତୁଲାଇବେ। ଡାକ୍ତରୀ ଛାତ୍ରଛାତ୍ରୀ ପ୍ରୋଜେକ୍ଟ କାମ କରିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବାକୁ ଚାହୁଥିବା ଛାତ୍ରଛାତ୍ରୀ ଉଚିତ ଅବସର ପାଇବେ। ଆପଣ ଦଳରେ ଭଲ ନେତା ରୂପେ କାମ କରିବେ।
ମକର: ନୂଆ ଲୋକଙ୍କ ସହିତ ସଂପର୍କ ଯୋଡ଼ିବେ। ଅଫିସରେ ଅତିରିକ୍ତ ଦାୟିତ୍ବ ବହନ କରିବା ଯୋଗୁଁ ଅସହଜ ଅନୁଭବ କରିବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି।
କୁମ୍ଭ: ଆୟ ସାଧନରେ ବୃଦ୍ଧି ହେବ। ଭାଇଭଉଣୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଯାଇପାରନ୍ତି। କାରବାରରେ ନୂଆ କାର୍ଯ୍ୟ ଆରମ୍ଭ ହେବ। ଯୋଜନା ସଫଳ ହେବାର ସମ୍ଭାବନା ଅଛି।
ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ଦାର୍ଶନିକ ବ୍ୟକ୍ତିମାନଙ୍କ ଆଡ଼କୁ ଆକର୍ଷିତ ହେବେ। ସାମାଜିକ ସ୍ତରରେ ମାନ ସମ୍ମାନ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/11/16/ajira-rasifala-2025-11-16-18-53-02.jpg)